Angul News: ଗୁପ୍ତଧନ ପାଇଁ ନାବାଳକକୁ ବଳି ! ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?
Advertisement
Article Detail0/zeeodisha/odisha1803484

Angul News: ଗୁପ୍ତଧନ ପାଇଁ ନାବାଳକକୁ ବଳି ! ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

Angul News: ଅନୁଗୁଳ  ଜିଲ୍ଲା ଆଠମଲ୍ଲିକରେ ନାବାଳକକୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି।  ଏ-ହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

Angul News: ଗୁପ୍ତଧନ ପାଇଁ ନାବାଳକକୁ ବଳି ! ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

Angul News: ଆଜିବି ଅନ୍ଧ ବିଶ୍ବାସର ଅନ୍ଧ ଗଳିରେ ମଣିଷ । ଗୁପ୍ତଧନ ପାଇଁ ନାବାଳକକୁ(minor death) ଦିଆଯାଇଛି ବଳି ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଅନୁଗୁଳ (Angul) ଜିଲ୍ଲା ଆଠମଲ୍ଲିକରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଏବଂ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି (angul minor death case) । କିଭଳି ସ୍ଥିତିରେ ନାବାଳକକୁ ବଳି ଦିଆଯାଇଛି ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ଏବଂ ଏ-ହି ଘଟଣାରେ ପୋଲିସ୍  ମଙ୍ଗଳା କୋଠିର ସାଧିକାଙ୍କ ସମେତ ତାଙ୍କ ତିନି ପୁଅଙ୍କୁ ଗିରଫ (arrest 4 Accused) କରି କୋର୍ଟ ଚାଲଣ କରିଛି । ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

Also Read: Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା! ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Also Read: Shukra Gochar 2023: କର୍କଟ ରାଶିକୁ ଚଳନ କରିବେ ଶୁକ୍ର ,ଏହି ତିନି ରାଶିଙ୍କ ଜୀବନରେ ମାଡି ଆସିବ ବଡ଼ ବିପଦ!

ସୂଚନା ଅନୁସାରେ,ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଗାଁର ନାବାଳକ ସଞ୍ଜୀବ ବିଶ୍ବାଳ । ଅଧିକାଂଶ ସମୟରେ ସଞ୍ଜୀବ ଅସୁସ୍ଥ ରୁହନ୍ତି । ଯାହାକୁ ନେଇ ଚିନ୍ତିତ ରୁହନ୍ତି ତାଙ୍କ ମାଆ ବାସନ୍ତୀ ବିଶ୍ବାଳ। କିନ୍ତୁ ଗତ ୨୨ ତାରିଖ ଦିନ ବାସନ୍ତୀ ନିଜ ପୁଅ ସହ ଟୁସର ଗାଁର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ତାଙ୍କ ଘରେ ସଞ୍ଜୀବର ଦେହ ଅସୁସ୍ଥ ହୋଇପଡିଥିଲା । ସଞ୍ଜୀବ ଅସୁସ୍ଥ ଥିବା ଦେଖି ଗାଁରେ ଥିବା  ଜଣେ ସାଧିକା ରୀତାଞ୍ଜଳୀ ବାଘଙ୍କ ଘର (ମଙ୍ଗଳା କୋଠୀ)(mangala kothi) ଯିବାକୁ କହିଥିଲେ ସମ୍ପର୍କୀୟ । ଏ-ହାପରେ  ସମ୍ପର୍କୀୟଙ୍କ କଥା ମାନି, ରୀତାଞ୍ଜଳୀଙ୍କ ମଙ୍ଗଳା କୋଠିରେ ପହଞ୍ଚିଥିଲେ ମାଆ ପୁଅ ।  ରୀତାଞ୍ଜଳୀଙ୍କୁ ପୁଅର ଅସୁସ୍ଥତା ନେଇ ସମସ୍ତ କଥା କହିଥିଲେ ବାସନ୍ତୀ । ପରେ,  ମଙ୍ଗଳା କୋଠରୀରେ ରାତିରେ ସଞ୍ଜୀବ ଶୋଇଲେ ଭଲ ହୋଇଯିବ ବୋଲି ମଙ୍ଗଳା କୋଠୀର ସାଧିକା ରୀତାଞ୍ଜଳୀ କହିଥିଲେ। ପରେ ମଙ୍ଗଳା କୋଠୀରେ ସେହି ରାତିରେ ସଞ୍ଜୀବ ଶୋଇଥିବା ବେଳେ ବାସନ୍ତୀ ମଙ୍ଗଳା କୋଠୀର ବାରଣ୍ତାରେ  ସାଧିକାଙ୍କ କଥା ମାନି ଶୋଇଥିଲେ।  ସକାଳୁ ଉଠି ଦେଖିଲା ବେଳକୁ ସଞ୍ଜୀବର ଚପଲ ଅଛି କିନ୍ତୁ ସେହି କାଠରୀରେ ସଞ୍ଜୀବ ନାହିଁ । ବହୁ ଖଜାଖୋଜି କଲା ପରେ ସଞ୍ଜୀବର ମୃତଦେହ ବାରେଣୀ ଗ୍ରାମ୍ୟ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ  ମିଳିଥିଲା । ଏପରିକି ଶରୀରରେ ଅଧା ଅଂଶ ନଥିବା ଦେଖିବାକୁ ମିଳିଥିଲା। 

ଘଟଣା ଜଣାପଡିବା ପରେ ସେହି ଅଂଚଳରେ ହଜାର ହଜାର ଲୋକଙ୍କ ଭିଡ଼ ଜମାଇଥିଲେ। ଘଟଣା ସ୍ଥଳରେ କିଆକଟା IIC ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ନାବାଳକର ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଲୋକମାନେ ବାରେଣୀ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ରାସ୍ତାରୋକ ଠାରୁ କିଛି ଦୂରରେ ଥିବା ପୋଲିସ ଗାଡ଼ିକୁ ମଧ୍ୟ ଜଳାଇ ଦେଇଥିଲେ। ତେବେ ପୋଲିସ୍ ଗାଡିରେ କିଏ ନିଆଁ ଲଗାଇଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତେବେ, ସାଧିକା ଓ ତାଙ୍କ ପରିବାର ଗୁପ୍ତଧନ ପାଇଁ ତନ୍ତ୍ର ସାଧନା କରି ନାବାଳକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ, ଏହି ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ତେବେ, ଅଭିଯୁକ୍ତମାନେ ହେଲେ, ଟୁସର ଗାଁ ମଙ୍ଗଳା କୋଠିର ସାଧିକା ରୀତାଞ୍ଜଳୀ ବାଘ ଏବଂ ତାଙ୍କ ତିନି ପୁଅ ଦିବ୍ୟରଞ୍ଜନ,ଜ୍ୟୋତିରଞ୍ଜନ ଓ ସୌମ୍ୟରଞ୍ଜନ । ରୀତାଞ୍ଜଳିଙ୍କ ତିନି ପୁଅ ସମସ୍ତେ ସାବାଳକ ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଏସପି ।