Bank Strike: ଏହି ଦିନ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ, ପ୍ରଭାବିତ ହେବ ଏଟିଏମ, ସାରିନିଅନ୍ତୁ ସମସ୍ତ କାର୍ଯ୍ୟ
Advertisement

Bank Strike: ଏହି ଦିନ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ, ପ୍ରଭାବିତ ହେବ ଏଟିଏମ, ସାରିନିଅନ୍ତୁ ସମସ୍ତ କାର୍ଯ୍ୟ

ନଭେମ୍ବର ମାସରେ ବ୍ୟାଙ୍କ ୧୦ ଦିନ ବନ୍ଦ ରହିଥିଲେ ମଧ୍ୟ ଆଗାମୀ ୧୯ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ। ଫଳରେ ଏହା ଦ୍ୱାରା ଆସନ୍ତା ସପ୍ତାହରେ ବ୍ୟାଙ୍କ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି। 

ପ୍ରତିକାତ୍ମକ ଫଟୋ

Bank Strike: ନୂଆଦିଲ୍ଲୀ: ଯଦି ଆପଣଙ୍କର ୧୯ ନଭେମ୍ବର ଅର୍ଥାତ୍ ଶନିବାର ଦିନ ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଅଛି, ତେବେ ସେହି କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରନ୍ତୁ।  କାରଣ ଏହି ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ। ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) କହିଛି ଯେ ନଭେମ୍ବର ୧୯ରେ ସାରା ଦେଶରେ ବ୍ୟାଙ୍କ ଧର୍ମଘଟ ହେବ, ଯାହା ଆସନ୍ତା ସପ୍ତାହରେ ଦେଶରେ ବ୍ୟାଙ୍କ ସେବା ଉପରେ ଗୁରୁତର ଭାବେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏଠାରେ କହି ରଖୁ ଯେ ନଭେମ୍ବର ୧୯ ହେଉଛି ତୃତୀୟ ଶନିବାର। ଯେତେବେଳେ ସମସ୍ତ ବ୍ୟାଙ୍କ ପ୍ରଥମ ଏବଂ ତୃତୀୟ ଶନିବାର ଦିନ ଖୋଲା ରହିଥାଏ।

ସୋମବାର ଏକ ନିୟାମକ ଦାଖଲରେ ବ୍ୟାଙ୍କ ଅଫ୍ ବରୋଦା (BoB) କହିଛି ଯେ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ଆନ୍ଦୋଳନ ନେଇ ନୋଟିସ୍ ଦେଇଛନ୍ତି ଏବଂ ଦର୍ଶାଇଛନ୍ତି ଯେ ସେମାନଙ୍କ ସଦସ୍ୟମାନେ ସେମାନଙ୍କ ଦାବି ପାଇଁ ୧୯ ତାରିଖରେ ଧର୍ମଘଟ ଡକରା ଦେଇଛନ୍ତି। ବ୍ୟାଙ୍କ କହିଛି ଯେ ଧର୍ମଘଟ ଦିନ ବ୍ୟାଙ୍କର ଶାଖା ଏବଂ କାର୍ଯ୍ୟାଳୟର ସୁଗମ କାର୍ଯ୍ୟ ପାଇଁ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ନେଉଛି, କିନ୍ତୁ ଧର୍ମଘଟ ହେଲେ ଶାଖା ଓ କାର୍ଯ୍ୟାଳୟର କାର୍ଯ୍ୟ ପ୍ରଭାବିତ ହୋଇପାରେ।

ଏହା ସହିତ ନଭେମ୍ବର ୧୯ରେ ହୋଇଥିବା ଆନ୍ଦୋଳନ ଯୋଗୁଁ ଏଟିଏମ୍ ସେବା ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେଣୁ, ଆପଣଙ୍କ ପାଇଁ ଏହା ଜରୁରୀ ଯେ ଆଗାମୀ ୧୯ରେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କିଛି ଦିନ ପୂର୍ବରୁ ସମାଧାନ ହେବା ଉଚିତ୍। ଯାହାଦ୍ୱାରା ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ହେବନାହିଁ। କହିବାକୁ ଗଲେ ଆଜି ନାନକ ଜୟନ୍ତୀ/କାର୍ତ୍ତିକ ପୂର୍ଣ୍ଣିମା/ରାହସ୍ ପୂର୍ଣ୍ଣିମା କାରଣରୁ ଐଜଓ୍ୱାଲ, କାନପୁର, କୋଲକାତା, ଚଣ୍ଡିଗଡ଼, ଜାମ୍ମୁ, ଜୟପୁର, ଦେହରାଡୁନ୍, ନୂଆଦିଲ୍ଲୀ, ନାଗପୁର, ବେଲାପୁର, ଭୁବନେଶ୍ୱରରେ ବ୍ୟାଙ୍କଗୁଡିକ ବନ୍ଦ ରହିଛି।

AIBEA ସାଧାରଣ ସମ୍ପାଦକ CH Venkatachalam କିଛି ଦିନ ପୂର୍ବରୁ କହିଥିଲେ ଯେ ୟୁନିୟନ ଉପରେ ଆକ୍ରମଣ, ପ୍ରତିନିଧିତ୍ୱର ଅଧିକାର, ନେତାଙ୍କ ଉପରେ ନିର୍ଯ୍ୟାତନା ଏବଂ ପ୍ରତିଶୋଧ ଏବଂ ଚୁକ୍ତିନାମା ଉଲ୍ଲଂଘନ ଏବଂ ଗୋଟିଏ ସହରରୁ ଅନ୍ୟ ସହରକୁ କର୍ମଚାରୀଙ୍କ ଅନ୍ୟାୟ ସ୍ଥାନାନ୍ତର ଏବଂ କର୍ମଚାରୀଙ୍କ ଜୀବନକୁ ଅସ୍ଥିର କରିବା ପାଇଁ ସେମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବେ।

ସୂଚନାଯୋଗ୍ୟ ଚଳିତ ମାସରେ ପୁରା ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଯେଉଁଥିରେ ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ରହିଛି। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପାଳନ ହେଉଥିବା ପର୍ବପର୍ବାଣୀ ଓ ରାଜ୍ୟ ସରକାରଙ୍କ ଛୁଟି ତାଲିକା ବିଜ୍ଞପ୍ତି ଅନୁସାରେ ବ୍ୟାଙ୍କ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ନଭେମ୍ବର ମାସ ପାଇଁ ଛୁଟି ତାଲିକା ଜାରି କରିଛି। ଏହି ଲିଷ୍ଟ ଅନୁସାରେ, ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ଚଳିତ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ।

RBI ଦ୍ୱାରା ପ୍ରସ୍ତୁତ କରାଯାଇଥିବା କ୍ୟାଲେଣ୍ଡର ଅନୁସାରେ, ଛୁଟି ଦିନକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଏହି ୩ଟି ଶ୍ରେଣୀ ହେଲା- ନେଗୋସିଏବଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ସ ଆକ୍ଟ ଲିଭ୍‌, ରିୟଲ-ଟାଇମ୍‌ ଗ୍ରସ୍‌ ସେଟେଲମେଣ୍ଟ୍‌ ଲିଭ୍‌ ତଥା ବ୍ୟାଙ୍କ୍‌ କ୍ଲୋଜିଂ। RBI କ୍ୟାଲେଣ୍ଡର ଅନୁସାରେ, ଆଞ୍ଚଳିକ ଛୁଟି ଦିନ ଯୋଗୁ ବ୍ୟାଙ୍କ ୪ ଦିନ ବନ୍ଦ ରହିବ। ଏଥିରେ ଗୁରୁ ନାନକ ଜୟନ୍ତୀ, କନ୍ନଡ ରାଜ୍ୟ ଉତ୍ସବ, ସେଙ୍ଗ କୁତ୍ସନେମ ତଥା କନକଦାସ ଜୟନ୍ତୀ/ବଙ୍ଗଳା ଉତ୍ସବ ସାମିଲ ରହିଛି। ଏହିସବୁ ଫେଷ୍ଟିଭାଲ୍‌ ଯୋଗୁ କିଛି ରାଜ୍ୟରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। 

ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।