Amritpal singh: ପୋଲିସକୁ ଚକମା ଦେଇ ଖସିଗଲା ଅମୃତପାଲ ସିଂ, ପଞ୍ଜାବରେ ହାଇ ଆଲର୍ଟ
Advertisement
Article Detail0/zeeodisha/odisha1616670

Amritpal singh: ପୋଲିସକୁ ଚକମା ଦେଇ ଖସିଗଲା ଅମୃତପାଲ ସିଂ, ପଞ୍ଜାବରେ ହାଇ ଆଲର୍ଟ

Amrit pal singh: ଫେରାର ଖଲିସ୍ତାନୀ ନେତା ଅମୃତପାଲ ସିଂ। ଅମୃତପାଲକୁ ଧରିବା ଲାଗି ପୋଲିସ ପକ୍ଷରୁ ଆର୍ଲଟ ଜାରି ।  ଅମୃତପାଲଙ୍କ ୭୮ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ଗାଁର ବିଭିନ୍ନ ସ୍ଥାନରେ ପୋଲିସ ପ୍ରହରା ଦେବା ସହ ଛାନଭିନ୍ ଜାରି ରଖିଛି ।

ସୌ(ସୋସିଆଲ ମିଡିଆ)

Amrit pal singh: ପୋଲିସକୁ ଚକମା ଦେଇ ଖସିଗଲା ଖଲିସ୍ତାନୀ ନେତା ଅମୃତପାଲ ସିଂ(Amritpal singh) । ଅମୃତପାଲକୁ ଧରିବା ଲାଗି ପୋଲିସ ପକ୍ଷରୁ ଆର୍ଲଟ ଜାରି(High Alert in Punjab) କରିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି । ତେବେ ଏଯାବତ୍ ଅମୃତପାଲଙ୍କ ୭୮ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ଗାଁର ବିଭିନ୍ନ ସ୍ଥାନରେ ପୋଲିସ ପ୍ରହରା ଦେବା ସହ ଛାନଭିନ୍ ଜାରି ରଖିଛି ।

ସୂଚନା ଅନୁଯାୟୀ, ଗତକାଲି ୱାରିସ୍ ପଞ୍ଜାବ ଦେ (Waris Punjab De) ସଂଗଠନର ମୁଖ୍ୟ ଅମୃତପାଲ ସିଂ ଗିରଫ ନେଇ ସୂଚନା ମିଳିଥିଲା । ପରେ ସେ ଗିରଫ ହୋଇନଥିବା ସ୍ପଷ୍ଟ ହୋଇଥିଲା । ତେବେ ପୁଣି ସେ ଫେରାର ଥିବା ନେଇ ଖବର ସାମ୍ନାକୁ ଆସିଛି । ପଞ୍ଜାବ ପୋଲିସ(Punjab Police) ତାଙ୍କୁ ପଳାତକ ଘୋଷଣା କରିବା ସହ ଜୋରଦାର ସର୍ଚ୍ଚ ଅପରେସନ ଜାରି ରଖିଛି । ଏନେଇ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଛି ପଞ୍ଜାବ ପୋଲିସ । ସେପଟେ ଆଜି ଅପରାହ୍ନ ୧୨ଟା ଯାଏଁ ପଞ୍ଜାବରେ ମୋବାଇଲ ଇଣ୍ଟରନେଟ ସେବା(Punjab Internet Shutdown) ବନ୍ଦ ରଖାଯାଇଛି । ପଞ୍ଜାବରେ ସ୍ଥିତି ନିୟନ୍ତ୍ରଣରେ ଥିବା ସହ ଖୁବଶୀଘ୍ର ଅମୃତପାଲ ସିଂଙ୍କୁ ଗିରଫ କରାଯିବା ନେଇ ପୋଲିସ କହିଛି । ଏହାସହ କୌଣସି ପ୍ରକାରର ଗୁଜବରେ ବିଶ୍ବାସ ନ କରିବା ଲାଗି ପୋଲିସ ଲୋକଙ୍କୁ ସଚେତନ କରାଇଛି । ଘଟଣା ଉପରେ ନଜର ରଖାଯାଇଥିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ ଅମୃତପାଲଙ୍କ ପିତା ପ୍ରଶ୍ନ ଉଠାଇଛନ୍ତି କି ଯଦି ପୋଲିସ ତାଙ୍କୁ ଗିରଫ କରିବାକୁ ଚାହୁଁଥିଲା ସେତେବେଳେ ତାଙ୍କୁ କାହିଁକି ଗିରଫ କରାଗଲା ନାହିଁ ଯେତେବେଳେ ସେ ଘରେ ଥିଲେ । ସେ ଆଉ ମଧ୍ଯ କହିଛନ୍ତି କି, ପୋଲିସ ଆମ ଘରର ତଲାସୀ ନେଇଥିବା ବେଳେ ଏଯାଏଁ କୌଣସି ଅପଡ଼େଟ ମିଳିପାରି ନାହିଁ । ପୋଲିସ ଆମ ଘରେ ୩ରୁ ୪ ଘଣ୍ଟା ଧରି ତଲାସୀ କରିଥିଲା । ପୋଲିସକୁ ଘରୁ ସେପରି କୌଣିସି ଆପତ୍ତିଜନକ ଜିନିଷ ମିଳିନାହିଁ । ଯଦି ପୋଲିସ ଅମୃତପାଲକୁ ଗିରଫ କରିବାକୁ ଚାହୁଁଥିଲ ତାହାଲେ ସେ ୮ଟାରୁ ସାଢେ ୮ ଯାଏଁ ଘରେ ହିଁ ଥିଲା ସେ ସମୟରେ ତାଙ୍କୁ କ’ଣ ପାଇଁ ଗିରଫ କରାଗଲା ନାହିଁ । ମୋ ପୁଅ ନିର୍ଦ୍ଦୋଷ ଅଟେ । ସେ ସବୁ ଯୁବପୀଢିଙ୍କୁ ନିଶାଠାରୁ ଦୂରରେ ରଖିବାକୁ ପ୍ରୟାସ କରିଥାଏ ତାହା ସହ କିଛି ଠିକ୍ ହେଉନାହିଁ ।

ଏହାମଧ୍ଯ ପଢନ୍ତୁ-Inspirational Story: ଦୁର୍ଘଟଣାରେ ଝିଅର ମୃତ୍ୟୁ ପରେ, ସଚେତନ କରାଇବା ନେଇ ୪୦ଟି ହେଲମେଟ ବାଣ୍ଟିଲେ ପରିବାର ଲୋକେ

ପ୍ରକାଶ ଥାଉ କି, ଗତ ମାସରେ ଅମୃତପାଲ ଓ ତାଙ୍କ ସମର୍ଥକମାନେ ଖଣ୍ଡା ଓ ପିସ୍ତଲ ନେଇ ଅମୃତସର ସହର ସୀମାନ୍ତରେ ଥିବା ଅଜନାଲା ପୋଲିସ ଷ୍ଟେସନରେ ପ୍ରବେଶ କରିଥିଲେ। ଜଣେ ଘନିଷ୍ଠ ବନ୍ଧୁଙ୍କୁ ପୋଲିସ କବଳରୁ ମୁକ୍ତ କରିବା ପାଇଁ ଅମୃତପାଲ ଓ ପୋଲିସଙ୍କ ମଧ୍ଯରେ ସଂଘର୍ଷ ହୋଇଥିଲା। ଏହି କାରଣରୁ ତାଙ୍କ ଉପରେ ତିନୋଟି ମାମଲା ରୁଜୁ କରାଯାଇଛି ।