କଫ ସିରପ୍ ଉପରେ ଲାଗିଲା ବ୍ୟାନ୍, ୪ବର୍ଷରୁ କମ ପିଲାଙ୍କୁ ମନା
Advertisement
Article Detail0/zeeodisha/odisha2021635

କଫ ସିରପ୍ ଉପରେ ଲାଗିଲା ବ୍ୟାନ୍, ୪ବର୍ଷରୁ କମ ପିଲାଙ୍କୁ ମନା

ପୂର୍ବରୁ ଅନେକ ସ୍ଥାନରେ ପ୍ରସ୍ତୁତ କଫ ସିରପ ସେବନ କାରଣରୁ ଶତାଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିଲା ।

କଫ ସିରପ୍ ଉପରେ ଲାଗିଲା ବ୍ୟାନ୍, ୪ବର୍ଷରୁ କମ ପିଲାଙ୍କୁ ମନା

ନୂଆଦିଲ୍ଲୀ: କଫ ସିରପ ଉପରେ ଲାଗିଲା ବଡ କଟକଣା । ଏଣିକି ୪ବର୍ଷରୁ କମ ବୟସର ପିଲାମାନଙ୍କୁ କଫ ସିରପ୍ ଦେବା ବାରଣ କରାଯାଇଛି । ଭାରତ ସରକାର ଏପରି ପଦକ୍ଷପ ନେଇଥିବା ଜଣାପଡିଛି । କଫ ସିରପ ସେବନ କାରଣରୁ ଅନେକ ଶିଶୁଙ୍କ ମୃତ୍ୟୁ ହେବା ନେଇ ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଶିଶୁମାନଙ୍କ ପାଇଁ ଥଣ୍ଡା ଓ କାଶ ସମୟରେ ବ୍ୟବହୃତ ହେଉଥିବା କିଛି କାଶ ଓ ଥଣ୍ଡା ମେଡିସିନକୁ ମଧ୍ୟ ବ୍ୟାନ କରାଯାଇଛି ।

ରାଏଟର୍ସରେ ଏନେଇ ଏକ ଖବର ପ୍ରକାଶ ପାଇଛି ଯେଉଁଥିରେ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ମା, ବାପାଙ୍କ ଜାଣିବା ନିମନ୍ତେ ଉପାଦେୟ ତଥ୍ୟ ପ୍ରଦାନ କରାଯାଇଛି । ଅନୁମୋଦିତ ଅସ୍ୱୀକୃତ ଆଣ୍ଟି ଡ୍ରଗ୍ ଫର୍ମୁଲେଶନକୁ ନେଇ ଚିନ୍ତା ପ୍ରକଟ ହେବା ପରେ ଏହି ପରାମର୍ଶ ଦିଆଯାଇଛି। ୨୦୧୯ ମସିହା ପରଠୁ କିଛି ଘରୋଇ କଫ ସିରପ ପ୍ରସ୍ତୁତକାରୀ କମ୍ପାନିଙ୍କ କାରଣରୁ କିଛି ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ବିଗତ ବର୍ଷରେ ଗାମ୍ୱିଆ ସେତ ଉଜବେକିସ୍ତାନ ଓ କାମେରୁନରୁ ଏପରି ସାଂଘାତିକ ଅଭିଯୋଗ ଆସିଥିବା କୁହାଯାଇଛି । ଅଭିଯୋଗ ଆଧାରରେ ଉକ୍ତ କଫ ସିରପ୍ ଭାରତରେ ହିଁ ପ୍ରସ୍ତୁତ ହୋଇଥିଲା । ଏହା ପରେ ଫାର୍ମାସ୍ୟୁଟିକାଲ ରପ୍ତାନୀର ଗୁଣବତ୍ତା ଉପରେ ବିଭିନ୍ନ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ ଡିସେମ୍ବର ୧୮ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସର୍ବସାଧାରଣରେ କୁହାଯାଇଛି ଯେ, ଔଷଧ ଉତ୍ପାଦନକାରୀଙ୍କୁ ସେମାନଙ୍କ ଉତ୍ପାଦ ଉପରେ ସତର୍କ ସୂଚନା ଲଗାବାକୁ ହେବ । ଉକ୍ତ ବୋତଲରେ ଏହା ଲେଖାଯିବ ଯେ, ଏହା ୪ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଉପଯୁକ୍ତ ନୁହେଁ ।

Also Read- କମାଲ୍ କଲେ ଏହି କ୍ରିକେଟରଙ୍କ ପୁଅ, ଦମଦାର ବ୍ୟଟିଂ କରି ଜିତାଇଲେ ମ୍ୟାଚ୍

Also Read- କୁଚିଣ୍ଡାକୁ ଜିଲ୍ଲା ଘୋଷଣା ଦାବି, ୧୨ ଘଣ୍ଟିଆ ବନ୍ଦ କାରଣରୁ ଜନଜୀବନ ଠପ୍