Accident News: ବାଲେଶ୍ବରରେ ହାଇୱାକୁ ପିଟିଲା ଟ୍ରକ, ୨ ମୃତ; ସେପଟେ ଓଲଟିଲା ଥାନା ଗାଡ଼ି
Advertisement
Article Detail0/zeeodisha/odisha1681510

Accident News: ବାଲେଶ୍ବରରେ ହାଇୱାକୁ ପିଟିଲା ଟ୍ରକ, ୨ ମୃତ; ସେପଟେ ଓଲଟିଲା ଥାନା ଗାଡ଼ି

Accident News: ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ସେପଟେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାର ପାଟ୍ରୋଲିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । 

ସୌ(ସୋସିଆଲ ମିଡିଆ)

Accident News: ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Balosore Accident) । ଆଜି ଭୋର ସମୟରେ ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରକ, ଫଳରେ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର (critical injured ) ରହିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ସୋର ଅଗ୍ନିଶମ ବାହିନୀ ପହଁଞ୍ଚି ଆହତଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ପଠାଇଛି । ପ୍ରକାଶ ଥାଉ କି, କୁକୁଡ଼ା ନେବା ପାଇଁ କୋଲକତାରୁ ଏକ ଟ୍ରକ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା  । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢାବା ନିକଟରେ ଟ୍ରକଟି ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକରେ ୪ ଜଣ ଚାପି ହୋଇ ରହିଥିଲେ । ଦୁର୍ଘଟଣା ପରେ ସୋର ଅଗ୍ନିଶମ ବାହିନୀ ଗ୍ୟାସ କଟରରେ କାଟି ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ । ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।  ମୃତକ ଦୁଇ ଜଣ ହେଲେ ପଶ୍ଚିମବଙ୍ଗର ସୈଫୁଲ ଗାଜି ଓ ଅଶ୍ରଫ ସର୍ଦ୍ଦାର ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାର ପାଟ୍ରୋଲିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ (Subarnapur Patrolling van Accident) ହୋଇଛି । ଏଥିରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପାଟ୍ରୋଲିଂ ସାରି ଥାନାକୁ ଫେରିବା ସମୟରେ ସୁବଳୟା- ରେଢାଖୋଲ ରାସ୍ତା ବାଉରୀଯୋର ପୋଲ ନିଟକରୋ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତା କଡ଼ ଏକ ବର ଗଛକୁ ଧକ୍କା ଦେଇ ଗାଡ଼ଟି ଓଲଡ଼ି ପଡ଼ିଥିଲା । ସମସ୍ତ ଆହତ ପୋଲିସ କର୍ମଚାରୀଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (Boudh Medical) ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ ଗାଡି଼ରେ ସୁବଳୟା ଥାନା ସବ୍ ଇନ୍ସପେକ୍ଟର ରଞ୍ଜନ ଦିଗାଲ, ଏଏସଆଇ ଏସ ସେନ୍ଦ୍ରିଆଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡ଼ିଛି ।

ପ୍ରକାଶ ଥାଉ କି, ଗୁରୁବାର ଦିନ ଗଜପତି (Gajapati) ଜିଲ୍ଲା ଗୁଛାଗୁଡ଼ା ଓ ଟୁଟୁଗୁଡ଼ା ଗାଁର ୧୮ ଯାତ୍ରୀ ଗୋଟିଏ ଅଟୋରେ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲେ । ଅଟୋଟି ଘାଟିରେ ତଳକୁ ଗଡୁଥିବା ବେଳେ ଭାରସାମ୍ୟ ହରାଇ କନ୍ଧକଳାମେରି ଗାଁର ନିକଟରେ ରାସ୍ତାର ୧୫ ଫୁଟ ତଳକୁ  ଖସି ପଡ଼ିଥିଲା । ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲ୍ ରେ ଭର୍ତି କରିଥିଲେ । ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଥିବା ଜଣାପଡିଛି । ୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେହିପରି ଗୁରୁବାର ଦିନ ଛତିଶଗଡ଼ ବାଲୋଦା ଜିଲ୍ଲାରେ ଏକ ଦୁର୍ଘଟଣା ଘଟିଥିଲା । ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ବିବାହ ସମାରୋହରେ ଯୋଗ ଦେବା ଲାଗି ବୋଲେରୋ ଯୋଗେ ଧମତରୀ ସୋରମ ଗ୍ରାମରୁ ମାର୍କାଟୋଲା ଯାଇଥିଲେ। ବିବାହ ସମାରୋହରେ ଯୋଗ ଦେଇ ଫେରିବା ସମୟରେ ବାଲୋଦଗହନ ନିକଟରେ ବୋଲେରୋ ଓ ଟ୍ରକ ମଧ୍ୟରେ ଧକ୍କା (Bolero and Truck accident) ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଦେଢ ବର୍ଷ ଶିଶୁର ଅବସ୍ଥା ଗୁରୁତର ହୋଇଥିଲା । ମେଡ଼ିକାଲ ନେବା ବାଟରେ ଶିଶୁ କନ୍ୟା ଜଣଙ୍କ ଆଖି ବୁଜି ଦେଇଥିଲେ । 

Also Read-IAS Marriage: ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଜିଲ୍ଲାପାଳ!