Vivah Muhurat 2023: ହୋଲି ପରେ ଆରମ୍ଭ ହେବ ବିବାହ ସିଜିନ୍, ଜାଣନ୍ତୁ କେବେଠାରୁ ପଡୁଛି ଶୁଭ ମୁହୂର୍ତ୍ତ ?
Advertisement

Vivah Muhurat 2023: ହୋଲି ପରେ ଆରମ୍ଭ ହେବ ବିବାହ ସିଜିନ୍, ଜାଣନ୍ତୁ କେବେଠାରୁ ପଡୁଛି ଶୁଭ ମୁହୂର୍ତ୍ତ ?

Vivah Muhurat 2023: ବିବାହ(wedding) ଏକ ପବିତ୍ର ବନ୍ଧନ । ହୋଲି ପରଠାରୁ ଆରମ୍ଭ ହେବାକୁ ଯାଉଛି ବିବାହ ସିଜିନ୍ (wedding season)। ମାର୍ଚ୍ଚ ମାସ, ଅର୍ଥାତ୍ ବର୍ଷର ତୃତୀୟ ମାସରୁ ବିବାହର ସିଜିନ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ ହୋଲି ପର୍ବ ମଧ୍ୟ ପାଳନ କରାଯିବ । ଏହା ବ୍ୟତିତ ଏହି ମାସରେ ଚୈତ୍ର ନବରାତ୍ରୀ (Chaitra Navratri) ମଧ୍ୟ ଏହି ପଡୁଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Vivah Muhurat 2023: ବିବାହ(wedding) ଏକ ପବିତ୍ର ବନ୍ଧନ । ହୋଲି ପରଠାରୁ ଆରମ୍ଭ ହେବାକୁ ଯାଉଛି ବିବାହ ସିଜିନ୍ (wedding season)। ମାର୍ଚ୍ଚ ମାସ, ଅର୍ଥାତ୍ ବର୍ଷର ତୃତୀୟ ମାସରୁ ବିବାହର ସିଜିନ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ ହୋଲି ପର୍ବ ମଧ୍ୟ ପାଳନ କରାଯିବ । ଏହା ବ୍ୟତିତ ଏହି ମାସରେ ଚୈତ୍ର ନବରାତ୍ରୀ (Chaitra Navratri) ମଧ୍ୟ ଏହି  ପଡୁଛି। ମାର୍ଚ୍ଚ ମାସରେ ବିବାହ ପାଇଁ ଶୁଭ ସମୟ ଅଛି ବୋଲି ଜ୍ୟୋତିର୍ବିତ୍ ମାନେ ମଧ୍ୟ ମତ ରଖିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ  ୮ ତାରିଖରେ ହୋଲି(Holi ) ପର୍ବ ପଡୁଛି । ଅର୍ଥାତ୍ ହୋଲି ପରଠାରୁ ବିବାହ,ଜମି କିଣିବା , ନୂଆ ଘର ଓ ଗାଡି କିଣିବା ପାଇଁ ଶୁଭ ମୂହୁର୍ତ୍ତ ରହିଛି। ତେବେ, ଆସନ୍ତୁ ଜାଣିବା ଏହି ବର୍ଷ ହୋଲି ପରେ ବିବାହ ପାଇଁ ଶୁଭ ସମୟ କେବେ ରହିଛି ।

ମାର୍ଚ୍ଚ ୨୦୨୩, ବିବାହ ପାଇଁ ଶୁଭ ମୁହୂର୍ତ୍ତ :

ମାର୍ଚ୍ଚ ୯,୨୦୨୩ (ଗୁରୁବାର)-ଶୁଭ ସମୟ ରାତି ୯ଟା ବାଜି ୮ ମିନିଟରୁ ଆରମ୍ଭ କରି ପରଦିନ ସକାଳ ୫ଟା.୫୭ ପର୍ଯ୍ୟନ୍ତ ରହିଛି ।  

ମାର୍ଚ୍ଚ ୧୧, ୨୦୨୩ (ଶନିବାର) -ଶୁଭ ସମୟ ସକାଳ ୭ଟା ୧୧ ମିନିଟରୁ ଆରମ୍ଭ କରି ସେହି ଦିନ ରାତି ୭ଟା ବାଜି ୫୨ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ରହିଛି । 

ମାର୍ଚ୍ଚ ୧୩, ୨୦୨୩(ସୋମବାର) -ଶୁଭ ସମୟ ସକାଳ ୮ଟା ବାଜି ୨୧ ମିନିଟ୍ ରୁ ସଂନ୍ଧ୍ୟା ୫ଟା ୧୧ ମିନିଟ୍ ପର୍ଯ୍ୟନ୍ତ ରହିଛି । 

Also Read : VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '

Also Read : Pintu Nanda Last Rites: ବାସଭବନରେ ଚାଲିଛି ଅନ୍ତିମ ଦର୍ଶନ, ସ୍ବର୍ଗଦ୍ବାରରେ ହେବ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ

ଅକ୍ଷୟ ତୃତୀୟା ଦିନ ମଧ୍ୟ ରହିଛି ବିବାହର ଶୁଭ ଦିନ:

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାରେ ମଧ୍ୟ ଅନେକ ଶୁଭ କାର୍ଯ୍ୟ କରାଯାଇଥାଏ ।  ବିବାହ ପାଇଁ ଏହା ଏକ ଶୁଭ ସମୟ ଭାବରେ ବିବେଚନା କରାଯାଏ। ଅର୍ଥାତ୍, ଏହି ଦିନ ଯେ କୌଣସି ସମୟରେ , ଖାସକରି ଯେଉଁ କନ୍ୟା ଓ ବରର କୁଣ୍ତଳୀ ବା ଜାତକ ନ ଥିବ  ସେମାନେ ମଧ୍ୟ ଏହି ଦିନ ଯ କୌଣସି ସମୟରେ ବିବାହ କରାଯାଇପାରିବ । ଚଳିତ ବର୍ଷ ଅକ୍ଷୟ ତୃତୀୟା ୨୨ ଅପ୍ରିଲରେ ପଡୁଛି । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଶୁଭଦିନ ଭାବେ ମନେକରି ଏହି ଦିନ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଅକ୍ଷୟ ତୃତୀୟା ଦିନ ପୂଜା ପାଇଁ ଶୁଭ ସମୟ ସକାଳ ୭ଟା ୪୯ରୁ ଆରମ୍ଭ କରି ରାତି ୧୨ଟା ୨୦ ପର୍ଯ୍ୟନ୍ତ ରହିଛି । ଦିନସାରା ବିବାହ ପାଇଁ ଶୁଭ ସମୟ ରହିଛି।