Africa offer India: ଚୀନ-ୟୁରୋପ ଉପରୁ ଭରସା ତୁଟିଲା, ଭାରତ ପାଇଁ କୁବେର ଭଣ୍ଡାର ଖୋଲିଦେଲା ଆଫ୍ରିକା
Advertisement
Article Detail0/zeeodisha/odisha1325489

Africa offer India: ଚୀନ-ୟୁରୋପ ଉପରୁ ଭରସା ତୁଟିଲା, ଭାରତ ପାଇଁ କୁବେର ଭଣ୍ଡାର ଖୋଲିଦେଲା ଆଫ୍ରିକା


Africa offer India to mining Lithium: ଆମେ ବ୍ୟବହାର କରୁଥିବା ଘଡି, ମୋବାଇଲ, ଟ୍ୟାବଲେଟ, ଲାପଟପ୍, ଇଲେକ୍ଟ୍ରିକ ମୋଟର ସାଇକେଲ, କାର ଭଳି ବିଦ୍ୟୁତ ଚାଳିତ ବାହନରେ ବ୍ୟାଟେରୀର ଥାଏ। ଆଉ ସେହି ବ୍ୟାଟେରୀ, ଲିଥିୟମ-ଆଇଓନରେ ପ୍ରସ୍ତୁତି ହୁଏ। ଆଗାମୀ ଦିନରେ ଦୁନିଆର ପ୍ରାୟ ସମସ୍ତ ଦେଶ ଜୈବ ଇନ୍ଧନ ବଦଳରେ ଇଲେକ୍ଟ୍ରକ ଯାନବାହନକୁ ପ୍ରୋତ୍ସାହନ ଦେବେ। ସେଥିପାଇଁ ଭବିଷ୍ୟତରେ ଲିଥିୟମ-ଆଇଓନର ଚାହିଦା ବୃଦ୍ଧି ପାଇବ। 

ପ୍ରତୀକାତ୍ମକ

Africa offer India to mining Lithium, ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପେଟ୍ରୋଲ, ଡିଜେଲ ଓ ସେମିକଣ୍ଡକ୍ଟର କୌଣସି ଖଜାନା ଠାରୁ କମ ନୁହଁ। କିନ୍ତୁ ମାଟିତଳେ ଏଭିଳି ଏକ ସମ୍ପଦ ଦବି ରହିଛି, ଯାହାର ଚାହିଦା ମଧ୍ୟ ଅଧିକ। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଅମୂଲ୍ୟ ସମ୍ପଦ ପେଟ୍ରୋଲ ଡିଜେଲକୁ ମଣିଷ ଜୀବଠାରୁ ଗାୟବ କରିଦେବ ଓ ଦୁନିଆର ଏକ ମହତ୍ୱପୂର୍ଣ୍ଣ ଜିନିଷ ପାଲଟିବ। ସେଥିପାଇଁ ଭବିଷ୍ୟତରେ ଯେଉଁ ଦେଶ ପାଖରେ ଏହା ଯେତିକି ଅଧିକ ପରିମାଣରେ ଗଚ୍ଛିତ ଥିବେ, ସେ ସେତିକି ଶକ୍ତିଶାଳୀ ହେବ। ସପ୍ଲାଇ ଚେନ ସହିତ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ସେହି ଦେଶ କିଙ୍ଗ୍ ପାଲଟିଯିବ। ତେବେ ସେହି ଅମୂଲ୍ୟ ସମ୍ପଦ ହେଉଛି ଲିଥିୟମ-ଆଇଓନ୍। ଆଉ ଭାରତ ଖୁବଶୀଘ୍ର ଲିଥିୟମ-ଆଇଓନ ପାଇଁ ଏକ ଅତୁଳୀୟ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେବ।

ଆମେ ବ୍ୟବହାର କରୁଥିବା ଘଡି, ମୋବାଇଲ, ଟ୍ୟାବଲେଟ, ଲାପଟପ୍, ଇଲେକ୍ଟ୍ରିକ ମୋଟର ସାଇକେଲ, କାର ଭଳି ବିଦ୍ୟୁତ ଚାଳିତ ବାହନରେ ବ୍ୟାଟେରୀର ଥାଏ। ଆଉ ସେହି ବ୍ୟାଟେରୀ, ଲିଥିୟମ-ଆଇଓନରେ ପ୍ରସ୍ତୁତି ହୁଏ। ଆଗାମୀ ଦିନରେ ଦୁନିଆର ପ୍ରାୟ ସମସ୍ତ ଦେଶ ଜୈବ ଇନ୍ଧନ ବଦଳରେ ଇଲେକ୍ଟ୍ରକ ଯାନବାହନକୁ ପ୍ରୋତ୍ସାହନ ଦେବେ। ସେଥିପାଇଁ ଭବିଷ୍ୟତରେ ଲିଥିୟମ-ଆଇଓନର ଚାହିଦା ବୃଦ୍ଧି ପାଇବ। ବର୍ତ୍ତମାନ ସମୟରେ ପେଟ୍ରୋଲ, ଡିଜେଲ ଯେଭଳି ଆମ ସହ ଅଙ୍ଗାଙ୍ଗିକାର ଭାବେ ଜଡିତ, ସେହିଭଳି ଲିଥିୟମ-ଆଇଓନ ମଧ୍ୟ ଆମ ଆବଶ୍ୟକତାର ଏକ ପ୍ରମୂଖ ଅଂଶ ହେବ। ତେଣୁ ଯାହା ନିକଟରେ ସବୁଠୁ ଅଧିକ ଲିଥିୟମ-ଆଇଓନ ରହିବ, ସେ ସେତିକି ଶକ୍ତିଶାଳୀ ହେବ।

Also Read: ଆମେରିକାର ଏହି ପଦକ୍ଷେରୁ ପୁଣି ବଢ଼ିଲା ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

ଆଗାମୀ ଦିନରେ ବିଶ୍ୱରେ ଭାରତର ଦବଦବା ରହିବ। କାରଣ ଭାରତକୁ ଆଫ୍ରିକା ଏକ ବଡ ଓଫର ଦେଇଛି। ଆଫ୍ରିକା ମହାଦେଶର ଅନେକ ଅଞ୍ଚଳରେ ଲିଥିୟମ-ଆଇଓନର ଭଣ୍ଡାର ରହିଛି। କିନ୍ତୁ ସେମାନେ ତାହାକୁ ବାହାର କରିବାକୁ ସକ୍ଷମ ନୁହଁନ୍ତି। ତେଣୁ ଏହାର ଖନନ ପାଇଁ ଭାରତକୁ ଦକ୍ଷିଣ ଆଫ୍ରିକା ପ୍ରସ୍ତାବ ଦେଇଛି। ଭାରକରୁ ସମ୍ବୋଧନ କରି ଦକ୍ଷିଣ ଆଫ୍ରିକା କହିଛି, 'ପ୍ରତ୍ୟେକ ଥର ଆମର ଆବଶ୍ୟକତା ବେଳେ ଆପଣ ଆମକୁ ଋଣ ଦେଇଛନ୍ତି। ବର୍ତ୍ତମାନ ଆମର ଆର୍ଥିକାବସ୍ଥା ସ୍ୱଚନୀୟ ରହିଛି। ତେଣୁ ଋଣ ଟଙ୍କା ପରିଶୋଧ ଆମ ପକ୍ଷେ ସମ୍ଭବ ନୁହଁ। ତେଣୁ ଆପଣ ଆମ ଦେଶରୁ ଲିଥିୟମ ଆଇଓନ ନେଇ ସେହି ଋଣ ଟଙ୍କା ପୂରଣ କରନ୍ତୁ। 

ଯଦି ଏଭଳି ହୁଏ, ତେବେ ଭାରତ ନିକଟରେ ପ୍ରଯ୍ୟାପ୍ତ ପରିମାଣର ଲିଥିୟମ ଆଇଓନ ଗଚ୍ଛିତ ରହିବ। ଆଉ ଏହି ଲିଥିୟମ ଆଇଓନ ପାଇଁ ବିଶ୍ୱର ଅନେକ ଦେଶ ଭାରତ ଉପରେ ନିର୍ଭର କରିବେ। ବିଦ୍ୟୁତ ଚାଳିତ ବାହନ କମ୍ପାନୀ ଗୁଡିକ ମଧ୍ୟ ଭାରତରେ ସେମାନଙ୍କ ଫ୍ୟାକ୍ଟ୍ରୀ ଖୋଲିବେ। ଫଳରେ ଭାରତ ଲାଭବାନ ହେବ। ଲିଥିୟମ ଆଇଓନ ପାଇଁ ଆଫ୍ରିକାର ଋଣ ସୁଝିହେବା ସହ ଭାରତର ଆର୍ଥିକାବସ୍ଥାରେ ସୁଧାର ମଧ୍ୟ ଆସିବ। ତେବେ ଏବେ ପ୍ରଶ୍ନ ଉଠୁଛି, ଦକ୍ଷିଣ ଆଫ୍ରିକା କାହିଁକି ଭାରତକୁ ଚୟନ କଲା? ଲିଥିୟମ ଆଇଓନ ଖନନ ପାଇଁ ଚୀନ, ଆମେରିକା କିମ୍ବା ୟୁରୋପୀୟ ଦେଶକୁ କାହିଁକି ଅଫର ଦେଲା ନାହିଁ? 

Also Read: Tejas Fighter Jet: ଚୀନ ଓ ପାକିସ୍ତାନର ସ୍ୱପ୍ନ ଚୁରମାର, ଭାରତକୁ ଏହି ଅମୁଲ୍ୟ ସମ୍ପଦ ମାଗିଲା ଆର୍ଜେଣ୍ଟିନା

ଚୀନକୁ ଲିଥିୟମ ଆଇଓନ ଖନନର ଅଫର ନ ଦେବାର ଦୁଇଟି କାରଣ ରହିଛି। ଗୋଟିଏ ହେଲା- ଚୀନ ଯଦି ଲିଥିୟମ ଆଇଓନ ଖନନ କରେ ତେବେ ଏଥିରେ କେବଳ ଚୀନର ଲୋକଙ୍କୁ ସାମିଲ କରିବ। ଫଳରେ ଦକ୍ଷିଣ ଆଫ୍ରିକାର ଲୋକଙ୍କୁ ନିଯୁକ୍ତି ମିଳିବ ନାହିଁ ଓ ଦେଶରେ ବେକାରୀ ସମସ୍ୟା ଉପୁଜିବ। ଦ୍ୱିତୀୟଟି ହେଉଛି- ଚୀନର ଅଧିକାରୀମାନେ ଦକ୍ଷିଣ ଆଫ୍ରିକାବାସୀଙ୍କ ସହ କ୍ରୁର ବ୍ୟବାହ କରନ୍ତି। ସେମାନଙ୍କ ସହ କ୍ରୀତଦାସ ଭଳି ବ୍ୟବହାର କରିବା ସହ ମାରାପିଟା କରନ୍ତି ଓ ସେମାନଙ୍କ ଜମିକୁ ମଧ୍ୟ କବଜା କରି ନିଅନ୍ତି। ଆଫ୍ରିକାରେ ଚୀନ ନିର୍ମାଣ କରିଥିବା ଅନେକ ରେଳ, ବନ୍ଦର ଓ ବିମାନ ବନ୍ଦର ପ୍ରକଳ୍ପ ଗୁଡିକରେ ଏହା ଦେଖିବାକୁ ମିଳିଛି।

ଅନ୍ୟପଟେ ୟୁରୋପୀୟ ଦେଶକୁ ଆଫ୍ରିକା ବିଶ୍ୱାସ ନ କରିବାରର କାରଣ ହେଉଛି ଗୋରା ସାହେବଙ୍କ ଏକଚାଟିଆ ନୀତି। କୋରୋନା ସମୟରେ ଆଫ୍ରିକୀୟ ଦେଶ ଗୁଡିକର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। କିନ୍ତୁ କୌଣସି ୟୁରୋପୀୟ ଦେଶ ସେମାନଙ୍କୁ ସାହାଯ୍ୟ କଲେ ନାହିଁ। କିନ୍ତୁ ଆଫ୍ରିକାକୁ ଭାରତ ଋଣ, କ୍ରେଡିଟ୍ ଲାଇନ୍, ମାଗଣା ଟିକା, ମାଗଣା ପିପିଇ କିଟ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଦେଇଛି। ତେଣୁ ଆଫ୍ରିକାର ସଂସାଧନ ଉପରେ ପ୍ରଥମ ହକ୍ ଭାରତର ହେବା ଉଚିତ ବୋଲି ସେ ହୃଦୟଙ୍ଗମ କରିଛି। ତେବେ ଭାରତ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାର ଓଫର ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ। କାରଣ ଭାରତ,  ଦକ୍ଷିଣ ଆଫ୍ରିକାର ଓଫର ସ୍ୱିକାର କରେ ତେବେ ଚୀନ, ଦିଲ୍ଲୀ ଉପରେ ଋଣ ଦେଇ ସମ୍ପତ୍ତି ହଡପ କରୁଥିବାର ଅଭିଯୋଗ ଆଣିପାରେ। ତେଣୁ ଭାରତ ଏହି ଡିଲ୍ ଗ୍ରହଣ କରିବ କିନ୍ତୁ ନିଜ ଇଜ୍ଜତ ବଞ୍ଚାଇ କାଳ ପାତ୍ର ଦେଖି ନିଷ୍ପତ୍ତି ନେବ ବୋଲି କୁହାଯାଉଛି।