Bharatpur Station Row: ଭରତପୁର ଥାନାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ବିଚାରବିଭାଗୀୟ ତଦନ୍ତ ଆରମ୍ଭ
Advertisement
Article Detail0/zeeodisha/odisha2452811

Bharatpur Station Row: ଭରତପୁର ଥାନାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ବିଚାରବିଭାଗୀୟ ତଦନ୍ତ ଆରମ୍ଭ

Bharatpur Station Row: ଏସବୁ ଘଟଣା ରାଜ୍ୟର ଶାନ୍ତ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିଲା। ମୁଖ୍ୟମନ୍ତ୍ରୀ ଏ ଘଟଣାର ତଦନ୍ତ ପାଇଁ ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନିଯୁକ୍ତ କରିଥିଲେ। ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଥିଲା, କାହାର ଦୋଷ ରହିଛି ଏବଂ ଆଗକୁ ଏପରି ଘଟଣା ଯେମିତି ନ ଘଟିବ ସେଥିଲାଗି ପରାମର୍ଶ ଦେବାକୁ ରାଜ୍ୟ ସରକାର ଜଷ୍ଟିସ ଦାଶଙ୍କୁ ଅନୁରୋଧ କରିଛନ୍ତି। 

Bharatpur Station Row: ଭରତପୁର ଥାନାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ବିଚାରବିଭାଗୀୟ ତଦନ୍ତ ଆରମ୍ଭ
Bharatpur Station Row: ଭରତପୁର ଥାନାରେ ମହିଳାଙ୍କୁ ଅସଦ୍‍ ବ୍ୟବହାର ମାମଲାରେ ଆଜିଠାରୁ ବିଚାରବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ରାଜ୍ୟ ସର୍କିଟ୍‍ ହାଉସରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ କମିଶନ ପ୍ରଥମ ବୈଠକ ବସିଛନ୍ତି। ଏହି ବୈଠକରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାମାନଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ମଗାଯାଇଛି। ୬୦ ଦିନ ଭିତରେ କମିଶନ ରିପୋର୍ଟ ଦେବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। 
 
ସେପ୍ଟମ୍ବର ୧୪ ତାରିଖ ରାତିରେ ଏକ ରେଷ୍ଟୁରାଣ୍ଟରୁ ଫେରୁଥିବା ବେଳେ ଜଣେ ସେନା କ୍ୟାପ୍ଟେନ୍‍ ଓ ତାଙ୍କ ବାନ୍ଧବୀଙ୍କୁ କିଛି ଯୁବକ ରାସ୍ତାରେ ହଇରାଣ କରିଥିଲେ। ଏ ବାବଦରେ ଅଭିଯୋଗ ଦାଖଲ କରିବା ପାଇଁ ଦୁଇଜଣ ଭରତପୁର ଥାନାକୁ ଯାଇଥିବା ବେଳେ ଥାନାଅଧିକାରୀ ତାଙ୍କ ସମବେଦନା ଦେବା ପରିବର୍ତ୍ତେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ତାଙ୍କୁ ଯୌନ ଶୋଷଣ କରିବାକୁ ଚେଷ୍ଟା କରିଥିବା ପୀଡ଼ିତା ଜଣାଇଛନ୍ତି। 
 
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଉକ୍ତ ରାତିରେ କୌଣସି ଅଧିକାରୀ ଥାନାରେ ନଥିବାରୁ କାଜୁଆଲ ପୋଷାକ ପିନ୍ଧିଥିବା ଜଣେ ଡ୍ୟୁଟି ଅଫିସରଙ୍କୁ ସେ ଥାନାଧିକାରୀଙ୍କୁ ଭେଟିବାକୁ ନିବେଦନ କରିଥିଲେ। ସେହିଠାରୁ ହିଁ ପୋଲିସ ଓ ତାଙ୍କ ଭିତରେ କଥା କଟାକଟି ଆରମ୍ଭ ହୋଇଥିଲା। ଏହାପରେ ଥାନା ଅଧିକାରୀ ଆସିବା ପରେ ସେ ଉତ୍‍କ୍ଷୀପ୍ତ ହୋଇ ସମ୍ପୃକ୍ତ ପୀଡ଼ିତାଙ୍କୁ ଦୁର୍ବ୍ୟବହାର କରିବା ସହ ଅସଦ ଆଚରଣ କରିଥିଲେ। ଏପରିକି ତାଙ୍କୁ ନିଜ ଯୌନାଙ୍ଗ ଦେଖାଇଥିବା ମଧ୍ୟ ପୀଡ଼ିତା ଅଭିଯୋଗ କରିଛନ୍ତି। ଅପରପକ୍ଷେ ଥାନାରେ ଜଣେ କ୍ୟାପ୍ଟେନଙ୍କୁ ହାଜତରେ ଭର୍ତ୍ତି କରିବା ଘଟଣା ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିଥିଲା।  ପୋଲିସ ଏହି ଘଟଣାକୁ ଅନ୍ୟ ଏକ କାହାଣୀରେ ରୂପାନ୍ତରିତ କରିଥିବା ଅଭିଯୋଗ ହୋଇଛି। ଏହା ଏକ ଅସତ୍ୟ କାହାଣୀ ବୋଲି ମଧ୍ୟ ଅଭିଯୋଗ କରାଯାଇଛି। 
 
ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପୋଲିସ ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ିଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଅବସରପ୍ରାପ୍ତ ସେନା ଅଧିକାରୀ, ସମାଜସେବୀ ଓଡ଼ିଶା ପୋଲିସକୁ ନିନ୍ଦା କରିଥିଲେ। ଜାତୀୟ ମହିଳା କମିଶନ ଏ ବାଦରେ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ। ଏସବୁ ଘଟଣା ରାଜ୍ୟର ଶାନ୍ତ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିଲା। ମୁଖ୍ୟମନ୍ତ୍ରୀ ଏ ଘଟଣାର ତଦନ୍ତ ପାଇଁ ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନିଯୁକ୍ତ କରିଥିଲେ। ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଥିଲା, କାହାର ଦୋଷ ରହିଛି ଏବଂ ଆଗକୁ ଏପରି ଘଟଣା ଯେମିତି ନ ଘଟିବ ସେଥିଲାଗି ପରାମର୍ଶ ଦେବାକୁ ରାଜ୍ୟ ସରକାର ଜଷ୍ଟିସ ଦାଶଙ୍କୁ ଅନୁରୋଧ କରିଛନ୍ତି। 
 
ଆଜି ଜଷ୍ଟିସ ଦାସଙ୍କ କମିଶନ ପ୍ରଥମଥର ପାଇଁ ବୈଠକ କରିଛନ୍ତି। ଏଥିରେ ରାଜ୍ୟ ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ, ରାଜ୍ୟ ଗୃହ ସଚିବ ସତ୍ୟବ୍ରତ ସାହୁ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିବା ଦେଖାଯାଇଛି। ଜଷ୍ଟିସ ଦାସ ରାଜ୍ୟ ସରକାରଙ୍କୁ ଏ ଭିତରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ରିପୋର୍ଟକୁ ଉପସ୍ଥାପନ କରିବାକୁ ଆଦେଶ ଦେଇଛନ୍ତି।