Bank Holiday in May 2023: ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement

Bank Holiday in May 2023: ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

Bank Holiday in May 2023: ସାଧାରଣ ଲୋକ ମାନେ ବ୍ୟାଙ୍କ ଛୁଟିଦିନ ତାଲିକା ଉପରେ ସର୍ବଦା ନଜର ରଖିଥାନ୍ତି । ଏଠାରେ ଆମେ ମେ ୨୦୨୩ର ବ୍ୟାଙ୍କ ଛୁଟି ତାଲିକା ବିଷୟରେ ସୂଚନା ଦେଉଛୁ । ଶନିବାର ଓ ରବିବାର ସମେତ ପର୍ବ, ଜୟନ୍ତୀ ଏବଂ ଅନ୍ୟାନ୍ୟ ଉତ୍ସବ ଯୋଗୁଁ ମେ ମାସରେ ବ୍ୟାଙ୍କଗୁଡିକ ସମୁଦାୟ ୧୨ ଦିନ ପାଇଁ ବନ୍ଦ ରହିବ ।

Bank Holiday in May 2023: ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

Bank Holiday in May 2023: ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ମାସ ଶେଷ ହେବା ମାତ୍ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ (Reserve Bank of India-RBI) ମେ ୨୦୨୩ରେ ବ୍ୟାଙ୍କ ଛୁଟିଦିନ (Bank Holiday) ର ତାଲିକା ଜାରି କରିଛି । ଅନେକ ଥର ବ୍ୟାଙ୍କ ବନ୍ଦ (Bank Closed) ଯୋଗୁଁ ଆମେ ଆବଶ୍ୟକ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରି ନଥାଉ । ସେଥିପାଇଁ ସାଧାରଣ ଲୋକ ମାନେ ବ୍ୟାଙ୍କ ଛୁଟିଦିନ ତାଲିକା (Bank Holiday Lists) ଉପରେ ସର୍ବଦା ନଜର ରଖିଥାନ୍ତି । ଏଠାରେ ଆମେ ମେ ୨୦୨୩ର ବ୍ୟାଙ୍କ ଛୁଟି ତାଲିକା (Bank Holiday in May 2023) ବିଷୟରେ ସୂଚନା ଦେଉଛୁ । ଶନିବାର ଓ ରବିବାର ସମେତ ପର୍ବ, ଜୟନ୍ତୀ ଏବଂ ଅନ୍ୟାନ୍ୟ ଉତ୍ସବ ଯୋଗୁଁ ମେ ୨୦୨୩ରେ ବ୍ୟାଙ୍କଗୁଡିକ ସମୁଦାୟ ୧୨ ଦିନ ପାଇଁ ବନ୍ଦ ରହିବ । ବ୍ୟାଙ୍କ ଛୁଟି ସଂଖ୍ୟା ଅଲଗା ଅଲଗା ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ ଓ ଆମେ ନିମ୍ନରେ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ଦେଉଛୁ...

ମେ ୨୦୨୩ରେ ବ୍ୟାଙ୍କ ଛୁଟିଦିନର ତାଲିକା (Bank Holiday in May 2023)

ମେ ୧: ମହାରାଷ୍ଟ୍ର ଦିବସ / ମେ ଦିବସ ଅବସରରେ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୁଆହାଟି, ହାଇଦ୍ରାବାଦ, କୋଚି, କୋଲକାତା, ମୁମ୍ବାଇ, ନାଗପୁର, ପାନଜୀ, ପାଟନା ଏବଂ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ ।

ମେ ୫: ବୁଦ୍ଧ ପୂର୍ଣ୍ଣିମା ଯୋଗୁଁ ବ୍ୟାଙ୍କଗୁଡିକ ନିମ୍ନଲିଖିତ ସ୍ଥାନରେ ବନ୍ଦ ରହିବ: ଅଗ୍ରତାଲା, ଆଇଜୱାଲ, ବେଲାପୁର, ଭୋପାଳ, ଚଣ୍ଡିଗଡ଼, ଦେହରାଡୁନ୍, ଜାମ୍ମୁ, କାନପୁର, କୋଲକାତା, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶିମଲା ଏବଂ ଶ୍ରୀନଗର

ମେ ୭: ରବିବାର ଯୋଗୁଁ ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ବନ୍ଦ ରହିବ ।

ମେ ୯: ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ବାର୍ଷିକୀ ଯୋଗୁଁ କୋଲକାତାରେ ବ୍ୟାଙ୍କ ବନ୍ଦ ରହିବ ।

ମେ ୧୩: ସାରା ଦେଶରେ ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ମେ ୧୪: ରବିବାର ଯୋଗୁଁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ମେ ୧୬: ସିକ୍କିମ ଫାଉଣ୍ଡେସନ ଡେ କାରଣରୁ ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ମେ ୨୧: ରବିବାର ଯୋଗୁଁ ବ୍ୟାଙ୍କଗୁଡିକରେ ଛୁଟିଦିନ ହେବ ।

ମେ ୨୨: ମହାରାଣା ପ୍ରତାପ ଜୟନ୍ତୀ କାରଣରୁ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ ।

ମେ ୨୪: କାଜି ନାଜରୁଲ ଇସଲାମ ଜୟନ୍ତୀ ପାଇଁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ ।

ମେ ୨୭: ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ମେ ୨୮: ରବିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨ ଦିନ ପରେ ଆସିବ ବଡ଼ ଖୁସି ଖବର; ପୁଣି ଏତେ ବଢ଼ିଯିବ ଦରମା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆର ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର! ଚୟନକର୍ତ୍ତା ଦଳରୁ କଲେ ବାହାର

ଅଧିକ ପଢ଼ନ୍ତୁ-WTC ଫାଇନାଲ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଶ୍ରେୟସ ଆୟରଙ୍କ ସ୍ଥାନରେ ଦଳକୁ ଫେରିଲେ ଏହି ଖତରନାକ୍ ଖେଳାଳି

ଯେତେବେଳେ ଛୁଟିଦିନରେ ବ୍ୟାଙ୍କଗୁଡିକ ବନ୍ଦ ରହିଥାଏ, ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକିଯାଏ, ଯାହା ଗ୍ରାହକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ । ପରିସ୍ଥିତିକୁ ସହଜ କରିବାକୁ ଆପଣ ମୋବାଇଲ୍ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ କିଛି କାମ ପୂରା କରିପାରିବେ । ଆପଣ ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିପାରିବେ । ଏହା ସହିତ ଆପଣ ଟଙ୍କା ଟ୍ରାନ୍ସଫର ପାଇଁ UPI ବ୍ୟବହାର କରିପାରିବେ । ନଗଦ ପ୍ରତ୍ୟାହାର ପାଇଁ ଆପଣ ଏଟିଏମ୍ ବ୍ୟବହାର କରିପାରିବେ । ଏହି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସୁବିଧାଗୁଡିକ ଲାଭ ଉଠାଇ ଆପଣ ବ୍ୟାଙ୍କ ଛୁଟି ସମୟରେ ମଧ୍ୟ ଆପଣଙ୍କର ବ୍ୟାଙ୍କିଙ୍ଗ୍ କାର୍ଯ୍ୟକଳାପକୁ ସୁରୁଖୁରୁରେ ଜାରି ରଖିପାରିବେ ।