Coronavirus New Guidelines: ବିଦେଶରେ ଦ୍ରୁତ ଗତିରେ ବଢ଼ୁଛି କୋରୋନା ମାମଲା, ଭାରତ ସରକାର ନେବାକୁ ଚାହୁଁନାହାଁନ୍ତି ରିସ୍କ; ଜାରି କଲେ ନୂଆ ଗାଇଡଲାଇନ୍
Advertisement

Coronavirus New Guidelines: ବିଦେଶରେ ଦ୍ରୁତ ଗତିରେ ବଢ଼ୁଛି କୋରୋନା ମାମଲା, ଭାରତ ସରକାର ନେବାକୁ ଚାହୁଁନାହାଁନ୍ତି ରିସ୍କ; ଜାରି କଲେ ନୂଆ ଗାଇଡଲାଇନ୍

Coronavirus New Guidelines: ଗତ କିଛି ଦିନ ହେବ ଏସବୁ ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସଂପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ସତର୍କ ମୋଡରେ ରହିବାକୁ କହିଛନ୍ତି । ଡାକ୍ତରଖାନା ଗୁଡ଼ିକରେ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଗାଇଡଲାଇନ୍ ଜାରି କରାଯାଇଛି । ଏହା ସହିତ ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ନୂତନ ଗାଇଡଲାଇନ୍ ଜାରି କରାଯାଇଛି ।

Coronavirus New Guidelines: ବିଦେଶରେ ଦ୍ରୁତ ଗତିରେ ବଢ଼ୁଛି କୋରୋନା ମାମଲା, ଭାରତ ସରକାର ନେବାକୁ ଚାହୁଁନାହାଁନ୍ତି ରିସ୍କ; ଜାରି କଲେ ନୂଆ ଗାଇଡଲାଇନ୍

Coronavirus New Guidelines: ଦେଶରେ କୋରୋନା ଭୂତାଣୁ (COVID 19) କୁ ନେଇ ସତର୍କତା ବଢ଼ାଇ ଦିଆଯାଇଛି । ଚୀନ, ଜାପାନ ସମେତ ଅନେକ ଦେଶରେ କୋରୋନା ଭୂତାଣୁ (Coronavirus) ପୁଣିଥରେ ଆତଙ୍କ ସୃଷ୍ଟି କରିବା ଆରମ୍ଭ କରିଦେଇଛି । ଗତ କିଛି ଦିନ ହେବ ଏସବୁ ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର (Indian Govt) ସଂପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ସତର୍କ ମୋଡରେ ରହିବାକୁ କହିଛନ୍ତି । ଡାକ୍ତରଖାନା ଗୁଡ଼ିକରେ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଗାଇଡଲାଇନ୍ ଜାରି କରାଯାଇଛି । ଏହା ସହିତ ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ନୂତନ ଗାଇଡଲାଇନ୍ ( COVID19 Guidelines) ଜାରି କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଜର ସଂଶୋଧିତ ଗାଇଡଲାଇନରେ ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀ ମାନଙ୍କୁ ୭୨ ଘଣ୍ଟା ପୂର୍ବରୁ RTPCR ଅପଲୋଡ୍ କରିବାକୁ ବାଧ୍ୟତାମୂଳକ କରିଛି । ଏହି ବ୍ୟବସ୍ଥା ମଧ୍ୟ Transiting ଯାତ୍ରୀ ମାନଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ଦେଶରେ ପହଞ୍ଚିବା ପରେ ଯାଞ୍ଚ ମଧ୍ୟ କରାଯିବ ବୋଲି କୁହାଯାଇଛି । କୋରୋନା ଭାଇରସ୍ ପ୍ରଭାବିତ ଦେଶକୁ ଯାତ୍ରା କରିବା ପରେ ଭାରତକୁ ଆସୁଥିବା ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବରୁ ନେଗେଟିଭ RTPCR ରିପୋର୍ଟ ଅପଲୋଡ୍ କରିବାକୁ ପଡିବ । ଏହା ସହିତ ଏକ ସେଲ୍ଫ-ଡିକ୍ଲେରେଶନ୍ ଫର୍ମ ପୂରଣ କରିବା ମଧ୍ୟ ଆବଶ୍ୟକ ହେବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଭାରତରେ ସୋମବାର ଦିନ ୧୭୩ ନୂଆ କୋରୋନା ଭାଇରସ୍ ସଂକ୍ରମଣ ରେକର୍ଡ ହୋଇଛି । ଯେତେବେଳେ କି ସକ୍ରିୟ ମାମଲା ୨,୬୭୦କୁ ଖସି ଆସିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ ମାମଲା ୪.୪୬ କୋଟି (୪,୪୬,୭୮,୮୨୨) ରେକର୍ଡ କରାଯାଇଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୫,୩୦,୭୦୭ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଯୋଗୁଁ ଗୋଟିଏ ମୃତ୍ୟୁ କେରଳରୁ ଓ ଗୋଟିଏ ଉତ୍ତରାଖଣ୍ଡରୁ ରିପୋର୍ଟ କରାଯାଇଛି । ପ୍ରତିଦିନ ସକାଳ ୮ଟାରେ ଡାଟା ଅପଡେଟ୍ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ବିଶ୍ୱକପ୍ ୨୦୨୩ ପାଇଁ ୨୦ ଖେଳାଳିଙ୍କୁ ସର୍ଟଲିଷ୍ଟ କଲା BCCI, ହର୍ଷ ଭୋଗଲେ କହିଲେ ସମ୍ଭାବ୍ୟ ନାମ

ଅଧିକ ପଢ଼ନ୍ତୁ:-ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-20 ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିବେ? ଜାଣନ୍ତୁ ପୂରା ଡିଟେଲ୍ସ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଟପ୍ ୫ ଖେଳାଳି ଖେଳିପାରିବେନି IPL! BCCIର ଆକ୍ସନ ବଢ଼ାଇଲା ଫ୍ୟାନ୍ସଙ୍କ ଟେନସନ୍

ସେପଟେ ରବିବାର ନୂଆଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲର ଡକ୍ଟର ଏମ ଭଲି କହିଛନ୍ତି ଯେ,  XBB.1.5 ର ନୂତନ କୋଭିଡ ଭାରିଆଣ୍ଟ ଭାରତରେ ଭାଇରାଲ ନୁହେଁ । କାରଣ ଜନସଂଖ୍ୟାର ୯୦ ପ୍ରତିଶତରେ ଟିକାକରଣ ହୋଇସାରିଛି । ସେ କହିଛନ୍ତି ଯେ ଭାରତରେ ୩୦-୪୦ ପ୍ରତିଶତ ଲୋକ ମଧ୍ୟ ବୁଷ୍ଟର ଡୋଜ ନେଇଛନ୍ତି ।