Astro Tips For Money: ଏହି ତିନି ରାଶିର ବ୍ୟକ୍ତିଙ୍କ ଉପରେ ଆଜିଠୁ ହେବ ଟଙ୍କାର ବର୍ଷା! ବଢିବ ସୁଖ ସମୃଦ୍ଧି
Advertisement

Astro Tips For Money: ଏହି ତିନି ରାଶିର ବ୍ୟକ୍ତିଙ୍କ ଉପରେ ଆଜିଠୁ ହେବ ଟଙ୍କାର ବର୍ଷା! ବଢିବ ସୁଖ ସମୃଦ୍ଧି

Astro Tips : ମେଷ : ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଖାସ କରି ଆପଣ ଅଯଥା ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଅର୍ଥହୀନ ଓ ପ୍ରତିକୂଳ ମନୋଭାବରୁ ଦୂରେଇ ରୁହନ୍ତୁ । ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିବ ।ଏବଂ ଆପଣଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ। କାର୍ଯ୍ୟ ସମାପ୍ତ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟ ସମାପ୍ତ କରିବା ଏକ ସମସ୍ୟା ହେବ ନାହିଁ ।

Astro Tips For Money:  ଏହି ତିନି ରାଶିର ବ୍ୟକ୍ତିଙ୍କ ଉପରେ ଆଜିଠୁ ହେବ ଟଙ୍କାର ବର୍ଷା! ବଢିବ ସୁଖ ସମୃଦ୍ଧି

 ମେଷ : ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଖାସ କରି ଆପଣ  ଅଯଥା ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ ।  ଅର୍ଥହୀନ ଓ ପ୍ରତିକୂଳ ମନୋଭାବରୁ ଦୂରେଇ ରୁହନ୍ତୁ ।  ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିବ ।ଏବଂ ଆପଣଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ।  କାର୍ଯ୍ୟ ସମାପ୍ତ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟ ସମାପ୍ତ କରିବା ଏକ  ସମସ୍ୟା ହେବ ନାହିଁ । 

ବୃଷ :ଆଜି ନକ୍ଷେତ୍ର ଗଣ ଆପଣଙ୍କ ସପକ୍ଷରେ ନୁହଁନ୍ତି । ତେଣୁ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୌଣସି ଜିନିଷରେ  ଆପଣ ନିଜକୁ ସଂଯୁକ୍ତ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ, ଆପଣ କୌଣସି ଅନୈତିକ କିମ୍ବା ଆଇନ ବିରୁଦ୍ଧରେ କାର୍ଯ୍ୟ କରିବେ ନାହିଁ ।  ନୂଆ କାର୍ଯ୍ୟ  ଏବଂ ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ । କାରଣ ଏହା ଫଳପ୍ରଦ ହୋଇ ନ ପାରେ । ଏହା ପରିବର୍ତ୍ତେ,ଆପଣ ନିଜର ପ୍ରିୟ ଅଭ୍ୟାସ ଏବଂ ମନତାଜା ରଖି କାର୍ଯ୍ୟ କରନ୍ତୁ । ଏହା ଆପଣଙ୍କ ବ୍ୟାକୁଳତା ଏବଂ ଷ୍ଟ୍ରେସ କମ୍ କରିବାରେ ସାହାର୍ଯ୍ୟ କରିବ ।

ମିଥୁନ : ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ବେଶ ଶୁଭ ରହିବ। ଆମୋଦ ପ୍ରମୋଦରେ ଦିନଟି ଆପଣଙ୍କର କଟିବ । କେଉଁ ଆଡୁ ଆଜି ଆପଣଙ୍କୁ ଅର୍ଥ ମଧ୍ୟ ମିଳିପାରେ ।

କର୍କଟ: ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ । ସେଥିପାଇଁ ବେପାର ଲମ୍ବା ଅବଧିର ରହିବ  ଓ ଲାଭଦାୟକ ମଧ୍ୟ ହେବ । ଆଜି ଆପଣ ନୂଆ କାର କିମ୍ବା ଘର କିଣି ପାରନ୍ତି ।  ବନ୍ଧୁ ମାନଙ୍କ ଠାରୁ ମଧ୍ୟ ଲାଭ ପାଇବେ। ବିଦ୍ୟାର୍ଥୀମାନେ ଭଲ କରିବେ ଏବଂ ଧ୍ୟାନ ବଢିବ । 
 
ସିଂହ: ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ପାଇବେ। ଖେଳାଳିଙ୍କ ସମର୍ଥକ ସଂଖ୍ୟା ବଢ଼ିବ। ନୂଆ ଲୋକଙ୍କ ସହିତ ସଂପର୍କ ହେବ। ପ୍ରେମ ଜୀବନ ମଧୁର ହେବ।

କନ୍ୟା: ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ପାଇବେ। ଘରକୁ ବନ୍ଧୁ ଆସିବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।

ତୁଳା : ଆଜି ଆପଣ ନିଜର କଳ୍ପନା ଶକ୍ତି ଏବଂ ସୃଜନଶକ୍ତିକୁ ଭଲ ଭାବରେ କାମରେ ଲଗାଇ ପାରିବେ। ବୌଦ୍ଧିକ ପ୍ରବୃତ୍ତି କିମ୍ବା ଚର୍ଚ୍ଚାରେ ଭାଗ ନେବା ଆପଣଙ୍କୁ ପସନ୍ଦ ଆସିବ। ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ। ତାଙ୍କର ପ୍ରଗତି ହେବ। ମହିଳା ମିତ୍ରମାନଙ୍କ ସହଯୋଗ ମିଳିବ। ପ୍ରିୟ ବ୍ୟକ୍ତିଙ୍କ ସହିତ ମିଳନ ସୁଖ ପ୍ରଦ ରହିବ। ଅତ୍ୟଧିକ ବିଚାରରେ ମନ ବିଚଳିତ ରହିବ। ସାମାନ୍ୟ ରୂପରେ ଶାରୀରିକ ତଥା ମାନସିକ ସତେଜତାର ସହିତ ଆଜିର ସମସ୍ତ କାର୍ଯ୍ୟ କରିବେ।

ବିଚ୍ଛା : ବିଛାରାଶି ଲୋକଙ୍କ ପାଇଁ ଦିନଟି  ମିଶ୍ରିତ ଫଳ ପ୍ରଦାନ କରିବ । ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବ। ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେନାହିଁ। ମାତାଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରୁ ମନ ଦୁଃଖୀ ହେବ। ମହିଳା ବର୍ଗଙ୍କଠାରୁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। 

ଧନୁ : ଆଜି ଆପଣଙ୍କ ଉପରେ ଗୂଢ଼ ରହସ୍ୟ ବାଦ ଏବଂ ଆଧ୍ୟାତ୍ମିକତାର ରଙ୍ଗ ଚଢ଼ିବ। ଏଥିପାଇଁ ଏହି ବିଷୟରେ ଗଭୀର ଭାବେ ନିୟୋଜିତ ହେବାକୁ ପ୍ରୟାସ କରିବେ। ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବ। ସ୍ଵାସ୍ଥ୍ୟ ଭଲ ରହିବ ଏବଂ ଆପଣଙ୍କ ମନ ପ୍ରସନ୍ନ ରହିବ। ଲଘୁ ଯାତ୍ରାର ସମ୍ଭାବନା ଅଛି। ମିତ୍ର ଏବଂ ବନ୍ଧୁମାନଙ୍କ ସହିତ ସାକ୍ଷାତକରି ମନ ଖୁସି ରହିବ। ଭାଗ୍ୟ ଆପଣଙ୍କ ସାଥିରେ ରହିବ। ବ୍ୟାପାରରେ ପ୍ରଗତି ହେବ।

ମକର : ଏକାଧିକ କାର୍ଯ୍ୟରେ ଅନୁପ୍ରବେଶ କୌଣସିଟାରେ ମଧ୍ୟ ସଫଳତା ଦେବ ନାହିଁ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। 

କୁମ୍ଭ: ଅଶାନ୍ତ ମନ ଭିତରୁ ମଧୁର କଥା ବାହାରିବା କଷ୍ଟକର ମନେହେବ। ପରିବାରରେ ଭାବୁଥିବା କଥାକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ପରିବାରରେ ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। ଜଣେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆଶା ପୂରଣ କରିପାରନ୍ତି।

ମୀନ: ବିଶେଷ କାରଣ ନ ଥାଇ ମଧ୍ୟ ଆଜି ପରିବାରରେ ଟଣାଓଟରା ଅବଶ୍ୟମ୍ଭାବୀ। ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। ଋଣ ପରିଶୋଧ ପାଇଁ ବ୍ୟଗ୍ରତା, ସମ୍ପର୍କୀୟଙ୍କ ଅଭିଯୋଗ ଏବଂ ପଡ଼ୋଶୀଙ୍କ ଟାହିଟାପରା ମନକୁ ବିଭ୍ରାନ୍ତ କରିପାରେ। 

Also Read: Horoscope Today 21 January 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର