Illia Golem Dies: ୬୧ ଇଞ୍ଚ ଛାତି...୨୫ ଇଞ୍ଚର ବାହୁ, ଦୈନିକ ଖାଉଥିଲେ ୧୦ ଲୋକଙ୍କ ଖାଦ୍ୟ, ୩୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଲେ ଏହି ବଡି ବିଲ୍ଡର
Advertisement
Article Detail0/zeeodisha/odisha2427348

Illia Golem Dies: ୬୧ ଇଞ୍ଚ ଛାତି...୨୫ ଇଞ୍ଚର ବାହୁ, ଦୈନିକ ଖାଉଥିଲେ ୧୦ ଲୋକଙ୍କ ଖାଦ୍ୟ, ୩୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଲେ ଏହି ବଡି ବିଲ୍ଡର

Illia Golem Dies: ଜଣାଶୁଣା ବେଲାଋଷ ବଡି ବିଲଡର ଇଲିଆ ଗୋଲେମଙ୍କର ୩୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁର କାରଣ ହୃଦଘାତ ଥିଲା। ପଢ଼ନ୍ତୁ ପୂରା ଖବର।

 

Bodybuilder Illia Golem Dies

Bodybuilder Illia Golem Dies: ଅନେକ ଲୋକ ଫିଟନେସ୍ ପାଇଁ ପ୍ରତିଦିନ ବ୍ୟାୟାମ କରନ୍ତି। କୁହାଯାଏ ଯେ ଏହା ହୃଦୟ ଏବଂ ମନକୁ ସୁସ୍ଥ ରଖେ, କିନ୍ତୁ ବେଳେବେଳେ ସୁପର ଫିଟ୍ ଥିବା ଲୋକଙ୍କ ହଠାତ୍ ମୃତ୍ୟୁ ଆଶ୍ଚର୍ଯ୍ୟ ସମସ୍ତଙ୍କୁ କରିଦିଏ। ବେଲା ଋଷରୁ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି।

ମନଷ୍ଟାର ବଡି ବିଲଡର ଭାବରେ ଜଣାଶୁଣା ଇଲିଆ ଗୋଲେମଙ୍କର ୩୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଲୋକଙ୍କୁ ଚକିତ କରିଛି। ୬ ସେପ୍ଟେମ୍ବରରେ ବେଲା ଋଷର ବାସିନ୍ଦା ଇଲିଆ ଗୋଲେମଙ୍କ ହୃଦଘାତ ହୋଇଥିଲା। ଏହାପରେ ତାଙ୍କ ପତ୍ନୀ ଆନ୍ନା ସି.ପିଆର କରିଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିଲା। ପରେ ତାଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରି ନାହିଁ। ସେ ନିଜକ ୬୧-ଇଞ୍ଚ ଛାତି ଓ ୨୫-ଇଞ୍ଚ ବାଇସେପ୍ସ ପାଇଁ ପ୍ରସିଦ୍ଧ ଥିଲେ।

ଗୋଲେମ ଦିନକୁ ସାତଥର ଖାଉଥିଲେ। ସେ ପ୍ରତିଦିନ ୧୬,୫୦୦ କ୍ୟାଲୋରୀ ଖାଉଥିଲେ। ଯେଉଁଥିରେ ୧୦୮ ଖଣ୍ଡ ସୁଶି ଏବଂ ଦୁଇ କିଲୋଗ୍ରାମରୁ ଅଧିକ ଷ୍ଟିକ୍ (ମାଂସ) ସାମିଲ ଥିଲା। ଗୋଲେମ '୩୪୦ ପାଉଣ୍ରଡ ପଶୁ' ଓ ମ୍ୟୁଟାଣ୍ଟ ଭାବରେ ପ୍ରସିଦ୍ଧ ଥିଲେ। ତାଙ୍କର ଉଚ୍ଚତା ୬ ଫୁଟ ୧ ଇଞ୍ଚ ଥିଲା।

ତାଙ୍କ ପତ୍ନୀ ଗୋଲେମଙ୍କ ହସ୍ପିଟାଲର ଦିନଗୁଡ଼ିକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ ମୁଁ ତାଙ୍କ ସହ ଦୁଇ ଦିନ ରହିଥିଲି ଏବଂ ଆଶା କରିଥିଲି ଯେ ତାଙ୍କ ହୃଦୟ ପୁଣି ଥରେ ଧକ୍ ଧକ୍ ହେବା ଆରମ୍ଭ କରିବ, କିନ୍ତୁ ଡାକ୍ତରଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ମୋତେ ଭୟଙ୍କର ଖବର ଦେଇଥିଲେ ଯେ ତାଙ୍କର ବ୍ରେନ୍ ଡେଡ୍ ହୋଇସାରିଛି।

ଗୋଲେମ ପ୍ରାୟତଃ ବେଞ୍ଚ ପ୍ରେସ୍ ବ୍ୟାୟାମ ସମୟରେ ୬୦୦ ପାଉଣ୍ଡ ଉଠାଇ ପାରନ୍ତି। ଏହା ସହିତ ସେ ୭୦୦ ପାଉଣ୍ଡର ଏକ ଡେଡଲିଫ୍ଟ କରିପାରନ୍ତି। ବିଶେଷ କଥା ହେଉଛି ଯେ ସେ ବୃତ୍ତିଗତ ଭାବରେ କୌଣସି ପ୍ରତିଯୋଗିତାରେ ଭାଗ ନେଇନଥିଲେ, କିନ୍ତୁ ସୋସିଆଲ ମିଡିଆରେ ସେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ୩ ଲକ୍ଷରୁ ଅଧିକ ଇନଷ୍ଟାଗ୍ରାମ ଫଲୋର୍ସ ଥିଲେ।

Also Read: Sitaram Yechury Dies: ସୀତାରାମ ୟେଚୁରୀଙ୍କର ଦେହାନ୍ତ, ୭୨ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ