7th Pay commission DA Hike: ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ସରକାର ଦେଲେ ମହଙ୍ଗା ଭତ୍ତାର ଉପହାର, ଜାଣନ୍ତୁ କେତେ ବଢ଼ିଲା?
Advertisement

7th Pay commission DA Hike: ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ସରକାର ଦେଲେ ମହଙ୍ଗା ଭତ୍ତାର ଉପହାର, ଜାଣନ୍ତୁ କେତେ ବଢ଼ିଲା?

7th Pay commission DA Hike: ମହଙ୍ଗା ଭତ୍ତା ବୃଦ୍ଧିକୁ ମୋଦି କ୍ୟାବିନେଟ ଅନୁମୋଦନ କରିଛି । ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । କୁହାଯାଉଛି ଯେ, ବୁଧବାର କ୍ୟାବିନେଟ ବୈଠକର ସୂଚନା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦିଆଯିବ ନାହିଁ, ନା ଏ ବାବଦରେ କୌଣସି ପ୍ରେସ ବିଜ୍ଞପ୍ତି ଜାରି କରାଯିବ । ଜାନୁଆରୀ ୧ରୁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି ।

7th Pay commission DA Hike: ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ସରକାର ଦେଲେ ମହଙ୍ଗା ଭତ୍ତାର ଉପହାର, ଜାଣନ୍ତୁ କେତେ ବଢ଼ିଲା?

7th Pay commission DA Hike: ହୋଲି (Holi) ପୂର୍ବରୁ କେନ୍ଦ୍ରର ମୋଦି ସରକାର (Modi Govt) କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି (DA Hike) କୁ ମୋଦି କ୍ୟାବିନେଟ (Modi Cabinet) ଅନୁମୋଦନ କରିଛି । ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । କୁହାଯାଉଛି ଯେ, ବୁଧବାର କ୍ୟାବିନେଟ ବୈଠକର ସୂଚନା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦିଆଯିବ ନାହିଁ, ନା ଏ ବାବଦରେ କୌଣସି ପ୍ରେସ ବିଜ୍ଞପ୍ତି ଜାରି କରାଯିବ ।

ଜାନୁଆରୀ ୧ରୁ ମହଙ୍ଗା ଭତ୍ତା (DA) ୪ ପ୍ରତିଶତ ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) ପାଇଛି । ଆପଣଙ୍କୁ କହି ରଖୁଛୁ ଯେ,  ମହଙ୍ଗା ଭତ୍ତା AICPI-IW ଆଧାରରେ ଗଣନା କରାଯାଏ । ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।

ବୁଧବାର ମୋଦି କ୍ୟାବିନେଟ ମହଙ୍ଗା ଭତ୍ତା (DA) ଆକଳନ ସମୀକ୍ଷା କରିଛନ୍ତି । କିନ୍ତୁ ଏ ବାବଦରେ ଆନୁଷ୍ଠାନିକ ଅନୁମୋଦନ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । Zee Businessରେ ପ୍ରକାଶିତ ଖବର ଅନୁଯାୟୀ, ମହଙ୍ଗା ଭତ୍ତାକୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) କରିବାକୁ ଏକ ସହମତି ହୋଇଛି । ସୂତ୍ର ଦାବି କରିଛି ଯେ, ପିଏମ ମୋଦି (PM Modi) ଏହାକୁ ହୋଲି ପୂର୍ବରୁ ଘୋଷଣା କରିପାରନ୍ତି । ହୋଲି ପରେ ଅର୍ଥ ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତି ଜାରି କରିବ । ମାର୍ଚ୍ଚ ଦରମା ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । କର୍ମଚାରୀମାନେ ମଧ୍ୟ ଦୁଇ ମାସର ବକେୟା ଅର୍ଥ ରାଶି ପାଇବେ ।

ଅଧିକ ପଢ଼ନ୍ତୁ:-ସାବଧାନ! ଅଧିକ ପାରାସିଟାମୋଲ ନେଉଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ବ୍ୟବହାର ଓ ସାଇଡ୍ ଇଫେକ୍ଟ

ଅଧିକ ପଢ଼ନ୍ତୁ:-ପୁରୀ ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ଥର ଆକ୍ରମଣ, କ'ଣ ଆପଣ ଜାଣିଛନ୍ତି ଏହା ବିଷୟରେ...

ଏହା ବି ପଢ଼ନ୍ତୁ:-ପ୍ରଧାନମନ୍ତ୍ରୀ ଥିବା ସମୟରେ ଇନ୍ଦିରା ଗାନ୍ଧୀଙ୍କୁ ଜଗନ୍ନାଥ ମନ୍ଦିରକୁ ମିଳି ନଥିଲା ଏଣ୍ଟ୍ରି, ଏଥର ମୁସଲମାନ ଅଧିକାରୀଙ୍କ ପ୍ରବେଶକୁ ନେଇ ବିବାଦ

୪ ପ୍ରତିଶତ ବୃଦ୍ଧି ସହିତ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ପହଞ୍ଚିବ । ଯାହା ଜାନୁଆରୀ ୨୦୨୩ରୁ ଲାଗୁ ହେବ । ଏହିପରି କେନ୍ଦ୍ର କର୍ମଚାରୀମାନେ ମାର୍ଚ୍ଚ ଦରମା ସହିତ ଦୁଇ ମାସର ବକେୟା (DA Arrear) ପାଇବେ । ୧୮,୦୦୦ ଟଙ୍କା ବେସିକ୍ ବେତନରେ ମାସକୁ ୭୨୦ ଟଙ୍କା ବୃଦ୍ଧି ହେବ । ଅର୍ଥାତ୍ ଦୁଇ ମାସ ପାଇଁ ବକେୟା ହିସାବରେ ସେମାନେ ୧୪୪୦ ଟଙ୍କା ପାଇବେ । ଲକ୍ଷ ଲକ୍ଷ ପେନସନଭୋଗୀଙ୍କୁ ମଧ୍ୟ ହୋଲି ଉପହାର ଦିଆଯାଇଛି । ମହଙ୍ଗା ରିଲିଫ୍ (DR Hike) କୁ ୪ ପ୍ରତିଶତ ବୃଦ୍ଧି କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ବର୍ତ୍ତମାନ ପେନସନଭୋଗୀଙ୍କୁ ୪୨ ପ୍ରତିଶତ ହାରରେ ମହଙ୍ଗା ରିଲିଫ୍ ମଧ୍ୟ ଦିଆଯିବ ।