Shocking News: ଅସାଧାରଣ ଛେଳି ଛୁଆ ଜନ୍ମ, ମୁଣ୍ତ ନାହିଁ ବେକ ଉପରେ ରହିଛି କାନ
Advertisement

Shocking News: ଅସାଧାରଣ ଛେଳି ଛୁଆ ଜନ୍ମ, ମୁଣ୍ତ ନାହିଁ ବେକ ଉପରେ ରହିଛି କାନ

Shocking News: ବିହାରର ବଗହା ଅଞ୍ଚଳରେ ଏକ ବିକୃତ ଛେଳି ଛୁଆ ଜନ୍ମଗ୍ରହଣ କରିଛି । ସେହି ଛେଳି ଛୁଆର ମୁଣ୍ତ ନ ଥିବା ଜଣାପଡିଛି । ଏହାସହ ବେକ ଉପରେ ଦୁଇଟି କାନ ରହିଛି । ଏପରି ଅସାଧାରଣ ଛେଳି ଛୁଆ ଜନ୍ମ ନେବା ପରେ ତାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ ଲାଗିଛି । ଏପରି ଛୁଆକୁ ନେଇ ଲୋକେ ବିଭିନ୍ନ ପ୍ରକାର ବିଷୟରେ ଆଲୋଚନା କରୁଛନ୍ତି। କେବଳ ସେତିକି ନୁହେଁ,ଛେଳିର ଶରୀରର ଗଠନ ଘୋଡା ପରି ହୋଉଥିବା ଦେଖିବାକୁ ମିଳିଛି ।

ସୌଜନ୍ୟ- ସୋସିଆଲ ମିଡିଆ

ଏହି ଛେଳି ଛୁଆର ଆକାର ମାଆ ଛେଳି ଆକାର ଠାରୁ ଖୁବ ବଡ ହୋଇଛି । ମୁଣ୍ତ ନ ଥିବା ବେଳେ ବେକ ଉପରେ କାନ ରହିଛି । ବାଲ୍ମିକୀ ନଗର ଠାରୁ ବିଶାହାଗ୍ରାମ ପର୍ଯ୍ୟନ୍ତ ଏହି ଛେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଏହାସହ ଛେଳିର ପୁରା ଶରୀରରେ କେଶ ନ ଥିବା ମଧ୍ୟ ଦେଖିବାକୁ ମିଳିଛି ।  ଏହାସହ ଛେଳି ଛୁଆର ଓଜନ ମଧ୍ୟ ବେଶ ଅଧିକ ଥିଲା। ଏହି ଛେଳି ଛୁଆଟି ଜନ୍ମ ହେବା ପରେ  ମାତ୍ର ୫ରୁ ୭ ମିନିଟ୍ ପର୍ଯ୍ୟନ୍ତ ଜୀବିତ ଥିଲା । ଏହାପରେ ଛେଳିଛୁଆଟିର ମୃତ୍ୟୁ ଘଟିଛି । କିନ୍ତୁ ଏହି ଛେଳି ଛୁଆର ଆସାଧାରଣ ଶରୀର ଦେଖିବାକୁ ଲୋକଙ୍କ ଭିଡ ଜମୁଛି ।  

Also Read : Shocking News: ଅଜବ ପରମ୍ପରା, ଘରେ କାହାର ମୃତ୍ୟୁ ହେଲେ ଏଠାରେ କଟାଯାଏ ମହିଳାଙ୍କ ଆଙ୍ଗୁଳି

Also Read : World's Oldest Mouse: ମିଳିଲା ଦୁନିଆର ସବୁଠୁ ବୁଢା ମୂଷା, ଏତିକି ବର୍ଷ ଧରି ରହିଛି ଜୀବିତ; ରଚିବ ବିଶ୍ୱ ରେକର୍ଡ

ଛେଳି ଛୁଆଟିର ମୃତ୍ୟୁ ଘଟିବା ପରେ ତାକୁ ପୋତି ଦେଇଛନ୍ତି ଛେଳି ମାଲିକ । ଛେଳି ମାଲିକ ସନ୍ତୋଷ ଥାପା କହିଛନ୍ତି ଯେ,ଶନିବାର ସକାଳୁ,ଛେଳି ଛୁଆ ଜନ୍ମକଲା ,କିନ୍ତୁ ତାର ମୁଣ୍ତ ନଥିଲା। ଫଳରେ ଏହି ଛେଳି ଛୁଆଟି ଅଧିକ ସମୟ ଜୀବିତ ରହିପାରିଲାନି,ମାତ୍ର ୭ ମିନିଟ ପର୍ଯ୍ୟନ୍ତ ଛୁଆଟି ଜୀବିତ ଥିଲା, ଏହା ବେକ ଉପରେ ଦୁଇଟି କାନ ଥିଲା,ଆଖି ନାକ,ପାଟି କିଛି ନଥିଲା । ତେବେ, ଏହାକୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି । ତେବେ, ଏଭଳି ଛେଳି ଛୁଆ ଜନ୍ମ ହେବା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଏକାଧିକ ମୁଣ୍ତ ବିହୀନ ବାଛୁରୀ ଛୁଆ ମଧ୍ୟ ଜନ୍ମ ହୋଇଥିଲେ।

Also Read : Marriage: ବିବାହ ପୂର୍ବରୁ ଏଠାରେ ପ୍ରଥମେ ଜନ୍ମ କରିବାକୁ ପଡେ ପିଲା, ଜାଣନ୍ତୁ ଭାରତର କିଛି ଅଦ୍ଭୁତ ଓ ନିଆରା ପ୍ରଥା ବିଷୟରେ...

Also Read : Cheetah: ସିଂହ-ଚିତା-କଲରାପତରିଆ-ତେନ୍ଦୁଆ ବାଘ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? ଜାଣନ୍ତୁ ଏହି ରିପୋର୍ଟରୁ

Also Read : Shocking News: ଶୁଆ ପାଇଁ ମାଲିକଙ୍କ ଉପରେ ଲାଗିଲା ୭୪ ଲକ୍ଷ ଟଙ୍କାର ଜରିମାନା ଏବଂ ୨ ମାସ ଜେଲଦଣ୍ଡ