Ayodhya Ram Mandir: ଗର୍ଭଗୃହରେ କେବେ ବିରାଜମାନ କରିବେ ରାମଲାଲା? ସାମ୍ନାକୁ ଆସିଲା ତାରିଖ
Advertisement
Article Detail0/zeeodisha/odisha1785546

Ayodhya Ram Mandir: ଗର୍ଭଗୃହରେ କେବେ ବିରାଜମାନ କରିବେ ରାମଲାଲା? ସାମ୍ନାକୁ ଆସିଲା ତାରିଖ

ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ମନ୍ଦିରର ପ୍ରଥମ ମହଲାରେ ସ୍ଥାପନ କରାଯିବ ଭଗବାନ ରାମଙ୍କ ପ୍ରତିମା। ଏଠାରେ ଭଗବାନ ରାମଙ୍କ ପ୍ରତିମା ଏକ ପାଞ୍ଚ ବର୍ଷର ଶିଶୁ ଆକାରରେ ସ୍ଥାପନ କରାଯିବ। ସେହିପରି ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ୧୫ ଜାନୁଆରୀରୁ ୨୪ ତାରିଖ ମଧ୍ୟରେ ଯେ କୌଣସି ଦିନ କରାଯିବ। ଶ୍ର

Ayodhya Ram Mandir: ଗର୍ଭଗୃହରେ କେବେ ବିରାଜମାନ କରିବେ ରାମଲାଲା? ସାମ୍ନାକୁ ଆସିଲା ତାରିଖ

Ayodhya Ram Mandir Pran Pratishtha: ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ମନ୍ଦିରର ପ୍ରଥମ ମହଲାରେ ସ୍ଥାପନ କରାଯିବ ଭଗବାନ ରାମଙ୍କ ପ୍ରତିମା। ଏଠାରେ ଭଗବାନ ରାମଙ୍କ ପ୍ରତିମା ଏକ ପାଞ୍ଚ ବର୍ଷର ଶିଶୁ ଆକାରରେ ସ୍ଥାପନ କରାଯିବ। ସେହିପରି ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ୧୫ ଜାନୁଆରୀରୁ ୨୪ ତାରିଖ ମଧ୍ୟରେ ଯେ କୌଣସି ଦିନ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏକଥା କହିଛନ୍ତି। 

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ସମ୍ପାଦକ ଚମ୍ପତ ରାୟ (Champat Rai) କହିଛନ୍ତି ଯେ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ରାମ ମନ୍ଦିରର (Ayodhya Ram Mandir) ତଳ ମହଲାରେ କାର୍ଯ୍ୟ ଆସନ୍ତ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶେଷ ହେବ। ଏହା ପରେ କେବଳ ଅନ୍ତିମ ସ୍ପର୍ଶ ଦେବା କାମ ବାକି ରହିବ। ଡିସେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭଗବାନ ରାମଙ୍କ ଏକ ପ୍ରତିମା ଏକ ପାଞ୍ଚ ବର୍ଷର ଶିଶୁ ଆକାରରେ ସ୍ଥାପନ କରାଯିବ। ରାମ ମନ୍ଦିରର ପ୍ରଥମ ମହଲାରେ ସ୍ଥାପିତ ପ୍ରତିମା। ପବିତ୍ର ମନ୍ଦିରରେ ସ୍ଥାପନ ହେବାକୁ ରହିଥିବା ପ୍ରତିମା ଆସନ୍ତା ବର୍ଷ ଜାନୁୟାରୀ ୧୫ ତାରିଖରୁ ୨୪ ମଧ୍ୟରେ ଯେ କୌଣସି ଦିନ କରାଯିବ। ମନ୍ଦିରର ତଳ ମହଲାରେ ପ୍ରଭୁ ରାମଙ୍କ ପ୍ରତିମା (Lord Rams Idol) ସ୍ଥାପନ କରାଯିବ। ଦ୍ୱିତୀୟ ମହଲାରେ କୌଣସି ପ୍ରତିମା ସ୍ଥାପନ କରିବାର ଯୋଜନା ନାହିଁ। 

Also Read: Ayodhya Ram Mandir: ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ ନାହିଁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ଜାଣନ୍ତୁ କାରଣ

ଚମ୍ପତ ରାୟ କହିଛନ୍ତି ଯେ ରାମ ମନ୍ଦିରକୁ ଉଚ୍ଚତା (Ayodhya Ram Mandir Height) ଦେବା ପାଇଁ ଦ୍ୱିତୀୟ ମହଲା ନିର୍ମାଣ କରାଯିବ। ବର୍ତ୍ତମାନ ମନ୍ଦିର ନିର୍ମାଣରେ ୨୧ ଲକ୍ଷ ଘନଫୁଟ ଗ୍ରାନାଇଟ୍, ବାଲୁକା ପଥର ଏବଂ ମାର୍ବଲ ବ୍ୟବହାର କରାଯାଉଛି। ରାମ ମନ୍ଦିରର ଗଠନ (Ayodhya Ram Mandir Construction) ମାର୍ବଲ ପଥରରେ ହୋଇଥିବା ବେଳେ କବାଟ ମହାରାଷ୍ଟ୍ରରୁ ଅଣାଯାଇଥିବା କାଠରେ ନିର୍ମିତ ହୋଇଛି। ସେମାନଙ୍କ ଉପରେ କାରୁକାର୍ଯ୍ୟ ଖୋଦେଇ କାମ ମଧ୍ୟ ଆରମ୍ଭ ହୋଇଛି। ଯାହା ଦ୍ୱାରା ୧୦୦୦ ବର୍ଷରୁ ଅଧିକ ସମୟ ପାଇଁ ମନ୍ଦିରରେ କୌଣସି ପ୍ରକାରର ମରାମତି କାର୍ଯ୍ୟ ଆବଶ୍ୟକତା ହେବ ନାହିଁ।

ରାମ ମନ୍ଦିରର ତଳ ମହଲାରେ (Ayodhya Ram Mandir Ground Floor) ୮୦ ପ୍ରତିଶତ କାମ ଶେଷ ହୋଇଛି। ଏହାର ୧୬୨ ସ୍ତମ୍ଭ ପ୍ରସ୍ତୁତ ହୋଇସାରିଛି। ସାଢେ ଚାରି ହଜାରରୁ ଅଧିକ ପ୍ରତିମା ଏହି ସ୍ତମ୍ଭ ଉପରେ ନିର୍ମାଣ କରାଯାଉଛି। ଯେଉଁଥିରେ ତ୍ରେତୟା ଯୁଗର ଝଲକ ଦେଖିବାକୁ ମିଳିବ। ସ୍ତମ୍ଭରେ ଖୋଦେଇ କାର୍ଯ୍ୟ କରିବା ପାଇଁ କେରଳ ଏବଂ ରାଜସ୍ଥାନର ପ୍ରାୟ ୪୦ ଜଣ କାରିଗର ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ସ୍ତମ୍ଭକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ସ୍ତମ୍ଭରେ କୋଡିଏରୁ ଚବିଶି ପ୍ରତିମା ତିଆରି କରାଯାଉଛି। ଉପର ଭାଗରେ ଆଠରୁ ବାର ମୂର୍ତ୍ତି ତିଆରି କରାଯାଉଛି। ସ୍ତମ୍ଭର ମଝି ଅଂଶରେ ଚାରିରୁ ଆଠଟି ମୂର୍ତ୍ତି ତିଆରି କରାଯାଉଛି। ଜଣେ କାରିଗରଙ୍କୁ ସ୍ତମ୍ଭ ଉପରେ ପ୍ରତିମା ତିଆରି କରିବାକୁ ପ୍ରାୟ ୨୦୦ ଦିନ ସମୟ ଲାଗିଥାଏ। 

Also  Read: Ayodhya Ram Mandir: କିପରି ହେବ ସୁରକ୍ଷା ବ୍ୟବସ୍ଥା? କିଏ କରିବ ସୁରକ୍ଷା? ଜାଣନ୍ତୁ ସବୁକିଛି

ଅଯୋଧ୍ୟା ରାମ ମନ୍ଦିରର ମୂଳଦୁଆ (Ayodhya Ram Mandir Foundation) ୧୫ ଫୁଟ ଗଭୀର ହୋଇଥିବା ବେଳେ ଏହାକୁ ପଥରରେ ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟରେ କୌଣସି ଲୁହା କିମ୍ବା ଇସ୍ପାତ ବ୍ୟବହାର କରାଯାଉନାହିଁ। ପ୍ରାୟ ୫.୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ସମୟରେ ମଧ୍ୟ ମନ୍ଦିରର କୌଣସି କ୍ଷୟକ୍ଷତି ହେବ ନାହିଁ। ଲେନ୍ସ ଏବଂ ଦର୍ପଣ ମାଧ୍ୟମରେ ମୂର୍ତ୍ତି ଉପରେ ସୂର୍ଯ୍ୟ କିରଣ ପଡ଼ିବ ବୋଲି କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ (Shri Ram Janmabhoomi Teerth Kshetra Trust) ସାଧାରଣ ସମ୍ପାଦକ।