Mohan Charan Majhi: ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ: ରାଜନୀତିକ ସଭା ପାଇଁ ଅଭିଯୋଗ ଶୁଣାଣି ହେଲା ବାତିଲ
Advertisement
Article Detail0/zeeodisha/odisha2452659

Mohan Charan Majhi: ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ: ରାଜନୀତିକ ସଭା ପାଇଁ ଅଭିଯୋଗ ଶୁଣାଣି ହେଲା ବାତିଲ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଆୟୋଜିତ ଏକ ରାଜନୀତିକ ସଭାରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପଶ୍ଚିମ ସିଂହଭୂମି ଜିଲ୍ଲା ଗସ୍ତ କରିଛନ୍ତି। ଏହି ଓଡ଼ିଆ ବହୁଳ ଜିଲ୍ଲାରେ ଶ୍ରୀ ମାଝି ଓଡ଼ିଆ ଭାଷାରେ ସମ୍ବୋଧନ କରିବେ। ବିଶେଷକରି ଆଦିବାସୀଙ୍କ ସ୍ୱାର୍ଥରେ ବିଜେପି କିପରି କାର୍ଯ୍ୟ କରୁଛି ତାହାକୁ ପ୍ରତିପାଦନ କରିବା ଏହି ଭା

Mohan Charan Majhi: ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ: ରାଜନୀତିକ ସଭା ପାଇଁ ଅଭିଯୋଗ ଶୁଣାଣି ହେଲା ବାତିଲ

Mohan Charan Majhi: ଭୁବନେଶ୍ୱର: ଝାଡ଼ଖଣ୍ଡରେ ଆୟୋଜିତ ଏକ ରାଜନୀତିକ ସଭାରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପଶ୍ଚିମ ସିଂହଭୂମି ଜିଲ୍ଲା ଗସ୍ତ କରିଛନ୍ତି। ଏହି ଓଡ଼ିଆ ବହୁଳ ଜିଲ୍ଲାରେ ଶ୍ରୀ ମାଝି ଓଡ଼ିଆ ଭାଷାରେ ସମ୍ବୋଧନ କରିବେ। ବିଶେଷକରି ଆଦିବାସୀଙ୍କ ସ୍ୱାର୍ଥରେ ବିଜେପି କିପରି କାର୍ଯ୍ୟ କରୁଛି ତାହାକୁ ପ୍ରତିପାଦନ କରିବା ଏହି ଭାଷଣର ମୂଳ ଲକ୍ଷ୍ୟ ରହିବ।  ନିର୍ବାଚନ ମୁହାଁ ଝାଡ଼ଖଣ୍ଡରେ ଏବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଶାସନ କରୁଛି। ସେହି ସରକାର ବିରୁଦ୍ଧରେ ଆସିଥିବା ବିଭିନ୍ନ ଅଭିଯୋଗକୁ ଉପସ୍ଥାପନ କରି ଆଦିବାସୀଙ୍କ ସ୍ୱାର୍ଥରେ ବିଜେପି ସରକାର ଗଠନ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି। 

ଏହିପରି ରାଜନୀତିକ ସଭାରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆଜି ଜଗନ୍ନାଥପୁର ଗସ୍ତ କରିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରୁ ପ୍ରସ୍ଥାନ କରି ସଭାସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନା ଅନୁସାରେ ଜଗନ୍ନାଥପୁର ନିର୍ବାଚନ ମଣ୍ଡଳୀ ହେଉଛି ଏକ ଓଡ଼ିଆ ବହୁଳ ଅଞ୍ଚଳ। ଏଠାରେ ସରକାରଙ୍କ ବିରୁଦ୍ଧରେ ଥିବା ଜନଅସନ୍ତୋଷକୁ ସେ ଭୋଟରେ ରୂପାନ୍ତରଣ ପାଇଁ ଭାଷଣ ରଖିବେ। ବେରୋଜଗାରୀ, ଭ୍ରଷ୍ଟାଚାର ବିରୁଦ୍ଧରେ ତାଙ୍କ ଭାଷଣ ରହିବ। ଏହାସହ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ଏବଂ ଗରିବଙ୍କ ସ୍ୱାର୍ଥ ରକ୍ଷା ପାଇଁ କିପରି ବିଜେପି ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଛି ବିଶେଷକରି ଓଡ଼ିଶାକୁ ଉଦାହରଣ ଭାବେ ସେ ଗ୍ରହଣ କରିପାରନ୍ତି। 

ନିୟମିତ କାର୍ଯ୍ୟକ୍ରମ ଅନୁସାରେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ଥାଆନ୍ତେ। ପ୍ରତି ସୋମବାରଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ। ହେଲେ ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ତଥା ବିଧାନସଭା ଚାଲିବା କାରଣରୁ ଏହି ଶୁଣାଣିକୁ ସ୍ଥଗିତ କରାଯାଇ ଆସୁଛି। ଗତ ତିନିମାସ ଭିତର ବିବରଣୀକୁ ଦେଖିଲେ ମାସର ପ୍ରତି ସେମାବାର ବଦଳରେ ଏହା ମାସକୁ ଗୋଟିଏଥର ବସୁଥିବା ସ୍ପଷ୍ଟ ହୋଇଛି। 

ଜୁଲାଇ୧ ତାରିଖ ଦିନ ପ୍ରଥମେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଖୋଲି ସର୍ବସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଏହିଦିନ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଜୁଲାଇ ୮ ତାରିଖରେ ମଧ୍ୟ ଏହି ଅଭିଯୋଗ ଶୁଣାଣି ହୋଇଥିଲା। କିନ୍ତୁ ତା’ ପରେ ଅଗଷ୍ଟ ପ୍ରଥମ ସୋମବାରଦିନ ଅଭିଯୋଗ ଶୁଣାଣି ହୋଇଥିଲା। ସେହିପରି ଲଗାତାର ୬ଟି ସୋମବାର ବନ୍ଦ ରହିବା ପରେ ସେପ୍ଟମ୍ବର ୨୩ ତାରିଖରେ ଶେଷଥର ପାଇଁ ଅଭିଯୋଗ ଶୁଣାଣି ହୋଇଥିଲା। ଏଥର ଅଭିଯୋଗ ସଂଖ୍ୟାକୁ ପୂର୍ବ ପଞ୍ଜିକରଣ ଅନୁସାରେ ୧୦୦୦ରେ ସୀମିତ ରଖାଯାଇଥିଲା। ଏହାପରେ ୩୦ ତାରିଖ ଅର୍ଥାତ୍‍ ଆଜି ଅଭିଯୋଗ ଶୁଣାଣି ହେବା କଥା। କିନ୍ତୁ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ତ ଗସ୍ତରେ ଥିବାରୁ ଏହି ଶୁଣାଣିକୁ ସ୍ଥଗିତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ପୂର୍ବରୁ ଅବଗତ କରାଯାଇଛି। 

ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ନାରେ ପାଇଁ ଅଭିଯୋଗ ଶୁଣାଇଥାଆନ୍ତି ପୀଡ଼ିତ ବା ପିଡ଼ୀତା। ଯାହା ବହୁତ ଦିନରୁ ବିଳମ୍ବିତ ହୋଇ ପଡ଼ି ରହିଥାଏ ତାହାର ସମାଧାନ ଏଥିରୁ ସେମାନେ ଆଶା କରିଥାଆନ୍ତି। କିନ୍ତୁ ସବୁ ସୋମବାର ଲୋକଙ୍କ ଦିନ ବୋଲି ଘୋଷଣା କରଥିବା ମୁଖ୍ୟମନ୍ତ୍ରୀ ଏବଂ ମାସକୁ ମାତ୍ର ଥରେ ଲୋକଙ୍କୁ ଭେଟିବା ସମସ୍ତଙ୍କୁ ଚକିତ କରୁଛି। ଏହା ପୂର୍ବ ସରକାର ଭଳି ବନ୍ଦ ହୋଇଯିବ ବୋଲି ବି ଆଶଙ୍କା ଜନ୍ମିଛି।