X2 Launched: ଦୀପାବଳି ପୂର୍ବରୁ BMWର ନୂଆ ଉପହାର, ଲଞ୍ଚ ହେଲା SUV ଫେସ୍ ଲିଫ୍ଟ
Advertisement

X2 Launched: ଦୀପାବଳି ପୂର୍ବରୁ BMWର ନୂଆ ଉପହାର, ଲଞ୍ଚ ହେଲା SUV ଫେସ୍ ଲିଫ୍ଟ

BMW X2 Launched: ବଜାରରେ BMWର ନୂଆ X2 ମଡେଲ୍ ଲଞ୍ଚ ହୋଇଛି । ଦୁଇଟି ପାୱାର୍ ଟ୍ରେନ୍ ସହିତ କାରଟି ଗ୍ରାହକଙ୍କୁ ମିଳୁଛି । ତେବେ ଏହି ନୂଆ ମଡେଲ୍ ଗାଡି କେବେ ଭାରତରେ ଲଞ୍ଚ ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ।

X2 Launched: ଦୀପାବଳି ପୂର୍ବରୁ BMWର ନୂଆ ଉପହାର, ଲଞ୍ଚ ହେଲା SUV ଫେସ୍ ଲିଫ୍ଟ

BMW X2 Launched: କିଛି ଦିନ ପୂର୍ବରୁ ବିଏମଡବ୍ଲ୍ୟୁ ଏହାର କ୍ରସଓଭର X1ର ବୈଦ୍ୟୁତିକ କାର୍ ବଜାରରେ ଲଞ୍ଚ କରିବା ପରେ ବିଏମଡବ୍ଲୁ ଆଉ ଏକ ନୂଆ ଉପହାର ଆଣିଛି । କିଛି ଦିନ ପୂର୍ବରୁ କମ୍ପାନୀ ନୂଆ କାରଟିର ଟିଜର ରିଲିଜ୍ କରିଥିଲା । ବର୍ତ୍ତମାନ ଏହା ବଜାରରେ ଲଞ୍ଚ ହୋଇସାରିଛି । ବାସ୍ତବରେ କମ୍ପାନୀ ଏହାର ଫେସଲିଫ୍ଟ୍ SUV ର ନୂଆ ଜେନେରେସନକୁ ବଜାରରେ ଲଞ୍ଚ୍ କରିଛି । ବର୍ତ୍ତମାନ ଗ୍ରାହକଙ୍କ ସୁବିଧା ପାଇଁ ଏଥିରେ ଦୁଇଟି ପାୱାର୍ ଟ୍ରେନ୍ ଦିଆଯାଇଛି । ଏଥି ସହିତ ଏହି ନୂଆ ମେଡେଲ୍ କାରଟିରେ ଆପଣ ଅନେକ ପ୍ରକାରର ପରିବର୍ତ୍ତନ (changes) ଦେଖିବାକୁ ପାଇବେ । ତେବେ ଏହି ନୂଆ କାରଟି କେବେ ଭାରତରେ ପହଞ୍ଚିବ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । 

ପୂର୍ବ ଜେନେରେସ (previous generation) ଠାରୁ ରିଲିଜ୍ ହୋଇଥିବା ନୂଆ X2 ରେ ଅନେକ ପରିବର୍ତ୍ତନ ରଖିଛି କମ୍ପାନୀ । ଏହାର ଉପରପଟ କଭର କୁପେ ଶୈଳୀରେ ଦିଆଯାଇଛି । ଏହାର ବଡି ସହିତ ଚକ ଓ ରିଂରେ ମଧ୍ୟ ଆପଣ ପରିବର୍ତ୍ତନ ଦେଖିବାକୁ ପାଇବେ । ଏହା ସହିତ କାରରେ ଅପଡେଟ୍ ହୋଇଥିବା ଏଲଇଡି ହେଡଲ୍ୟାମ୍ପ ଏବଂ ଟେଲ ଲ୍ୟାମ୍ପ (Headlamp and tail lamp) ଯୋଗାଇ ଦିଆଯାଇଛି । କମ୍ପାନୀର ସିଗନେଚର ଡିଜାଇନ ଆସୁଥିବା କିଡନୀ ଗ୍ରିଲକୁ ମଧ୍ୟ ସୁନ୍ଦର ଭାବରେ ଆଲୋକ ହେବା ପାଇଁ ସଜ୍ଜା ଯାଇଛି । 

ଅଧିକ ସ୍ପେଶ୍
କାରର କ୍ୟାବିନକୁ ଏପରି ଆକର୍ଷଣୀୟ ଭାବରେ ଡିଜାଇନ୍ କରାଯାଇଛି ଯାହା ବ୍ୟବହାରକାରୀଙ୍କୁ ଖୁବ୍ ପସନ୍ଦ ଆସିବ । ଏହି ନୂଆ ଗାଡିର କ୍ୟାବିନରେ ପୂର୍ବାପେକ୍ଷା ସ୍ଥାନ ଯଥେଷ୍ଟ ବୃଦ୍ଧି (space increased) ପାଇଛି । ଏହି କାରରେ BMW ଇଣ୍ଟେଲିଜେଣ୍ଟ୍ ପର୍ସନାଲ ଆସିଷ୍ଟାଣ୍ଟ ଅଛି ଯାହା ଉଭୟ ସ୍ପର୍ଶ ଏବଂ ଭଏସ୍ କମାଣ୍ଡରେ କାର୍ଯ୍ୟକ୍ଷମ ହେବ (Both touch and voice commands will work) । ଏହି କାରଟିରେ BMWର iDrive 9 ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହି କାରଟିର ବିଶେଷତା ହେଉଛି ଏହା ଯେ, ଏହାର ଫୋଲଡେବଲ୍ ୧୦.୨୫ ଇଞ୍ଚ ପର୍ଯ୍ୟନ୍ତ ରହିଛି । ଏଥିରେ ଏକ ୧୦.୭ ଇଞ୍ଚ ଟଚ୍ ସ୍କ୍ରିନ ଇନଫୋଟେନ୍ମେଣ୍ଟ (Touch screen infotainment) ମଧ୍ୟ ରହିଛି। ଏହା ସହିତ କାରରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ଆପଣ ଉଭୟ ଫଟୋ ଓ ଭିଡିଓ (Photo and Video) ଉତ୍ତୋଳନ କରିପାରିବେ ।

ଶକ୍ତିଶାଳୀ ଇଞ୍ଜିନ୍
କାରରେ ୨.୦ ଲିଟର ୪ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ଅଛି । ଏହି ଇଞ୍ଜିନ୍ ୨୩୭ bhp ଏବଂ ଟର୍କ ୪୦୦ Nmର ଶକ୍ତି ଉତ୍ପାଦନ କରେ । ଏହି କାରର ସ୍ପିଡି ବଢାଇବା କ୍ଷମତା ମଧ୍ୟ ଖୁବ ଭଲ । ୬ ସେକେଣ୍ଡରେ ଏହା ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପହଞ୍ଚିପାରେ ଏହି କାର୍ । କାରର ଅନ୍ୟ ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ ଏହା ମଧ୍ୟ ଏକ ୨.୦ ଲିଟର ପେଟ୍ରୋଲ୍ ଇଞ୍ଜିନ୍ କିନ୍ତୁ ଏହା ୩୦୭ bhp ଶକ୍ତି ଏବଂ ଟର୍କ ୪ଶହ Nm ଉତ୍ପାଦନ କରିଥାଏ । ଏହି ଇଞ୍ଜିନ୍ ୫.୨ ସେକେଣ୍ଡରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପହଞ୍ଚିପାରେ । କମ୍ପାନୀ ଉଭୟ ଇଞ୍ଜିନ୍ ସହିତ ୭ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ (Automatic transmission) ମଧ୍ୟ ପ୍ରଦାନ କରିଛି । ତେବେ ଏହି କାର ଭାରତରେ କେବେ ଲଞ୍ଚ କରିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Also Read- ମହିଳାଙ୍କୁ ଦେଖିଲେ ମନରେ ଛନକା ! ୫୫ ବର୍ଷ ହେବ ନାରୀଙ୍କ ଛାଇ ପଡିବାକୁ ଦେଇନାହାନ୍ତି ଏହି ବ୍ୟକ୍ତି

Also Read- Vastu Tips: ଘରର ମୁଖ୍ୟଦ୍ବାରରେ ସିଞ୍ଚନ୍ତୁ ଏହି ପାଣି, ଶୀଘ୍ର ଧନୀ ହେବେ