Gopalganj: ୫ ହଜାରେ ବାଇକ୍, ୧୦ ହଜାରରେ କାର୍, ଏହି ଜିଲ୍ଲାରେ କବାଡି ଦରରେ ମିଳୁଛି ଗାଡି
Advertisement
Article Detail0/zeeodisha/odisha1702946

Gopalganj: ୫ ହଜାରେ ବାଇକ୍, ୧୦ ହଜାରରେ କାର୍, ଏହି ଜିଲ୍ଲାରେ କବାଡି ଦରରେ ମିଳୁଛି ଗାଡି

Gopalganj excise department: ଅଧିକାଂଶ ଲୋକ କାର ପାଇଁ ଆବେଦନ କରୁଛନ୍ତି । ସର୍ବନିମ୍ନ ମୂଲ୍ୟ ବହୁତ କମ୍ ରହିଛି । ସାଇକେଲ ପାଇଁ ୫୦ ରୁ ୧୦୦ ଟଙ୍କା, ବାଇକ୍ ପାଇଁ ୧୫୦୦ ରୁ ୫ ହଜାର ଟଙ୍କା, କାର ପାଇଁ ୧୦ ହଜାର ଟଙ୍କା ଥିବାବେଳେ ଟ୍ରକ୍ ପାଇଁ ୩୦ ହଜାର ଟଙ୍କା ସର୍ବନିମ୍ନ ମୂଲ୍ୟ ରହିଛି ।

ସୌ: ସୋସିଆଲ ମିଡିଆ

Gopalganj News: ଯଦି ଆପଣ ମଧ୍ୟ ଯାନବାହନକୁ ଭଲ ପାଆନ୍ତି ଓ ଶସ୍ତା ମୂଲ୍ୟରେ ବାଇକ୍-କାର୍, ଟ୍ରକ୍ କିଣିବାକୁ ଚାହାଁନ୍ତି, ତେବେ ବିହାରକୁ ଆସନ୍ତୁ ଯେଉଁଠାରେ ମଦ ଉପରେ ନିଷେଧାଦେଶ ରହିଛ  । ଆଜ୍ଞା ହଁ, ଏଠାରେ ଯାନବାହାନ ଶସ୍ତା ମୂଲ୍ୟରେ ନିଲାମରେ ଉପଲବ୍ଧ । ଗୋପାଳଗଞ୍ଜରେ ନିଷେଧାଦେଶ ଓ ଏକ୍ସାଇଜ୍ ବିଭାଗ ଯାନ ନିଲାମ ପାଇଁ ଏକ ନୂତନ ତାଲିକା ଜାରି କରିଛି । ଏଠାରେ ବାଇକ୍, ସ୍କୁଟି, କାର୍, ଅଟୋ, ପିକଅପ୍, ଟ୍ରକ୍ ଓ ବସ୍ ସମେତ ୧୨୩ ଟି ଛୋଟ ଓ ବଡ ଯାନ ଅଛି, ଯାହା ଏହି ସପ୍ତାହରେ ନିଲାମ ହେବ । ନିଲାମ ପ୍ରକ୍ରିୟା ଅଫଲାଇନରେ ରହିବ । ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଯାନବାହାନ ମାତ୍ର କିଛି ହଜାର ହଜାର ଟଙ୍କାରେ ଉପଲବ୍ଧ ହେବ । କିନ୍ତୁ, ଏଥିପାଇଁ ପ୍ରଥମେ ଆବେଦନ କରିବାକୁ ପଡିବ ଓ ତା’ପରେ ନିଲାମ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ ।

ବିହାରରେ, ନୂଆ ନିୟମ ଅନୁଯାୟୀ, ସିଜ୍ କରଯାଇଥିବା ଗାଡିଗୁଡିକୁ ଜିଲ୍ଲା ସ୍ତରରେ ନିଲାମ ହେବାକୁ ଯାଉଛି । ପ୍ରୋହିବିସନ ଆଣ୍ଡ ଏକ୍ସାଇଜ୍ ଡିପାର୍ଟମେଣ୍ଟର ସୂଚନାନୁସାରେ, ୨୪ ଓ ୨୫ ମଇରେ ଗୋପାଳଗଞ୍ଜରେ ୧୨୩ ଟି ଗାଡିର ନିଲାମ ହେବାକୁ ଯାଉଛି । ଉତ୍ପାଦ ଅଧୀକ୍ଷକ ରାକେଶ କୁମାର କହିଛନ୍ତି ଯେ ନିଷେଧ ଆଇନ ଅନୁଯାୟୀ ଧରାଯାଇଥିବା ଗାଡିଗୁଡିକ କଲେକ୍ଟର ପରିସରରେ ନିଲାମ କରାଯିବ । ୨୦୨୨ ପୂର୍ବରୁ ଧରାଯାଇଥିବା ସମସ୍ତ ଛୋଟ ଓ ବଡ ଗାଡିର ନିଲାମ ପାଇଁ ଏକ ତାଲିକା ମଧ୍ୟ ଜାରି କରାଯାଇଛି ।

ଏହା ରହିଛି ନିଲାମର ସମ୍ପୂର୍ଣ୍ଣ ପ୍ରକ୍ରିୟା
 ନିଲାମ ପାଇଁ ଯାନଗୁଡିକର ତାଲିକା ଓ ଦର ଜାରି କରାଯାଇଛି । ନେବାକୁ ଥିବା ଗାଡି ପାଇଁ ବିଭାଗ ନାମରେ ସ୍ଥିର ହାରର ୨୦ ପ୍ରତିଶତ ଡିମାଣ୍ଡ ଡ୍ରାଫ୍ଟ ଓ ଆବେଦନ ଏକ୍ସାଇଜ୍ ବିଭାଗ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡିବ । ଉତ୍ପାଦ ଅଧୀକ୍ଷକ ରାକେଶ କୁମାରଙ୍କ ଅନୁଯାୟୀ, ଆବେଦନ କରିବାକୁ ତାରିଖ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । କେବଳ ଆବେଦନକାରୀଙ୍କୁ ବିଡିଂ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବ ଓ ସର୍ବାଧିକ ବିଡିଂ କରୁଥିବା ବ୍ୟକ୍ତିଙ୍କୁ ଗାଡି ଦିଆଯିବ ।

ଏହା ବି ପଢ଼ନ୍ତୁ: Diamond: ସତରେ କ'ଣ ହୀରା ଚାଟିବା ଦ୍ୱାରା ତୁରନ୍ତ ମରିଯାଏ ମଣିଷ? ଜାଣନ୍ତୁ ଏହାର ସତ୍ୟତା

ଯାନବାହନ ପସନ୍ଦ କରିବାକୁ ଲାଗିଛି ଭିଡ
ଶସ୍ତା ଦାମରେ ଗାଡି କିଣିବା ପାଇଁ ବହୁ ସଂଖ୍ୟକ ଲୋକ ମଧ୍ୟ ଅନେକ ରାଜ୍ୟରୁ ଏଠାକୁ ଆସୁଛନ୍ତି । ନିଲାମରେ ଭାଗ ନେବାକୁ ଆବେଦନ କରୁଛନ୍ତି । ନିଲାମ ଯାନଗୁଡିକ ଦେଖିଆ ପାଇଁ ଚେକପୋଷ୍ଟ ଓ ଏକ୍ସାଇଜ୍ ବିଭାଗର ମାଲଖାନାରେ ପହଞ୍ଚୁଥିବାର ଦେଖିବାକୁ ମିଳୁଛି । ଅଧିକାଂଶ ଲୋକ କାର ପାଇଁ ଆବେଦନ କରୁଛନ୍ତି । ସର୍ବନିମ୍ନ ମୂଲ୍ୟ ବହୁତ କମ୍ ଅଟେ । ସାଇକେଲ ପାଇଁ ୫୦ ରୁ ୧୦୦ ଟଙ୍କା, ବାଇକ୍ ପାଇଁ ୧୫୦୦ ରୁ ୫ ହଜାର ଟଙ୍କା, କାର ପାଇଁ ୧୦ ହଜାର ଟଙ୍କା ଥିବାବେଳେ ଟ୍ରକ୍ ପାଇଁ ୩୦ ହଜାର ଟଙ୍କା ସର୍ବନିମ୍ନ ମୂଲ୍ୟ ରହିଛି ।

ଏହା ବି ପଢନ୍ତୁ: World's Most Educated Man: ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଶିକ୍ଷିତ ବ୍ୟକ୍ତି କିଏ? ଆମେରିକା କି ଜାପାନ ନୁହେଁ, ଏହି ଦେଶର ହେଉଛନ୍ତି ସେ ନାଗରିକ