Old Pension Scheme: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର; ଅର୍ଥମନ୍ତ୍ରୀଙ୍କ ଘୋଷଣା, ପେନସନ୍ ଯୋଜନାରେ ହେବ ପରିବର୍ତ୍ତନ!
Advertisement

Old Pension Scheme: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର; ଅର୍ଥମନ୍ତ୍ରୀଙ୍କ ଘୋଷଣା, ପେନସନ୍ ଯୋଜନାରେ ହେବ ପରିବର୍ତ୍ତନ!

National Pension System: ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ସେପଟେ ବର୍ତ୍ତମାନ ସରକାରୀ କର୍ମଚାରୀମାନେ କ୍ରମାଗତ ଭାବରେ ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବା ପାଇଁ ଦାବି କରୁଛନ୍ତି । ଏ ସମ୍ପର୍କରେ ଅନେକ ସ୍ଥାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ ରଦ୍ଦ କରାଯାଇଥିଲା । 

Old Pension Scheme: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର; ଅର୍ଥମନ୍ତ୍ରୀଙ୍କ ଘୋଷଣା, ପେନସନ୍ ଯୋଜନାରେ ହେବ ପରିବର୍ତ୍ତନ!

Pension Scheme: ଆଜିକାଲି ପୁରୁଣା ପେନସନ ସ୍କିମ୍ (OPS) କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ସରକାରୀ କର୍ମଚାରୀମାନେ କ୍ରମାଗତ ଭାବରେ ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବା ପାଇଁ ଦାବି କରୁଛନ୍ତି । ଏ ସମ୍ପର୍କରେ ଅନେକ ସ୍ଥାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ସମୟ ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଜାତୀୟ ପେନସନ୍ ସିଷ୍ଟମ (National Pension System) କୁ ସଂଶୋଧନ କରିବାକୁ ଏକ କମିଟି ଗଠନ ଲାଗି ଅର୍ଥ ମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଫାଇନାନ୍ସ ବିଲ୍ ୨୦୨୩ର ବିଚାର ଓ ପାରିତ ସମୟରେ ଲୋକସଭାରେ ଭାଷଣ ଦେଇ ଅର୍ଥ ମନ୍ତ୍ରୀ ସୀତାରମଣ (Nirmala Sitharaman) କହିଛନ୍ତି ଯେ, କମିଟିର ଅଧ୍ୟକ୍ଷତା ଅର୍ଥ ସଚିବ କରିବ । ଏହି କମିଟି କର୍ମଚାରୀଙ୍କ ଆବଶ୍ୟକତା ଓ ଆର୍ଥିକ ଚତୁରତା ମଧ୍ୟରେ ସନ୍ତୁଳନ ରକ୍ଷା କରିବ । 

ଅର୍ଥ ମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ପାଇଁ ଜାତୀୟ ପେନସନ୍ ବ୍ୟବସ୍ଥା (NPS) ରେ ସଂସ୍କାର ଆଣିବାର ଆବଶ୍ୟକତା ରହିଛି । ତେଣୁ ପେନସନର ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ଅର୍ଥ ସଚିବଙ୍କ ଅଧୀନରେ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଆର୍ଥିକ ଚତୁରତା ବଜାୟ ରଖିବା ସହିତ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ପନ୍ଥା ପ୍ରସ୍ତୁତ କରାଯାଉଛି ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରହଣ କରିବାକୁ ଏହି ପଦ୍ଧତି ଡିଜାଇନ କରାଯିବ । ଏଥି ସହିତ ଶାସକ ଦଳ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି ।  ଆପଣଙ୍କୁ କହି ରଖୁଛୁ ଯେ ପୁରୁଣା ପେନସନ ସ୍କିମ୍ ଓ ନୂତନ ପେନସନ ସ୍କିମ୍ ଆଜିକାଲି ଅନେକ ଚର୍ଚ୍ଚାରେ ଅଛି । ୨୦୦୪ ମସିହାରୁ ଦେଶରେ ନୂତନ ପେନସନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ତେବେ ନିକଟ ଅତୀତରେ କିଛି ରାଜ୍ୟ ପୁରୁଣା ପେନସନ ଯୋଜନା ଆପଣାଇଛନ୍ତି ।

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ଭଣ୍ଡାରରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

ଅଧିକ ପଢ଼ନ୍ତୁ-ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଦଳିଗଲା ପ୍ଲାନ୍, BCCI ହଠାତ୍ କଲା ବଡ଼ ପରିବର୍ତ୍ତନ!

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମୁଖ୍ୟମନ୍ତ୍ରୀ ବଢ଼ାଇଲେ ୪ ପ୍ରତିଶତ ମହଙ୍ଗା ଭତ୍ତା

ଅଧିକ ପଢ଼ନ୍ତୁ-କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ନେଇ କର୍ମଚାରୀଙ୍କୁ କହିଲେ ଏହି କଥା