DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ହେଲା ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା!
Advertisement

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ହେଲା ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା!

DA Hike: ୪ ପ୍ରତିଶତ ବୃଦ୍ଧି ସହିତ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ପହଞ୍ଚିବ । ଯାହା ଜାନୁଆରୀ ୨୦୨୩ରୁ ଲାଗୁ ହେବ । ଏହିପରି କେନ୍ଦ୍ର କର୍ମଚାରୀମାନେ ମାର୍ଚ୍ଚ ଦରମା ସହିତ ଦୁଇ ମାସର ବକେୟା (DA Arrear) ପାଇବେ । ୧୮,୦୦୦ ଟଙ୍କା ବେସିକ୍ ବେତନରେ ମାସକୁ ୭୨୦ ଟଙ୍କା ବୃଦ୍ଧି ହେବ । ଅର୍ଥାତ୍ ଦୁଇ ମାସ ପାଇଁ ବକେୟା ହିସାବରେ ସେମାନେ ୧୪୪୦ ଟଙ୍କା ପାଇବେ । ମହଙ୍ଗା ରିଲିଫ୍ (DR Hike) କୁ ୪ ପ୍ରତିଶତ ବୃଦ୍ଧି କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ବର୍ତ୍ତମାନ ପେନସନଭୋଗୀଙ୍କୁ ୪୨ ପ୍ରତିଶତ ହାରରେ ମହଙ୍ଗା ରିଲିଫ୍ ମଧ୍ୟ ଦିଆଯିବ ।

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ହେଲା ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା!

7th Pay Commission DA Hike: କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ (Central Government Employees) ପାଇଁ ଏକ ଖୁସି ଖବର ରହିଛି । ଯଦି ଆପଣ ବର୍ଦ୍ଧିତ ଦରମା (Salary Hike) ପାଇଁ ଅପେକ୍ଷା କରୁଛନ୍ତି । ତେବେ ଆପଣଙ୍କ ଆକାଉଣ୍ଟରେ ଏକ ମୋଟା ଅଙ୍କର ଅର୍ଥ ଆସିବାକୁ ଯାଉଛି । ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କୁ କେନ୍ଦ୍ର ସରକାର (Central Government) ଏକ ବଡ଼ ଖବର ଦେଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ପରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) ପାଇଛି । ବର୍ତ୍ତମାନ ସୁଦ୍ଧା ଏହା ଆଧିକାରୀକ ଭାବେ ଘୋଷଣା ହୋଇନାହିଁ ।

ସପ୍ତମ ବେତନ ଆୟୋଗ (7th Pay Commission) ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ଡିଏ ବୃଦ୍ଧି (DA Hike) ପରେ ଯଦି ଜଣେ କର୍ମଚାରୀଙ୍କ ଦରମା ୩୦,୦୦୦ ଟଙ୍କା ହୁଏ, ତା’ହେଲେ ତାଙ୍କର ମୋଟ ଦରମା ପ୍ରାୟ ୧,୦୮,୦୦ ଟଙ୍କା ବୃଦ୍ଧି ହୋଇପାରେ । ଅନ୍ୟପକ୍ଷରେ, ଯଦି ଆମେ ସଚିବ ସ୍ତର ବିଷୟରେ ଆଲୋଚନା କରିବା, ତେବେ କର୍ମଚାରୀଙ୍କ ବାର୍ଷିକ ଦରମାରେ ୯୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ବୃଦ୍ଧି ହୋଇପାରେ ।

ଏହା ସହିତ ମହଙ୍ଗା ରିଲିଫ (DR) ରେ ବୃଦ୍ଧି ଯୋଗୁଁ  କେନ୍ଦ୍ର ପେନସନଭୋଗୀଙ୍କ ପେନସନ ବୃଦ୍ଧି ହେବାକୁ ଯାଉଛି । ଯଦି ପେନସନଭୋଗୀଙ୍କ DR ୪୨ ପ୍ରତିଶତ ହୋଇଥାଏ, ତେବେ ଏହି ଲୋକମାନେ ପ୍ରତି ମାସରେ ୧୪,୮୬୮ ଟଙ୍କା ପାଇବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ଦ୍ଧିତ ମହଙ୍ଗା ଭତ୍ତା ମାର୍ଚ୍ଚ ବେତନରେ ପ୍ରଦାନ କରାଯିବ । ଏହା ସହିତ କର୍ମଚାରୀମାନେ ଜାନୁଆରୀ ଓ ଫେବୃଆରୀ ମାସ ପାଇଁ ବକେୟା ହିସାବରେ ଦରମା ପାଇବେ । ଯଦି ଆପଣଙ୍କର ବେସିକ୍ ଦରମା ୧୮,୦୦୦ ଟଙ୍କା ଅଛି । ତେବେ ସେହି ଅନୁସାରେ ଆପଣଙ୍କ DA ପ୍ରତି ମାସରେ ୭୨୦ ଟଙ୍କା ବୃଦ୍ଧି ପାଇବ । ଅନ୍ୟ ପଟେ, ଯେତେବେଳେ ଆପଣ ୨ ମାସର ଟଙ୍କା ବକେୟା ଭାବରେ ପାଇବେ, ତେବେ ଆପଣଙ୍କ ଆକାଉଣ୍ଟରେ ୧୪୪୦ ଟଙ୍କା ଅଧିକ ଆସିବ ।

ଅଧିକ ପଢ଼ନ୍ତୁ-ଚିନ୍ତା ବଢ଼ାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ୨ ରାଶି ପାଇଁ ଲାଭ ଓ ୩ ରାଶି ପାଇଁ କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ-୧୦ ପରେ ବର୍ଷ ଟିମ୍ ଇଣ୍ଡିଆକୁ ଫେରିଲେ ଏମଏସ ଧୋନିଙ୍କ ସାଥୀ, ଶେଷ ଦିନିକିଆରେ ମିଳିବ ସୁଯୋଗ!

ଅଧିକ ପଢ଼ନ୍ତୁ-ଆଇପିଏଲ୍ ୨୦୨୩ ଆରମ୍ଭ ପୂର୍ବରୁ କୋଲକାତାକୁ ଲାଗିଲା ବହୁତ ବଡ଼ ଝଟକା, ଦଳରୁ ବାହାର ହେଲେ ଏହି ୨ ଖତରନାକ୍ ଖେଳାଳି

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।