Accident News: ପୁଣି ଅଘଟଣ! ସୋର ରେଳ ଷ୍ଟେସନରେ କଟି ୨ ଯୁବକ ମୃତ
Advertisement
Article Detail0/zeeodisha/odisha1770624

Accident News: ପୁଣି ଅଘଟଣ! ସୋର ରେଳ ଷ୍ଟେସନରେ କଟି ୨ ଯୁବକ ମୃତ

Accident News in Odisha: ସୋର ରେଳ ଷ୍ଟେସନରେ ଘଟିଛି ଅଘଟଣ । ଟ୍ରେନରେ କଟି ଦୁଇ ଜଣ ଯୁବକ ପୃଥକ ପୃଥକ ଭାବେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଜଣେ ମୃତକ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହିର ହରେକୃଷ୍ଣ ପାଣ୍ତବ ଓ ଅନ୍ୟ ଜଣେ ବିହାର ଅଞ୍ଚଳର ଅବଦୁଲ କ୍ବାଦିର ବୋଲି ଜଣାପଡ଼ିଛି । 

ସୌ(ସୋସିଆଲ ମିଡିଆ)

Accident News: ବାଲେଶ୍ବର (Balasore) ଜିଲ୍ଲା ସୋର ରେଳ ଷ୍ଟେସନରେ (Soro railway station) ଘଟିଛି ଦୁଇ ଦୁଇଟି ଅଘଟଣ । ଟ୍ରେନରେ କଟି ଦୁଇ ଜଣ ଯୁବକ ପୃଥକ ପୃଥକ ଭାବେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଜଣେ ମୃତକ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହିର ହରେକୃଷ୍ଣ ପାଣ୍ତବ ଓ ଅନ୍ୟ ଜଣେ ବିହାର ଅଞ୍ଚଳର ଅବଦୁଲ କ୍ବାଦିର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ହରେକୃଷ୍ଣ ଏକ ହୋଟେଲରେ କାମ କରୁଥିବା ବେଳେ ଶୁକ୍ରବାର ଦିନ ରାତିରେ ସେ ହୋଟେଲ କାମ ସାରି ବାହାରକୁ ଯାଇଥିଲେ । ବିଳମ୍ବିତ ରାତିରେ ଡ଼ାଉନ ଲାଇନର ଜଗନ୍ନାଥ ଏକ୍ସପ୍ରେସ ସାମ୍ନାକୁ ଆସି ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ସେହିପରି ବିହାରର ଅବଦୁଲ ଆନକୁଲାମ ଏକ୍ସପ୍ରେସରେ ନିଜ ସାଙ୍ଗମାନଙ୍କ ସହ ପାଟନାରୁ ବିଶାଖାପାଟଣା ଅଭିମୁଖେ ଯାଇଥିଲେ । ସେ ଯାଉଥିବା ଟ୍ରେନରେ ବସିବା ଲାଗି ଖାଲି ସିଟ୍ ନଥିବାରୁ ବିଳମ୍ବିତ ରାତିରେ ସେ ଟ୍ରେନ୍ (train) ଡ଼ୋର ନିକଟରେ ବସିଥିବା ସମୟରେ ସୋର ଷ୍ଟେସନର (Soro railway station) ଅନତି ଦୂରରେ ଥିବା ତଳନଗର ନିକଟରେ ସେ ଖସି ପଡ଼ିଥିଲେ । ଅବଦୁଲଙ୍କ ସାଙ୍ଗମାନେ ଟ୍ରେନର ଚେନ୍ ଟାଣି ରେଳ ଅଟକାଇବା ସହ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଛି ତାଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ପଠାଇଥିଲେ । ଫଳରେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଥାଉ କି, ଶନିବାର ଦିନ ସକାଳୁ ସକାଳୁ ସମ୍ବଲପୁର ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା (Accident) । ରେଲୱ ଟ୍ରାକକୁ (railway track) ଚଢିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ଯାତ୍ରୀବାହୀ ବସ । ଫଳରେ ଏଥିରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ବସ ହେଲପରଙ୍କ ଗୋଡ଼ ଛିଣ୍ତିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ବସଟି୍ ଟ୍ରାକ ଉପରେ ଥିବାରୁ ଏହି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନାଯାଗ୍ୟ, ନଡ଼ିଆରାଣୀ ନାମକ ଏକ ଘରୋଇ ବସଟି ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ଟ୍ରେନ୍ ଟ୍ରାକ ଉପରକୁ ଚଢିଯାଇଥିଲା । ଫଳରେ ବସର ସମୁଖ ଭାଗ ସମୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଏଥିରେ ଥିବା ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ବେଳେ ହେଲପରଙ୍କ ଗୋଡ଼ ଛିଣ୍ତିଯାଇଥିବା ଜଣାପଡ଼ିଛି । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତଯାଇଥିବା ବେଳେ ଟ୍ରାକର ଅତି ପାଖରେ ବସଟି ରହିଥିବାରୁ ବର୍ତ୍ତମାନ ଏହି ରୁଟରେ ସମସ୍ତ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ସେହି ଟ୍ରାକ୍ ଦେଇ ଆସୁଥିବା ଏକ ଟ୍ରେନଟି ପ୍ରାୟ ୮୦୦ ମିଟର ଦୂରରେ ଅଟକି ରହିଛି । ଘଟଣାସ୍ଥଳରେ, ସ୍ଥାନୀୟ ଲୋକେ ବସ ଭିତରୁ ଯାତ୍ରୀ ଉଦ୍ଧାର କରିଥିଲେ । ତେବେ ବସକୁ ଟ୍ରେନ୍ ଟ୍ରାକ୍ ପାଖରୁ ବାହାର କରିବା ନେଇ ଉଦ୍ୟମ ଜାରି ରହିଛି । ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବସରେ କେତେ ଜଣ ଯାତ୍ରୀ ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ଏହା ବି ପଢନ୍ତୁ-Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି

ପ୍ରକାଶ ଥାଉ କି, ଶୁକ୍ରବାର ଦିନ ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଓଡିଶା ଦେଇ ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସର ୩ଟି ବଗି ଜଳି ଯାଇଥିଲା । ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡିଛି । ନିଆଁ ଲାଗିଥିବା ଜଣାପଡ଼ିବା ପରେ ଟ୍ରେନ୍ କୁ ତୁରନ୍ତ ଅଟକା ଯାଇ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବ ଉଦ୍ଧାର କରାଯାଇଥିଲା ।