Budget 2024: ଆହୁରୀ ସୁବିଧା ହେବ ବିମାନଯାତ୍ରା, ଉଡାଣ ଯୋଜନାରେ ୫୭୦ ନୂଆ ଏୟାର ରୁଟ୍
Advertisement
Article Detail0/zeeodisha/odisha2089373

Budget 2024: ଆହୁରୀ ସୁବିଧା ହେବ ବିମାନଯାତ୍ରା, ଉଡାଣ ଯୋଜନାରେ ୫୭୦ ନୂଆ ଏୟାର ରୁଟ୍

Budget 2024: ବଜେଟ୍ ଉପସ୍ଥାପନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଲକ୍ଷ୍ୟ ରହିଛି । ବିମାନଯାତ୍ରା ଏବଂ ରେଳ ଷ୍ଟେସନ ଉପରେ ସରକାରଙ୍କ ଫୋକସ ରହିଛି ।

Budget 2024: ଆହୁରୀ ସୁବିଧା ହେବ ବିମାନଯାତ୍ରା, ଉଡାଣ ଯୋଜନାରେ ୫୭୦ ନୂଆ ଏୟାର ରୁଟ୍

Budget 2024: ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଲକ୍ଷ୍ୟ ରହିଛି । ବିମାନଯାତ୍ରା ଏବଂ ରେଳ ଷ୍ଟେସନ ଉପରେ ସରକାରଙ୍କ ଫୋକସ ରହିଛି ।

ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆସିବା ଏବଂ  ପର୍ଯ୍ୟଟକଙ୍କ ସୁବିଧା ପ୍ରତି ଧ୍ୟାନ ଦିଆଯିବ । ଦେଶୁ ବିଭିନ୍ନ ପ୍ରାନ୍ତରୁ ନୂଆ ବିମାନ ପଥ କରାଯିବା ନେଇ ସରକାର ଯୋଜନା କରୁଛନ୍ତି । ଉଡାଣ ଯୋଜନା ମାଧ୍ୟମରେ ୫୭୦ଟି ନୂଆ ଏୟାରଲାଇନ୍ସ ରୁଟ୍ ହେବ । ଏଥିସହିତ ରେଳ ଚଳାଚଳ ଓ ଷ୍ଟେଶନ ଉପରେ ମଧ୍ୟ ଧ୍ୟାନ ଦିଆଯିବ । ବନ୍ଦେ ଭାରତ ଏକ୍ସପ୍ରେସରେ ଲୋକ କିପରି ଅଧିକ ସୁବିଧା ପାଇବେ ସେନେଇ ଯୋଜନା ରହିଛି । ୪୦ ହଜାର ସାଧାରଣ ବଗିକୁ ବଦଳାଯାଇ ବନ୍ଦେ ଭାରତ ବଗିକୁ ରୂପାନ୍ତରଣ କରାଯିବ ।

ଏଥିସହ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରାୟ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି ସରକାର । କେବଳ ସେତିକି ନୁହେଁ ପ୍ରାୟଃ ସମସ୍ତ ବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ କାର୍ଯ୍ୟକ୍ରମମାନ କରାଯାଉଛି । ସବକା ସାଥ ସବକା ବିକାଶ ନାରା ସଠିକ୍ ଭାବରେ ଚାଲୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ନିଜ ମନ୍ତବ୍ୟରେ ନିର୍ମଳା କହିଛନ୍ତି ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଆସନ୍ତା ୨୦୪୭ ମସିହା ସୁଦ୍ଧା ଦେଶ ବିକଶିତ ରାଷ୍ଟ୍ର ଭାବେ ଗଣନା ହେବ ବୋଲି ଲକ୍ଷ ରଖାଯାଇଛି । ଏଥିସହିତ ଅର୍ଥମନ୍ତ୍ରୀ ପିଏମ କୃଷକ ସମ୍ମାନ ନିଧି ଲାଭ, ଡିବିଟି ଏବଂ ଜନଧନ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ସହାୟତା ମିଳୁଥିବା କଥା କହିଥିଲେ ।

Also Read- Budget 2024: 'ମିଳିବ ୨କୋଟି ପକ୍କା ଘର' ଅର୍ଥମନ୍ତ୍ରୀ

Also Read- Budget 2024: 'ମୋଦୀ ସରକାର ସମୟରେ ଗରିବୀ ହ୍ରାସ ପାଇଛି' ଅର୍ଥମନ୍ତ୍ରୀ