ଓଡ଼ିଶାରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଅରିଜିତ ପଶାୟତ, ରତ୍ନ ଭଣ୍ଡାର ଖୋଲିବା ନେଇ ଦେଲେ ଏଭଳି ସୂଚନା...
Advertisement
Article Detail0/zeeodisha/odisha2321357

ଓଡ଼ିଶାରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଅରିଜିତ ପଶାୟତ, ରତ୍ନ ଭଣ୍ଡାର ଖୋଲିବା ନେଇ ଦେଲେ ଏଭଳି ସୂଚନା...

ଆସନ୍ତାକାଲି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ରୂପରେଖ ପ୍ରସ୍ତୁତ କରାଯିବ। ଜୁଲାଇ ୮ରୁ ୨୭ ମଧ୍ୟରେ ରତ୍ନଭଣ୍ଡାରର ଗଣତି ମଣତି କାମ ହେବ।

ଓଡ଼ିଶାରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଅରିଜିତ ପଶାୟତ, ରତ୍ନ ଭଣ୍ଡାର ଖୋଲିବା ନେଇ ଦେଲେ ଏଭଳି ସୂଚନା...

ଭୁବନେଶ୍ଵର: ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେ ଆସନ୍ତାକାଲିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ। ଏହି ଅବସରରେ ଶ୍ରୀ ଅବସରପାପ୍ତ ଜଷ୍ଟିସ୍ ଶ୍ରୀ ପଶାୟତ କହିଛନ୍ତି ଯେ, ଆସନ୍ତା ୮ତାରିଖରେ ରଥଯାତ୍ରା ଥିବାରୁ ସେଦିନ ରତ୍ନ ଭଣ୍ଡାର ଖୋଲାଯିବା ଆଶା କ୍ଷୀଣ। ଏ ସମ୍ପର୍କରେ ନିଷ୍ପତ୍ତି ସରକାର ନେବେ। ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ଶ୍ରୀ ପଶାୟତ। 

ସେ ଆହୁରି ସୂଚନା ଦେଇଛନ୍ତି ଯେ, ଆସନ୍ତାକାଲି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ରୂପରେଖ ପ୍ରସ୍ତୁତ କରାଯିବ। ଜୁଲାଇ ୮ରୁ ୨୭ ମଧ୍ୟରେ ରତ୍ନଭଣ୍ଡାରର ଗଣତି ମଣତି କାମ ନେଇ ସୂଚନା ରହିଛି। 

ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗତକାଲି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ସେ କହିଛନ୍ତି ଯେ, ସରକାର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇଛନ୍ତି। ରତ୍ନଭଣ୍ଡାର ଖୋଲିବାକୁ ସରକାର ପ୍ରସ୍ତୁତି କରୁଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି। ୪୫ ବର୍ଷ ତଳେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ପୂର୍ବରୁ ମରାମତି ଆବଶ୍ୟକତା ରହିଛି କହିଛି ଏଏସଆଇ। ମରାମତି ସହ ରତ୍ନଭଣ୍ଡାର ଗଣତିମଣତି ଜରୁରୀ।