Shocking News: ପ୍ରେମ କରି ବନ୍ଧା ହେଲେ ପ୍ରେମିକ-ପ୍ରେମିକା, ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha1508184

Shocking News: ପ୍ରେମ କରି ବନ୍ଧା ହେଲେ ପ୍ରେମିକ-ପ୍ରେମିକା, ଜାଣନ୍ତୁ କାରଣ...

Visakhapatnam Viral Video: ବିଶାଖାପଟ୍ଟନମ ଇସ୍ପାତ କାରଖାନା ରୋଡ଼ ଠାରେ ଏଭଳି ଘଟଣା ଘଟିଥିବାର ଦାବି କରାଯାଇଛି। କାର ଭିତରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଭିଡ଼ିଓ ରେକର୍ଡିଂ କରିଥିବା କୁହାଯାଉଛି। 

Shocking News: ପ୍ରେମ କରି ବନ୍ଧା ହେଲେ ପ୍ରେମିକ-ପ୍ରେମିକା, ଜାଣନ୍ତୁ କାରଣ...

Andra Pradesh News: ଉପରୋକ୍ତ ଶିରୋନାମା ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ହେଲେ ସଦ୍ୟ ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଜିଲ୍ଲାରେ ଏକ ପ୍ରେମୀ ଯୋଡ଼ିଙ୍କ ଭିଡ଼ିଓ ଭାଇରାଲ ହେବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗୁରୁବାର ଏହି ଘଟଣା ସମ୍ପର୍କରେ ଜଣାଇଛନ୍ତି। 

ବିଶାଖାପଟ୍ଟନମ ଇସ୍ପାତ କାରଖାନା ରୋଡ଼ (Visakhapatnam Steel Plant Road) ଠାରେ ଏଭଳି ଘଟଣା ଘଟିଥିବାର ଦାବି କରାଯାଇଛି। କାର ଭିତରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଭିଡ଼ିଓ ରେକର୍ଡିଂ କରିଥିବା କୁହାଯାଉଛି। ରାସ୍ତାରେ ଖୋଲାମେଲାରେ ପ୍ରେମ କରି ଚର୍ଚ୍ଚାକୁ ଆସିଥିବା  ପ୍ରେମୀ ଯୋଡ଼ିଙ୍କ ପରିଚୟ ମିଳିସାରିଛି। ସେମାନେ ହେଉଛନ୍ତି କେ.ଶୈଲଜା (୧୯ ବର୍ଷ) ଏବଂ ଅଜୟ କୁମାର (୨୨ ବର୍ଷ)। ସେମାନଙ୍କର ଭିଡ଼ିଓ ଭାଇରାଲ ହେବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ବିଶାଖାପଟ୍ଟନମ ପୋଲିସ (Visakhapatnam Police) ସ୍ପଷ୍ଟ କରିଛି।

ପ୍ରେମୀଯୋଡ଼ିଙ୍କ ବିରୋଧରେ  ଗାଡି଼ ଚଳାଇବା ବେଳେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ଡ୍ରାଇଭିଂ ଆକ୍ଟ ( Driving Act) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ବିଶାଖାପଟ୍ଟନମ ଇସ୍ପାତ କାରଖାନା ରୋଡ଼ ପୋଲିସ (Visakhapatnam Steel Plant Road Police) ସେମାନଙ୍କ ଗାଡିକୁ ଜବତ କରିଥିଲା। ପୋଲିସ ଧାରା ୩୩୬, ୨୭୯, ୧୩୨ ଏବଂ ୧୨୯ ମୋଟର ଯାନ ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ଦାଏର କରିଛି।

ଏହି ଘଟଣାରେ ଉଭୟ ପ୍ରେମୀଯୋଡ଼ିଙ୍କ ଅଭିଭାବକଙ୍କୁ ସମନ ଜାରି କରାଯାଇ ସେମାନଙ୍କ କାଉନସେଲିଂ କରାଯାଇଥିଲା। ସିଟି ପୋଲିସ କମିଶନର (Visakhapatnam CT Police Commissioner) ସି.ଏଚ ଶ୍ରୀକାନ୍ତ ଜଣାଇଛନ୍ତି ଯେ ନାଗରିକ ଏବଂ ସେମାନଙ୍କ ପରିବାର ପାଇଁ ଟ୍ରାଫିକ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରାଫିକ ନିୟମକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସେ ଚେତାବନୀ ଦେଇଛନ୍ତି। ଏପରିକି ଯିଏ ଟ୍ରାଫିକ ନିୟମକୁ ଅବହେଳା କରିବ ସେମାନ ଗାଡି ଜବତ କରାଯିବ ବୋଲି ଜଣାଇଛନ୍ତି।