ଦଶନ୍ଧି ପରେ ଦିଲ୍ଲୀକୁ ମିଳିଲା ମହିଳା ମେୟର, ମାତ୍ର ୩୮ ଦିନ କରିବେ କାର୍ଯ୍ୟ, ଜାଣନ୍ତୁ କଣ ରହିଛି ସମୀକରଣ
Advertisement

ଦଶନ୍ଧି ପରେ ଦିଲ୍ଲୀକୁ ମିଳିଲା ମହିଳା ମେୟର, ମାତ୍ର ୩୮ ଦିନ କରିବେ କାର୍ଯ୍ୟ, ଜାଣନ୍ତୁ କଣ ରହିଛି ସମୀକରଣ

Mayor Election at MCD:  ସିଭିକ ସେଣ୍ଟରରେ ହଙ୍ଗାମା ଜୋରଦାର ହୋଇଥିଲା। ଆପର ପାର୍ଷଦଙ୍କ ସହିତ ପୋଲିସର ମଧ୍ୟ ଝଗଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ଆପର ପାର୍ଷଦ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତାଙ୍କ ଏଣ୍ଟ୍ରିକୁ ବିରୋଧ କରି ଆସୁଥିଲେ। ସେପଟେ ହଙ୍ଗାମାରକୁ ଆଶଙ୍କା କରି ସଦନର ସୁରକ୍ଷାକୁ ବଢାଇ ଦିଆଯାଇଥିଲା। 

ଦଶନ୍ଧି ପରେ ଦିଲ୍ଲୀକୁ ମିଳିଲା ମହିଳା ମେୟର, ମାତ୍ର ୩୮ ଦିନ କରିବେ କାର୍ଯ୍ୟ, ଜାଣନ୍ତୁ କଣ ରହିଛି ସମୀକରଣ

Mayor Election at MCD: ନୂଆଦିଲ୍ଲୀ: ନୂଆଦିଲ୍ଲୀ (New Delhi) ମେୟର ନିର୍ବାଚନ (Mayor Election) ନିକଟରେ ଶେଷ ହୋଇଛି। ମେୟର ନିର୍ବାଚନରେ (Mayor Election) ଉଭୟ ମେୟର (Mayor) ଓ ଡେପୁଟି ମେୟର (Deputy Mayor) ପଦ ପାଇଁ ବାଜି ମାରିଛି ଆମ ଆଦମୀ ପାର୍ଟି (Aam Aadmi Party)। ସେଲି ଓବରାୟ (Shelly Oberoi) ଦିଲ୍ଲୀର ନୂତନ ମେୟର (Delhi Mayor) ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ଆପଣ ଜାଣନ୍ତି କି ସେଲି (shelly oberoi) ମାତ୍ର ୩୮ ଦିନ ପାଇଁ ମେୟର (DMC ACT) ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ମାର୍ଚ୍ଚ ୩୧ ତାରିଖରେ ଶେଷ ହେବ। ଆସନ୍ତୁ ଜାଣିବା ଏହା ପଛରେ ରହିଥିବା ସମୀକରଣ ସମ୍ପର୍କରେ। 

ସୂଚନା ଯୋଗ୍ୟ ମେୟର ନିର୍ବାଚନକୁ ନେଇ ଗତକାଲି ରାତିରେ ସଦନରେ ପୁନର୍ବାର ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି। ଷ୍ଟାଣ୍ଡିଂ କମିଟିର ନିର୍ବାଚନକୁ ନେଇ ବିଜେପି ଓ ଆପର ପାର୍ଷଦଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଚି ହୋଇଥିଲା। ବିଜେପି ଅଭିଯୋଗ କରିଛି ଯେ ନିର୍ବାଚନରେ ହେରଫେର କରାଯାଇଛି। ସମାନ ଢଙ୍ଗରେ ଆପ ମଧ୍ୟ ଅଭିଯୋଗ କରିଛି କି ନବନିର୍ବାଚିତ ମେୟରଙ୍କୁ ଆକ୍ରମଣ କରିବାକୁ ପ୍ରୟାସ କରାଯାଇଛି। 

ସେଲିଙ୍କୁ ମିଳିଛି ୧୫୦ ଭୋଟ, ଡେପୁଟି ମେୟର ମଧ୍ୟ ଆପର
ନଗର ନିଗମ ନିର୍ବାଚନରେ ପ୍ରାୟ ୮୦ ଦିନ ପରେ ଦିଲ୍ଲୀକୁ ନୂଆ ମେୟର ମିଳିଛି। ଆମ ଆଦମୀ ପାର୍ଟିର ସଦସ୍ୟ ସେଲି ଓବରାୟ ନୂଆ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ସେଲିଙ୍କୁ ୧୫୦ ଖଣ୍ଡ ଭୋଟ ମିଳିଛି। ସେ ବିଜେପିର ରେଖା ଗୁପ୍ତାଙ୍କୁ ୩୪ ଖଣ୍ଡ ଭୋଟରେ ହରାଇଥିଲେ। ଦିଲ୍ଲୀକୁ ୧୦ ବର୍ଷ ପରେ ପୁଣି ଥରେ ମହିଳା ମେୟର ମିଳିଛି। ସେହିପରି ଆପର ଆଲେ ମହମ୍ମଦ ଇକବାଲଙ୍କୁ ଡେପୁଟି ମେୟର ଭାବରେ ନିର୍ବାଚିତ କରାଯାଇଥିଲା। ସେ ୧୪୭ଖଣ୍ଡ ଭୋଟ ପାଇଛନ୍ତି। ସେ ବିଜେପିର କମଲ ବଗାଡ଼ିଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି। 

୨୦୧୧ ମସିହାରେ ବିଜେପିର ରଜନୀ ଅବ୍ବି ଶେଷଥର ପାଇଁ ମହିଳା ମେୟର ରହିଥିଲେ। ଏହା ପରେ ଶିଲା ଦିକ୍ଷିତଙ୍କ ସରକାରରେ ଦିଲ୍ଲୀ ନଗର ନିଗମ ୩ଟି ଭାଗରେ ବିଭକ୍ତ କରାଯାଇଥିଲା। ୨୦୨୨ରେ ପୁନର୍ବାର ସବୁ ଅଂଶକୁ ମିଶାଇ ଏକ କରିଦିଆଯାଇଥିଲା। ଏହା ପରେ ପ୍ରଥମ ଥର ପାଇଁ ଏମସିଡ଼ି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। 

ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କ ୧୦ ଗ୍ୟାରେଣ୍ଟି ଉପରେ କାର୍ଯ୍ୟ କରିବି: ସେଲି
ମେୟର ନିର୍ବାଚନରେ ବିଜୟ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କ ଆଶାକୁ ପୁରଣ କରିବାକୁ ଚେଷ୍ଟା କରିବେ ବୋଲି ସେଲି କହିଛନ୍ତି। ସେଲି ଆହୁରି ମଧ୍ୟ କହିଛନ୍ତି ଆମେ ଦିଲ୍ଲୀବାସୀଙ୍କ ଆଶାକୁ ପୁରା କରିବାକୁ ଭରପୁର ଚେଷ୍ଟା କରିବୁ। ସମସ୍ତେ ମିଳିମିଶି କାର୍ଯ୍ୟ କରିବୁ। ଏଥିପାଇଁ ଆମେ କେଜରିଓ୍ୱାଲ ଲୋକମାନଙ୍କୁ ଦେଇଥିବା ୧୦ ଗ୍ୟାରେଣ୍ଟି ଉପରେ କାର୍ଯ୍ୟ କରିବୁ। ଲ୍ୟାଣ୍ଡଫିଲ ସାଇଟର ନୀରିକ୍ଷଣ କାର୍ଯ୍ୟ ଆସନ୍ତା ୩ ମାସ ମଧ୍ୟରେ ଶେଷ ହେବ। ସେପଟେ ସେଲି ଓବରାୟ ବିଜୟ ହାସଲ କରିବା ପରେ କେଜରିଓ୍ୱାଲ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। କେଜରିଓ୍ୱାଲ କହିଛନ୍ତି କି ଗୁଣ୍ଡାଗର୍ଦ୍ଦି ହାରିଯାଇଛି। ଦିଲ୍ଲୀର ଜନତାଙ୍କ ବିଜୟ ହାସଲ ହୋଇଛି। 

୩୮ ଦିନ ପାଇଁ ପଦରେ ରହିବେ ସେଲି ଓବରାୟ
ଦିଲ୍ଲୀ ନଗର ନିଗମ ନିର୍ବାଚନରେ ୩୪ଟି ଭୋଟରେ ବିଜୟ ହାସଲ କରିଛନ୍ତି ସେଲି ଓବରାୟ। ସେ ମାତ୍ର ୩୮ ଦିନ ପାଇଁ ମେୟର ଭାବେ କାର୍ଯ୍ୟ କରିବେ। ବାସ୍ତବ କଥା ହେଉଛି କି ଦିଲ୍ଲୀ ନଗର ନିଗମର ଧାରା ୨ (୬୭) ଅନୁଯାୟୀ ବର୍ଷ ଏପ୍ରିଲ ମାସ ୧ ତାରିଖରୁ ଆରମ୍ଭ ହୋଇଥାଏ। ଯାହା ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଭଳି ସ୍ଥିତିରେ ଆଜି ଠାରୁ ଫେବୃଆରୀର ୭ ଦିନ ଓ ମାର୍ଚ୍ଚର ୩୧ ଦିନ ରହିଛି ବର୍ଷ ପୂରିବାକୁ। ଏହି ୩୮ ଦିନ (୭+୩୧) ରହିବ ସେଲିଙ୍କ କାର୍ଯ୍ୟକାଳ। ଏହା ପରେ ଏପ୍ରିଲ ମାସରେ ପୁନର୍ବାର ମେୟର ନିର୍ବାଚନ ହେବାର ସମ୍ଭାବନା ରହିଛି। 

ଭୋଟିଂ ପୂର୍ବରୁ ମଧ୍ୟ ହାତାହାତି ପରିସ୍ଥିତି
ସକାଳ ପ୍ରାୟ ୧୧ଟା ସମୟରେ ମେୟର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସିଭିକ ସେଣ୍ଟରରେ ହଙ୍ଗାମା ଜୋରଦାର ହୋଇଥିଲା। ଆପର ପାର୍ଷଦଙ୍କ ସହିତ ପୋଲିସର ମଧ୍ୟ ଝଗଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ଆପର ପାର୍ଷଦ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତାଙ୍କ ଏଣ୍ଟ୍ରିକୁ ବିରୋଧ କରି ଆସୁଥିଲେ। ସେପଟେ ହଙ୍ଗାମାରକୁ ଆଶଙ୍କା କରି ସଦନର ସୁରକ୍ଷାକୁ ବଢାଇ ଦିଆଯାଇଥିଲା। ସଦନରେ ଏସଏସବି ଯବାନଙ୍କୁ ନିୟୋଜିତ କରାଯାଇଥିଲା। 

Also Read: Odisha News: ଓଡିଶାର ଏହି ବ୍ୟକ୍ତି ଜୀବିତ ଅବସ୍ଥାରେ ନିଜ ଓ ନିଜ ପତ୍ନୀଙ୍କ ପାଇଁ ନିର୍ମାଣ କଲେ କବର, ବର୍ତ୍ତମାନ ଏଥିରେ ଶାନ୍ତିରେ ଶୋଇବାର ଦେଖୁଛନ୍ତି ସ୍ୱପ୍ନ!

Also Read: 8th Pay Commission: ହୋଲି ପୂର୍ବରୁ ଆସିଲା ବଡ଼ ଖୁସି ଖବର, ୪୪ ପ୍ରତିଶତ ବଢ଼ିବ ଦରମା! ଖୁସିରେ ନାଚି ଉଠିବେ କେନ୍ଦ୍ର କର୍ମଚାରୀ

Also Read: IPL 2023: ଶେଷ ଆଇପିଏଲରେ ଧୋନୀଙ୍କୁ ଲାଗିଲା ବଡ଼ ଝଟକା