ଫନିକୁ ପୂରିଲା ୫ ବର୍ଷ: ଆଜି ବି ସତେଜ ରହିଛି ପ୍ରକୃତିର ସେହି ତାଣ୍ଡବ
Advertisement
Article Detail0/zeeodisha/odisha2276773

ଫନିକୁ ପୂରିଲା ୫ ବର୍ଷ: ଆଜି ବି ସତେଜ ରହିଛି ପ୍ରକୃତିର ସେହି ତାଣ୍ଡବ

୧୯୯୯ ମହାବାତ୍ୟା ପରେ ଦ୍ୱିତୀୟ ଭୟଙ୍କର ସାମୁଦ୍ରିକ ଝଡ଼ ଭାବେ ରାଜ୍ୟକୁ ଛାରଖାର କରିଥିଲା ଫନି । ଦେଖୁ ଦେଖୁ କେଇ ଘଣ୍ଟା ମଧ୍ୟରେ ବିକଟାଳ ଶବ୍ଦ କରି ସବୁକିଛି ଛାରଖାର କରିଦେଇ ଓଡ଼ିଶା ଛାତିରେ ଦାଗ ଦେଇ ଚାଲିଯାଇଥିଲା ବାତ୍ୟା ଫନି।

ଫନିକୁ ପୂରିଲା ୫ ବର୍ଷ: ଆଜି ବି ସତେଜ ରହିଛି ପ୍ରକୃତିର ସେହି ତାଣ୍ଡବ

ଭୁବନେଶ୍ୱର: ଆଜିର ଦିନରେ ତାଣ୍ଡବ ରଚିଥିଲା ବାତ୍ୟା ଫନି। ଫନିକୁ ୫ ବର୍ଷ ପୂରିଛି । ପୁରୀରେ ଫଣା ଟେକି ଓଡ଼ିଶାର ସବୁଜିମା ସୌନ୍ଦର୍ଯ୍ୟକୁ ଛାରଖାର କରିଦେଇଥିଲା ଫନି । ୧୯୯୯ ମହାବାତ୍ୟା ପରେ ଦ୍ୱିତୀୟ ଭୟଙ୍କର ସାମୁଦ୍ରିକ ଝଡ଼ ଭାବେ ରାଜ୍ୟକୁ ଛାରଖାର କରିଥିଲା ଫନି । ଦେଖୁ ଦେଖୁ କେଇ ଘଣ୍ଟା ମଧ୍ୟରେ ବିକଟାଳ ଶବ୍ଦ କରି ସବୁକିଛି ଛାରଖାର କରିଦେଇ ଓଡ଼ିଶା ଛାତିରେ ଦାଗ ଦେଇ ଚାଲିଯାଇଥିଲା ବାତ୍ୟା ଫନି।

ଗତ ୫ ଦଶନ୍ଧି ମଧ୍ୟରେ ଖାସ କରି ମେ’ ମାସରେ ୯ରୁ ଅଧିକ ସାମୁଦ୍ରିକ ଝଡ଼ ଦେଖିବାକୁ ମିଳିଛି । କିନ୍ତୁ ଏହା ମଧ୍ୟରୁ ଫନି ରୂପରେଖ ସବୁ ସାମୁଦ୍ରିକ ଝଡ଼ଠୁ ପାଣିପାଗ ବିଶେଷଜ୍ଞଙ୍କୁ ଚକିତ କରିଥିଲା । କାରଣ ଫନି ସମୁଦ୍ର ଭିତରେ ରହି ଭୟଙ୍କର ବଳ ନେଇ ପ୍ରଳୟ ରଚିଥିଲା।

କେଉଁଠି ଗଛ ଭାଙ୍ଗି ରାସ୍ତାଘାଟ ଜାମ୍ ହୋଇଥିଲା ତ, ଆଉ କେଉଁଠି ବର୍ଷା ପାଣି ଜମିଯାଇଥିଲା ।  ସତେ ଯେମିତି ବର୍ଷା ଆଉ ପବନ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା। ଭଳି ଆଗପଛ ହୋଇ ରଚିଚାଲିଥିଲେ ତାଣ୍ଡବ ।  ପୁରୀ ହେଉ କି ଭୁବନେଶ୍ୱର କେଉଁଠି ଟାୱାର ଭାଙ୍ଗିଥିଲା କେଉଁଠି ସ୍ମାର୍ଟସିଟିର ସୌନ୍ଦ୍ୟର୍ଯ୍ୟକୁ ସ୍ତବ୍ଧ କରିଦେଇଥିଲା ଫନି।ସେହି ପ୍ରଳୟଙ୍କରୀ ଦିନ ଆଜିବି ମନେ ପଡ଼ିଲେ ରୁମ ଟାଙ୍କୁରି ହୋଇଉଠେ। ମନେପଡେ ସେ ପବନର ଘୋ ଘୋ ଗର୍ଜନ ତ ମନେପଡେ ସେଇ ପ୍ରକୃତିକୁ ଖିନଭିନ କରି ଦେଇଥିବା କଳରୁପୀ ରାକ୍ଷସ।

ଫନିକୁ ୫ ବର୍ଷ ପୂରିଥିବାବେଳେ ଏବେ ବି ସେଦିନର କଥା ମନେପକାଇଲେ ଲୋମ ଟାଙ୍କୁରି ଉଠୁଛି । ହୃଦଘାତ ହେଲା ଭଳି ପ୍ରଚଣ୍ଡ ଶବ୍ଦ, ପବନର ବେଗ ଆଉ ବର୍ଷାର ବିକଟାଳ ରଡ଼ି ଭିତରେ ଜନଜୀବନ ସ୍ତବ୍ଧ ହୋଇପଡ଼ିଥିଲେ । ସୌନ୍ଦର୍ଯ୍ୟତା ଶ୍ରୀହିନ ହୋଇପଡ଼ିଥିଲା, ବିଭିନ୍ନ ଜିଲ୍ଲାରେ ଜୀବନ-ଜିବିକା ଉଜୁଡ଼ି ପଡ଼ିଥିଲା । ଯିଏ ବାତ୍ୟା ଫନିର ଫଣା ଦେଖିଛି ସେ ଏଭଳି ଝଡ଼ ତୋଫାନର ଅନୁଭୂତିକୁ ବଖାଣିବା ପାଇଁ ବି ଥରିଉଠିବ ।

Writing By- Tapasa gyanadarsini samal

Also Read- Top 10 News Today: ରାତି ପାହିଲେ ନିର୍ବାଚନ ଫଳ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର