Bhubaneswar to Bangkok flight: ଜୁନ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ
Advertisement
Article Detail0/zeeodisha/odisha1670416

Bhubaneswar to Bangkok flight: ଜୁନ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

Bhubaneswar to Bangkok flight: ଜୁନ ମାସ ୩ ତାରିଖରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଆରମ୍ଭ ହେବ ବିମାନ ଉଡ଼ାଣ । ତେବେ ଏନେଇ ଖୁବଶୀଘ୍ର ଟିକେଟ୍ ବୁକିଂ ଆରମ୍ଭ ହେବା ନେଇ ଜଣାପଡ଼ିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଜୁନ ମାସ ୩ ତାରିଖରୁ ଇଣ୍ତିଗୋ ବିମାନ ସପ୍ତାହକୁ ଦୁଇ ଦିନ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ାଣ ଭରିବ । 

ସୌ(ସୋସିଆଲ ମିଡିଆ)

Bhubaneswar to Bangkok flight: ରାଜଧାନୀବାସୀଙ୍କ ଲାଗି ଆସିଲା ଖୁସି ଖବର । ଜୁନ ମାସ ୩ ତାରିଖରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଆରମ୍ଭ ହେବ ବିମାନ ଉଡ଼ାଣ । ତେବେ ଏନେଇ ଖୁବଶୀଘ୍ର ଟିକେଟ୍ ବୁକିଂ ଆରମ୍ଭ ହେବା ନେଇ ଜଣାପଡ଼ିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଜୁନ ମାସ ୩ ତାରିଖରୁ ଇଣ୍ତିଗୋ ବିମାନ ସପ୍ତାହକୁ ଦୁଇ ଦିନ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ାଣ ଭରିବ । ଏହି ବିମାନଟି ମଙ୍ଗଳବାର ଓ ଶନିବାର ଅପରାହ୍ନ ୩ଟା ୩୦ ମିନିଟ୍ ରେ ସିଙ୍ଗାପୁରରୁ ଆସି ଭୁବନେଶ୍ବରରେ ପହଁଞ୍ଚିବ । ସେହିପରି ସଂଧ୍ଯା ୬ଟା ୨୫ ମିନିଟ୍ ରେ ପୂର୍ନବାର ସିଙ୍ଗାପୁର ଅଭିମୁଖେ ଉଡ଼ାଣ କରିବ । ଅନ୍ୟପକ୍ଷରେ ମଙ୍ଗଳବାର ଓ ଶନିବାର ଅପରାହ୍ନ ୪ଟା ୫୦ ମିନିଟ୍ ରେ ଭୁବନେଶ୍ବରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ କରିବାକୁ ଥିବାବେଳେ ବ୍ୟାଙ୍କକରୁ ବୁଧବାର ଓ ରବିବାର ଭୁବନେଶ୍ବର ଆସି ସିଂଧ୍ଯା ୬ଟା ୫୫ ମିନିଟ୍ ରେ ପହଁଞ୍ଚିବ । ବର୍ତ୍ତମାନ ଟି-୨ ଟର୍ମିନାଲ ପୁନରୁଦ୍ଧାର କାମ ଜାରି ରହିଥିବା ବେଳେ ଖୁବଶୀଘ୍ର ଏହା ଶେଷ ହେବ ନେଇ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେପେଟେ ଆସନ୍ତା ମେ ୧୫ ତାରିଖରେ ଭୁବନେଶ୍ବରରୁ ଦୁବାଇକୁ ଉଡ଼ିବ ବମାନ । ପ୍ରକାଶଥାଉ କି, ଭୁବନେଶ୍ବରରୁ ଦୁବାଇ ମଧ୍ଯରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ନେଇ ମାର୍ଚ୍ଚ ୫ ତାରିଖରେ ସ୍ଥିର କରାଯାଇଥିଲା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଟି-୨ ଟର୍ମିନାଲର ନବୀକରଣ କାମ ମେ ମାସରେ ଶେଷ ହେବ । ତେବେ ଏହାକୁ ଦୃଷ୍ଟିରେ ରଖି ମେ ୧୫ ତାରିଖରେ ରାଜଧାନୀରୁ ଦୁବାଇକୁ ବିମାନ ସେବା ଆରମ୍ଭ ହେବ ।

ବ୍ୟାଙ୍କକ୍ ବୁଲିବାକୁ ଚାହିଁଥିଲେ

ବ୍ୟାଙ୍କକ୍ ଥାଇଲ୍ୟାଣ୍ଡର ରାଜଧାନୀ ସହ ଏକ ଜନବହୁଳ ସହର ମଧ୍ୟ ଅଟେ । ରାସ୍ତାଘାଟ ଜୀବନ ଓ ସାଂସ୍କୃତିକ ଜିନିଷ ସହ ପର୍ଯ୍ୟଟନସ୍ଥଳୀ ଭାବେ ଏହା ସାରା ବିଶ୍ୱର ବେଶ ଜଣାସୁଣା। ତେବେ ଯଦି ଆପଣ ଭୁବନେଶ୍ବରରୁ ଫ୍ଲାଇଟ ଧରି ବ୍ୟାଙ୍କକ୍ ବୁଲିବାକୁ ଯିବାକୁ ଚାହୁଁଛନ୍ତି ତାହାଲେ ଏଠାରେ ଥିବା କେତେକ ପ୍ରସିଦ୍ଧ ସ୍ଥାନ ବିଷୟରେ ଜାଣିରଖନ୍ତୁ ।

ୱାଟ ଅରୁଣ

fallbackୱାଟ ଅରୁଣ ୱାଟ ଚେଙ୍ଗ ନାମରେ ମଧ୍ୟ ବେଶ ଜଣାଶୁଣା । ଏହା ଚାଓ ଫ୍ରାୟ ନଦୀର ପଶ୍ଚିମ କୂଳରେ ଅବସ୍ଥିତ। ଏହା ବ୍ୟାଙ୍କକ୍ ର ସବୁଠାରୁ ଚମତ୍କାର ବୌଦ୍ଧ ମଠ ମଧ୍ୟରୁ ଅନ୍ୟତମ । ଏହାର ଡିଜାଇନ୍ ଅନ୍ୟ ମନ୍ଦିର ଓ ମଠଠାରୁ ଭିନ୍ନ ଅଟେ । ୱାଟ ଅରୁଣଙ୍କୁ ଓଜନ ମନ୍ଦିର ମଧ୍ୟ କୁହାଯାଏ । ଏହାର ବିଶେଷତ୍ୱ ​​ହେଉଛି ଏହି ମନ୍ଦିର ପାଣ ଉପରେ ବିରାଜମାନ । ଏହା ସକାଳ ୯ ଟାରୁ ସଂଦ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲାଥାଏ ।

ଫ୍ଲୋଟିଙ୍ଗ ମାର୍କେଟ

ବ୍ୟାଙ୍କକ୍ ର ଫ୍ଲୋଟିଙ୍ଗ ମାର୍କେଟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ପର୍ଯ୍ୟଟକମାନେ ଏହି ବଜାରକୁ ଖୁବ ପସନ୍ଦ କରିଥାଆନ୍ତି । ନଦୀ ମଝିରେ ଭାସୁଥିବା ଡଙ୍ଗା ଓ ଚାରିପାଖରେ ଦେଖାଯାଉଥିବା ରଙ୍ଗୀନ ଫଳ ଓ ପନିପରିବା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ଏହି ଡଙ୍ଗାରେ ଯାତ୍ରା କରି ଆପଣ ଭାସମାନ ବଜାରକୁ ଉପଭୋଗ କରିପାରିବେ । ଏଠାରେ ଡଙ୍ଗାରେ ଆପଣ ଫଳ ଓ ପନିପରିବା, ନଡି଼ଆ ରସ, ବିଦେଶୀ ଫଳ ଇତ୍ୟାଦି କିଣି ପାରିବେ । ଏହା ବ୍ୟତୀତ ରୋଷେଇ ଘରର ଜିନିଷ ମଧ୍ୟ ଏଠାରେ ଉପଲବ୍ଧ । ବ୍ୟାଙ୍କକକ୍, ଟଲିଙ୍ଗ୍ ଖାନ୍ ମାର୍କେଟ୍, ବାଙ୍ଗ୍ କୁ ୱାଙ୍ଗ୍ ମାର୍କେଟ୍, ଥା ଖା ଓ ଡେମନୋଇନ୍ ସଦୁକ ଇତ୍ୟାଦି ଏହିପରି ଭାସମାନ ବଜାର ପରି ମନେହୁଏ ।

ସିଆମ୍ ଓସେନ ୱାର୍ଲ୍ଡ ଆକ୍ୱାରିୟମ୍

ଦକ୍ଷିଣ ପୂର୍ବ ଏସିଆର ସିଆମ୍ ଓସେନ ୱାର୍ଲ୍ଡ ଆକ୍ୱାରିୟମ୍ ହେଉଛି ସର୍ବବୃହତ ଆକ୍ୱାରିୟମ୍ । ବ୍ୟାଙ୍କକ୍ ଥାଇଲ୍ୟାଣ୍ଡ ପରିଦର୍ଶନ କରିବା ପାଇଁ ଏହା ସର୍ବୋତ୍ତମ ସ୍ଥାନ । ଏହି ବିଶାଳ ଭୂତଳ ସୁବିଧାରେ ୪୦୦ରୁ ଅଧିକ ପ୍ରଜାତିର ମାଛ, କ୍ରୋଟାସିଆନ୍ ଓ ଏପରିକି ପେଙ୍ଗୁଇନ୍ ରହିଛନ୍ତି । ଏହା ବ୍ୟତୀତ,  ଏଠାରେ ଆପଣ ସାର୍କ ଓ ପେଙ୍ଗୁଇନ୍ ସହିତ ଗାଧୋଇ ପାରିବେ ଏପରିକି ସେମାନଙ୍କୁ ଖାଇବାକୁ ଦେଇପାରିବେ । ସିଆମ୍ ଓସେନ ୱାର୍ଲ୍ଡ ଖୋଲିବାର ସମୟ ୧୦ଟାରୁ ୯ଟା ପର୍ଯ୍ୟନ୍ତ ।

ସଫାରୀ ୱାର୍ଲଡ଼

ସଫାରୀ ୱାର୍ଲଡ଼ ଦୁନିଆର ସର୍ବବୃହତ 'ଖୋଲା ଆକାଶ ପ୍ରାଣୀ ଉଦ୍ୟାନ'  ଅଟେ । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛ । ଡ୍ରାଇଭ୍ ସଫାରି ପାର୍କ ଓ ସାମୁଦ୍ରିକ ପାର୍କ । ଏହି ପାର୍କରେ ପ୍ରାଣୀ ଉଦ୍ୟାନ ଦେଖିବା ସହ ଆପଣ ଏକ ମଜାଳିଆ ସଫାରୀର ମଜା ନେଇପାରିବେ । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଡଲଫିନ୍ ମାନେ ଅନେକ ଷ୍ଟଣ୍ଟ୍ ମଧ୍ଯ କରିଥାଆନ୍ତି । ଏହି ପାର୍କରେ ବିଶ୍ବର ଶହ ଶହ ପ୍ରାଣୀ ଓ ଦେଶୀ ଓ ସ୍ୱଦେଶୀ ପ୍ରଜାତି ବସବାସ କରିଥାଆନ୍ତି ଯାହା ଏହି ପାର୍କର ବିଶେଷତ୍ବ ଅଟେ । ସଫାରି ୱାର୍ଲ୍ଡ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିଥାଏ ।

ସିଆନ ପାର୍କ ସିଟି

ସିଆମ୍ ପାର୍କ ସିଟି ବ୍ୟାଙ୍କକ୍ ର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଅଟେ । ୧୯୮୦ରେ ପ୍ରତିଷ୍ଠିତ ଏହି ସିଆମ୍ ପାର୍କ ସିଟି ଥାଇଲ୍ୟାଣ୍ଡର ସବୁଠାରୁ ବଡ଼ ଥିମ୍ ପାର୍କ ଅଟେ । ଯାହାକି ପ୍ରାୟ ୧୨୦ ଏକର ପରିମିଟ୍ ୫ଟି କ୍ଷେତ୍ରକୁ ନେଇ ଗଠିତ । ସିଆମ୍ ୱାଟର ପାର୍କ ପରିଦର୍ଶକମାନଙ୍କ ପାଇଁ ଏକ ପ୍ରିୟର ପର୍ଯ୍ୟଟନ ସ୍ଥାନ ଅଟେ । ପରିବାର ସହ ଆପଣ ଏହି ଥିମ୍ ପାର୍କରେ ଉପଭୋଗ କରିପାରିବେ । ସିଆମ୍ ପାର୍କ ସିଟି ପରିଦର୍ଶନ କରିବାର ସମୟ ସକାଳ ୧୦ ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିଥାଏ ।