Cyclone Mocha Update: ସଂନ୍ଧ୍ୟା ସୁଦ୍ଧା ଘନିଭୂତ, କାଲି ବାତ୍ୟାର ରୂପ ନେବ, ଜାଣନ୍ତୁ ଓଡି଼ଶା ଉପରେ କିଭଳି ରହିବ ଏହାର ପ୍ରଭାବ?
Advertisement

Cyclone Mocha Update: ସଂନ୍ଧ୍ୟା ସୁଦ୍ଧା ଘନିଭୂତ, କାଲି ବାତ୍ୟାର ରୂପ ନେବ, ଜାଣନ୍ତୁ ଓଡି଼ଶା ଉପରେ କିଭଳି ରହିବ ଏହାର ପ୍ରଭାବ?

Cyclone Mocha Update News In Odia: ବଙ୍ଗୋପସାଗରରେ (Bay of Bengal) ସୃଷ୍ଟି ହୋଇଛି ଲଘୁଚାପ । ଆଜି ସଂନ୍ଧ୍ୟାରେ ଅବପାତର ରୂପ ନେଇପାରେ । ଆସନ୍ତାକାଲି (Tomorrow) ସାମୁଦ୍ରିକ ଝଡର ରୂପ(Cyclonic Storm) ନେବା ସମ୍ଭାବନା ରହିଛି ବୋଲି କହଛି ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) । ପରେ ୧୨ ତାରିଖ ସକାଳେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଓଡି଼ଶା ଉପରେ ଏହି ସାମ୍ଭାବ୍ୟ ବାତ୍ୟାର ପ୍ରଭାବ । ଜାଣନ୍ତୁ କଣ କହିଛି ପାଣିପାଗ ବିଶେଷଜ୍ଞ । ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Cyclone Mocha Update News In Odia: ବଙ୍ଗୋପସାଗରରେ (Bay of Bengal) ସୃଷ୍ଟି ହୋଇଛି ଲଘୁଚାପ । ଆଜି ସଂନ୍ଧ୍ୟାରେ ଅବପାତର ରୂପ ନେଇପାରେ । ଆସନ୍ତାକାଲି (Tomorrow) ସାମୁଦ୍ରିକ ଝଡର ରୂପ(Cyclonic Storm) ନେବା ସମ୍ଭାବନା ରହିଛି ବୋଲି କହଛି ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ।  ପରେ ୧୨ ତାରିଖ ସକାଳେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଯାହାଫଳରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ଆସନ୍ତା କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ସହ ପ୍ରବଳ ପବନ ବହିବା ଆରମ୍ଭ ହେବାର ସୂଚନା ମିଳିଛି । ସମ୍ଭାବ୍ୟ ବାତ୍ୟା 'ମୋଚା' ଗତିପଥ ଓ ତୀବ୍ରତା ଉପରେ ନଜର ରଖିଛି ପାଣିପାଗ  ବିଭାଗ (IMD)। ତେବେ , ଏହି ସାମ୍ଭାବ୍ୟ ବାତ୍ୟାଟି ବାଂଲାଦେଶ(Bangladesh) ଓ ମିଆଁମାର ଉପକୂଳ (Myanmar coasts) ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର(India Meteorological Department )। କିନ୍ତୁ ପ୍ରକୃତରେ କେଉଁଠି ବାତ୍ୟାଟି  ଲ୍ୟାଣ୍ଡଫଲ କରିବ ତାହା ଏ-ଯାଏଁ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପ୍ରଭାବରେ ଆଜିଠୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହେବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ୧୦ତାରିଖରେ ବର୍ଷା ପବନ ବଢିବ । ଏହାର ପ୍ରଭାବରେ ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର,ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର,ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଓଡି଼ଶା ଉପରେ କଣ ରହିବ ପ୍ରଭାବ ଜାଣନ୍ତୁ :
ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଆନୁଯାୟୀ, ବାତ୍ୟା ଭାରତ କିମ୍ବା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଏଣୁ ଭୟଭୀତ ହେବାର କାରଣ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଓଡ଼ିଶାକୁ ବାତ୍ୟା ଭୟ ନଥିବାରୁ ଓଡ଼ିଶାର ମତ୍ସଜୀବୀମାନଙ୍କୁ କୌଣସି ବାରଣ କରାଯାଇନାହିଁ। ଅନ୍ୟପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ, ନିକୋବର ଦ୍ବୀପ ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ୮ ତାରିଖ ଦିନ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ୯ ତାରିଖ ଦିନ ଏହି ସବୁ ଅଞ୍ଚଳରେ ପବନର ବେଗ ଆହୁରି ବଢ଼ି ୫୦ରୁ ୬୦ କିମି ଯାଏ ପହଞ୍ଚିବ। ୧୦ ଓ ୧୧ରେ ପବନର ବେଗ ୬୦ରୁ ୭୦ କିମି ରହିବ ଓ ମଝିରେ ମଝିରେ ୮୦କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବ। ଏଣୁ ସେହ ଅଞ୍ଚଳରେ ଗଭୀର ସମୁଦ୍ରକୁ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ବାତ୍ୟା ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।  ଏ-ନେଇ ୧୧ ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏନେଇ ଏକ ପ୍ରେସମିଟ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । 

Also Read: Road Accident: ଟାଟା ମେଜିକ୍ ଉପରେ ଚଢିଗଲା ଟ୍ରକ୍ ,୧୦ ମୃତ ଏକାଧିକ ଗୁରୁତର

Also Read: Surya Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ, ସୂର୍ଯ୍ୟଦେବଙ୍କ କୃପାରୁ ଏହି ସବୁ ରାଶିର ବ୍ୟକ୍ତି ହେବେ ମାଲେମାଲ୍!

 

ଓଡ଼ିଶାରେ ୨୦୦୯ ମସିହାଠାରୁ ଲଗାତର ୨୦୨୧ ମସିହା ପର୍ଯ୍ୟନ୍ତ ପ୍ରତି ମେ’ ମାସରେ ବାତ୍ୟା ଆସୁଛି। ବାତ୍ୟାର ତାଣ୍ଡବ ରାଜ୍ୟବାସୀଙ୍କର ବ୍ୟାପକ କ୍ଷୟକ୍ଷତି କରୁଛି। ୨୦୦୯ ମେ’ ମାସରେ ବାତ୍ୟା ‘ଆଇଲା’ ଦକ୍ଷିଣ ଓଡ଼ିଶା ଛୁଇଁଥିଲା। ବ୍ୟାପକ କ୍ଷୟକ୍ଷତିରେ ଲୋକଙ୍କ ଅଣ୍ଟା ସଳଖ ନହେଉଣୁ ପୁଣି ୨୦୧୦ ମେ’ ମାସରେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା ବାତ୍ୟା ‘ଲୈଲା’। ୨୦୧୯ ମେ’ ୩ ତାରିଖରେ ଆସିଥିଲା ବାତ୍ୟା ‘ଫନି’ ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାକୁ ଛାରଖାର କରିଦେଇଥିଲା। କେବେ ବାତ୍ୟାର ତାଣ୍ଡବ ଦେଖିନଥିବା ରାଜଧାନୀବାସୀଙ୍କର ବ୍ୟାପକ କ୍ଷତି ଘଟାଇଥିଲା ‘ଫନୀ’। ସେହିପରି ୨୦୨୦ ମସିହା ମେ’ ୧୯ ତାରିଖରେ ବାତ୍ୟା ‘ଅମ୍ଫାନ’ ଆସିଥିଲା। ଉତ୍ତର ଓଡ଼ିଶାରେ ତାଣ୍ଡବ ଚରିଥିଲା ‘ଅମ୍ଫାନ’। ୨୦୨୧ ମେ’ ୨୬ ତାରିଖରେ ବାତ୍ୟା ‘ୟଶ’ ଓଡ଼ିଶା ଦେଇ ଅତିକ୍ରମ କରିଥିଲା। ଚଳିତ ବର୍ଷ ମେ’ରେ ବାତ୍ୟା ଆସିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ରାଜ୍ୟବାସୀ ଚିନ୍ତାରେ ପଡ଼ିଛନ୍ତି।