Ahmedabad Railway Station: ଛାଡ଼ିଦେଲା ଟ୍ରେନ; ଗଳି ପଡ଼ିଲେ ଟିଟିଇ, ଭାଇରାଲ ହେଉଛି ଭିଡ଼ିଓ
Advertisement
Article Detail0/zeeodisha/odisha1761208

Ahmedabad Railway Station: ଛାଡ଼ିଦେଲା ଟ୍ରେନ; ଗଳି ପଡ଼ିଲେ ଟିଟିଇ, ଭାଇରାଲ ହେଉଛି ଭିଡ଼ିଓ

Ahmedabad Railway Station Viral Video: ସଦ୍ୟ ଏକ ନିଶ୍ଟିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ଜଣେ ଟ୍ରେନ ଟିକେଟ ପରୀକ୍ଷକ ଅହମ୍ମଦାବାଦ ରେଳ ଷ୍ଟେସନ ଠାରେ ଘଟିଯାଇଥିବା ଏହି ଘଟଣାର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

Ahmedabad Railway Station: ଛାଡ଼ିଦେଲା ଟ୍ରେନ; ଗଳି ପଡ଼ିଲେ ଟିଟିଇ, ଭାଇରାଲ ହେଉଛି ଭିଡ଼ିଓ

Train Ticket Checker Viral Video: ସଦ୍ୟ ଗୁଜୁରାଟ ସ୍ଥିତି ଅହମ୍ମଦାବାଦ ରେଳ ଷ୍ଟେସନ ଠାରେ ଘଟିଯାଇଛି ଏକ ଛାତି ଥରାଇ ଦେବା ଭଳି ଘଟଣା। ନିଶ୍ଚିତ ମୃତ୍ୟୁ ମୁଖ୍ୟରୁ ବର୍ତ୍ତି ଯାଇଛନ୍ତି ଜଣେ ଟ୍ରେନ ଟିକେଟ ପରୀକ୍ଷକ। ଏହି ରେଳ ଷ୍ଟେସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଟିକେଟ୍ ଯାଞ୍ଚ ଦାୟିତ୍ୱରେ ରହିଥିବା ଏହି ରେଳବାଇ କର୍ମଚାରୀ ଛାତି ଥରାଇ ଦେବା ଭଳି ଦୁର୍ଘଟଣାର ସାମ୍ନା କରିଥିଲେ। 

ଯେତେବେଳେ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ମୁମ୍ବାଇ (Mumbai) ଅଭିମୁଖେ ଅହମ୍ମଦାବାଦ ରେଳ ଷ୍ଟେସନ (Ahmedabad Railway Station) ଠାରୁ ଯାତ୍ରା ଆରମ୍ଭ କଲା ସେତେବେଳେ ଏହି ଟ୍ରେନ ଟିକେଟ ପରୀକ୍ଷକ (Train Ticket Checker) ଜଣଙ୍କ ଫାଟକ ବନ୍ଦ ହୋଇଯିବା କାରଣରୁ ଟ୍ରେନ ମଧ୍ୟରେ ପ୍ରବେଶ କରିପାରି ନଥିଲେ। ଯାହା ଫଳରେ ଟ୍ରେନ ଧରିବା ବଦଳରେ ପ୍ଲାଟଫର୍ମ ଉପରେ ପଡ଼ିଯାଇଥିଲେ। ଏହି ଭୟଙ୍କର ଘଟଣାର ଭିଡ଼ିଓ ପ୍ଲାଟଫର୍ମ ଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଦ୍ୱାରା କଏଦ ହୋଇଯାଇଥିଲା। ଯାହାର ଭିଡ଼ିଓ ମଧ୍ୟ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଟ୍ରେନ ଟିକେଟ ପରୀକ୍ଷକ ଜଣଙ୍କ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଭର୍ତ୍ତି ଯାଇଛନ୍ତି। 

ଏହି ଭାଇରାଲ ଭିଡ଼ିଓ ସମଗ୍ର ଘଟଣାକ୍ରମକୁ ଚିତ୍ରିତ କରିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଅହମ୍ମଦାବାଦ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ (Ahmedabad Mumbai Vande Bharat Express) ଅହମ୍ମଦାବାଦ ରେଳ ଷ୍ଟେସନ ଛାଡ଼ିବା ପରେ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରୁଛି। ଟ୍ରେନ ରେଳ ଧାରଣରେ ଦୌଡ଼ିବା ପରେ ଆରମ୍ଭ କରିବା ପରେ ଏହାର ଗେଟ୍ ବନ୍ଦ ହୋଇଯାଇଥିଲା। ଏହି ଟ୍ରେନ ଏହାର ଟିକେଟ୍ ପରୀକ୍ଷକ ଛାଡି ଦେଇ ଆଗକୁ ଆଗକୁ ମାଡ଼ି ଚାଲିଥିଲା। ଚଳନ୍ତା ଟ୍ରେନ ଧରିବା ପାଇଁ ଟିକେଟ ପରୀକ୍ଷକ ଜଣଙ୍କ ନିଜ ଜୀବନକୁ ବାଜି ଲଗାଇ ଦେବା ଭଳି ଉଦ୍ୟମ। ଯାହା ତାଙ୍କ ପାଇଁ ବହୁତ ମହଙ୍ଗା ପଡିଥିଲା। ଟ୍ରେନ ଧରିବା ବଦଳରେ ଟିକେଟ ପରୀକ୍ଷକ ଜଣଙ୍କ ରେଳ ଷ୍ଟେସନ ପ୍ଲାଟଫର୍ମ ଉପରେ ଗଳି ପଡ଼ିଥିଲେ। ଗତ ଜୁନ ୨୬ ତାରିଖରେ ଏପରି ଘଟଣା ଘଟିଥିବାର ଜଣାପଡ଼ିଛି। 

ଏଭଳି ଛାତି ଥରାଇ ଦେବା ଭଳି ଘଟଣା ଖୁବ ଭାଇରାଲ ହୋଇଛି। ଯେଉଥିରେ ଦେଖିବାକୁ ମିଳୁଛି ଯେ ଅହମ୍ମଦାବାଦ ରେଳ ଷ୍ଟେସନ ଛାଡ଼଼ିବା ପରେ (Ahmedabad Railway Station Viral Video) ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବନ୍ଦେ ଭାରତ ଟ୍ରେନ (Ahmedabad Mumbai Vande Bharat Train) ଫାଟକ ବନ୍ଦ ହୋଇଯାଉଛି। ଟ୍ରେନ ପ୍ଲାଟଫର୍ମ ଛାଡ଼ିବା ପରେ ଦ୍ରୁତ ଗତିରେ ଏହାର ଯାତ୍ରା ଆରମ୍ଭ କରୁଛି। ଏହି ଟ୍ରେନ୍ ପାଇଁ ନିଯୁକ୍ତ ଟିକେଟ୍ ଚେକର୍ ପ୍ଲାଟଫର୍ମ ଠାରେ ରହି ଯାଇଥିଲେ। ସେ ଚଳନ୍ତା ଟ୍ରେନ ଧରିବା ପାଇଁ ସେ ଶେଷ ଆଡକୁ ରହିଥିବା ଫାଟକ ଯାହା ଆଂଶିକ ଭାବରେ ବନ୍ଦ ହୋଇଥିଲା ସେହି ଦ୍ୱାର ଦେଇ ଟ୍ରେନ ଧରିବାକୁ ଚେଷ୍ଟା କରୁଥିଲେ। ଟ୍ରେନ ଧରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେବା ଭଳି ତାଙ୍କର ଏପରି ଉଦ୍ୟମ ହୁଏତ ତାଙ୍କ ଜୀବନ ପାଇଁ ମହଙ୍ଗା ପଡ଼ି ଯାଇଥାନ୍ତା।  ସେ ଟ୍ରେନ ଭତିରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଏବଂ ପ୍ଲାଟଫର୍ମ ଠାରେ ଗଳି ପଡ଼ିବା ପୂର୍ବରୁ ଲୋକୋ ପାଇଲଟ ବସିଥିବା କ୍ୟାବିନ ଝରକା ବାଡେଇଥିବାର ନଜର ଆସୁଛନ୍ତି।