ମହାକାଶକୁ ନେଇ ଯାଉଥିବା ରକେଟରେ ଚନ୍ଦ୍ରୟାନ-୩, ISRO ସେୟାର କଲା ଆକର୍ଷଣୀୟ ଭିଡିଓ
Advertisement

ମହାକାଶକୁ ନେଇ ଯାଉଥିବା ରକେଟରେ ଚନ୍ଦ୍ରୟାନ-୩, ISRO ସେୟାର କଲା ଆକର୍ଷଣୀୟ ଭିଡିଓ

Chandrayaan-3: ଚନ୍ଦ୍ରଯାନ ମିଶନ ଆରମ୍ଭ ହେବ ଜୁଲାଇ ୧୩ରେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ

ମହାକାଶକୁ ନେଇ ଯାଉଥିବା ରକେଟରେ ଚନ୍ଦ୍ରୟାନ-୩, ISRO ସେୟାର କଲା ଆକର୍ଷଣୀୟ ଭିଡିଓ

Chandrayaan-3: ଚନ୍ଦ୍ରାୟନ -୩ ର ଲ ଲଞ୍ଚ ତାରିଖ ପାଖେଇ ଆସୁଛି । ଏହାକୁ ଜୁଲାଇ ୧୩ ରେ ଅପରାହ୍ନ ୨.୩୦ ରେ ଲଞ୍ଚ କରାଯିବ। ଏହି ଉତକ୍ଷେପଣର ପ୍ରସ୍ତୁତି ସମୟରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଚନ୍ଦ୍ରାୟନ -୩ କୁ ମହାକାଶକୁ ନେଇ ଯାଉଥିବା ରକେଟରେ ସଂଲଗ୍ନ କରିଛି। ବୁଧବାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ଜିଓସିଙ୍କ୍ରୋନସ୍ ଲଞ୍ଚ ଯାନ GSLV Mk-III ସହିତ ପେଲୋଡ୍ ଫାୟରିଂକୁ ସଂଲଗ୍ନ କରାଯାଇଥିଲା ।

ଚନ୍ଦ୍ରାୟଣ -୩ ମିଶନ ୧୩ ଜୁଲାଇରେ ଆରମ୍ଭ ହେବାକୁ ଯାଉଛି। ଏହା ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରର ଭୂବିଜ୍ଞାନକୁ ଅନୁସନ୍ଧାନ କରିବ। ୩୯୦୦ କିଲୋଗ୍ରାମ ମହାକାଶଯାନ (spaceship) ପ୍ରଥମେ UR ରାଓ ସାଟେଲାଇଟ୍ ସେଣ୍ଟର (Satellite Center)ରେ ରକେଟର ପେଲୋଡ୍ ଫାୟରି ଅର୍ଥାତ ଉପର ଅଂଶରେ ରଖା ଗଲା ଓ ତା'ପରେ ଏହାକୁ ରକେଟର ନିମ୍ନ ଭାଗରେ ସଂଲଗ୍ନ କରିବାକୁ ନିଆଗଲା । ଏହି ଅଂଶ ଏହାକୁ ପୃଥିବୀର କକ୍ଷପଥ ବାହାରେ ଠେଲି ଦେବ ଏବଂ ପୃଥିବୀଠାରୁ ପ୍ରାୟ ୩,୮୪,୦୦୦ କିଲୋମିଟର ଦୂରରେ ଥିବା ଚନ୍ଦ୍ର ଆଡକୁ ନେଇଯିବ । ISRO ମୁଖ୍ୟ ଏସ ସୋମନାଥ ନିକଟରେ ଘୋଷଣା କରିଛନ୍ତି, 'ଆମେ ଚନ୍ଦ୍ରରେ ଏକ ସଫ୍ଟ ଅବତରଣ (Soft landing) କରିବାକୁ ସମର୍ଥ ହେବୁ। ଜୁଲାଇ ୧୩ ହେଉଛି ପ୍ରଥମ ସମ୍ଭାବ୍ୟ ଉନ୍ମୋଚନ ଦିନ ଓ ଏହା ଜୁଲାଇ ୧୯ ପର୍ଯ୍ୟନ୍ତ ଯାଇପାରେ ।  ଏହାପୂର୍ବରୁ ସୋମନାଥ କହିଥିଲେ ଯେ ଜୁଲାଇ ୧୨ ଜୁଲାଇ ରୁ ୧୯ ମଧ୍ୟରେ ଲଞ୍ଚ ପାଇଁ ସମୟ ସ୍ଥିର କରାଯାଇଛି।

ରକେଟର ଉପରି ଭାଗରେ ଲଗାଯାଇଥିବା ପେଲୋଡ୍ ଫାୟରିଂ (Payload firing)ରେ  ଲ୍ୟାଣ୍ଡର୍, ରୋଭର୍ ସହିତ ପ୍ରୋପଲିସନ୍ ମଡ୍ୟୁଲ୍ ରହିଥାଏ, ଯାହା ଏହାକୁ ଅଲଗା ହେବା ପୂର୍ବରୁ ଚନ୍ଦ୍ରଠାରୁ ୧୦୦ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ପହଞ୍ଚାଇ ଦେବ।  ଭାରତୀୟ ସ୍ପେସ୍ ଏଜେନ୍ସି ISRO କହିଛି ଯେ ଲ୍ୟାଣ୍ଡ ବେଳେ ଏକ ନିର୍ଦ୍ଦିଷ୍ଟ ଚନ୍ଦ୍ର ସ୍ଥାନରେ ଭଲ ଅବତରଣ କରିବା ଓ ରୋଭରକୁ ନିୟୋଜନ କରିବାର କ୍ଷମତା ରହିବ ଯାହାକି ଚଳପ୍ରଚଳ ସମୟରେ ଚନ୍ଦ୍ର ପୃଷ୍ଠର ରାସାୟନିକ ବିଶ୍ଳେଷଣ (Chemical analysis) କରିବ । ଚନ୍ଦ୍ରାୟନର ଦୁଇଟି ମିଶନ ପରେ ଏହି ଉଚ୍ଚାଭିଳାଷୀ ମିଶନ ତୃତୀୟ ପ୍ରୟାସ ହେବ । ୨୦୧୯ ରେ ଚାରି ବର୍ଷ ପୂର୍ବେ ଚନ୍ଦ୍ରାୟନ -୨ ଚନ୍ଦ୍ର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚନ୍ଦ୍ରାୟଣ -୩ ମିଶନ ଚନ୍ଦ୍ରର ଦକ୍ଷିଣ ଧୃବିୟ ଅଞ୍ଚଳକୁ ଅନୁସନ୍ଧାନ କରିବ ଓ ଚନ୍ଦ୍ର ପୃଷ୍ଠରେ ଭଲ ଅବତରଣ କରିବାକୁ ଚେଷ୍ଟା କରିବ, ଯାହା ଭାରତ ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ପୃଥିବୀର ଚତୁର୍ଥ ଦେଶ ହେବ।

ଚନ୍ଦ୍ରାୟଣ -୩ ମିଶନର ଉଦ୍ଦେଶ୍ୟ 

ଚନ୍ଦ୍ରାୟନ ୨ ପରେ ଏହା ଭାରତର ତୃତୀୟ ଚନ୍ଦ୍ର ମିଶନ ଅଟେ। ଏଥିରେ ଏକ ସ୍ୱଦେଶୀ ଲ୍ୟାଣ୍ଡର ମଡ୍ୟୁଲ୍ (LM), ପ୍ରପୁଲସନ୍ ମଡ୍ୟୁଲ୍ (PM) ଏକ ରୋଭର ରହିଥାଏ, ଯାହାର  ଉଦ୍ଦେଶ୍ୟ ଅନ୍ତରଗ୍ରହୀୟ ମିଶନ ପାଇଁ ଆବଶ୍ୟକ ନୂତନ ଜ୍ଞାନ କୌଶଳର ବିକାଶ ଏବଂ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ସୂଚନାନୁସାରେ ୨୨ ଜୁଲାଇ ୨୦୧୯ ରେ ଚନ୍ଦ୍ରାୟଣ -୨ ଲଞ୍ଚ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ଲ୍ୟାଣ୍ଡର୍, ରୋଭରର ସେହି ପୁରୁଣା ନାମ ରହିବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ସ୍ପେସ୍ ରିସର୍ଚ୍ଚ Indian (Council of Space Research) ଚନ୍ଦ୍ରାୟାନ -୩ ର ଲ୍ୟାଣ୍ଡର୍ ଓ ରୋଭରକୁ ଚନ୍ଦ୍ରାୟାନ-୨ର ସମାନ ନାମ ରଖିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଲ୍ୟାଣ୍ଡରର ନାମ ବିକ୍ରମ ରଖାଯିବ, ଯାହା ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସାରାଭାଇଙ୍କ ନାମରେ ରଖାଯାଇଛି ଏବଂ ରୋଭରର ନାମ ପ୍ରଜ୍ଞାନ ରହିବ ।

Also read- Actress Sana Khan: ବାହାଘର ୩ ବର୍ଷ ପରେ ଖୁସି ଖବର, ମାଆ ହେଲେ ସାନା ଖାନ୍