7th Pay Commission: ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀମାନେ ପାଇବେ ଟ୍ରିପଲ୍ ଉପହାର, ଜାଣନ୍ତୁ କ'ଣ କ'ଣ ମିଳିବ?
Advertisement

7th Pay Commission: ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀମାନେ ପାଇବେ ଟ୍ରିପଲ୍ ଉପହାର, ଜାଣନ୍ତୁ କ'ଣ କ'ଣ ମିଳିବ?

7th Pay Commission: ନୂଆ ବର୍ଷରେ କେନ୍ଦ୍ର ସରକାର ପ୍ରତ୍ୟେକ କର୍ମଚାରୀ ଓ ପେନସନଭୋଗୀଙ୍କୁ ତିନୋଟି ଉପହାର ଦେଇପାରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂତନ ବର୍ଷରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି (Dearness Allowance), ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ଏବଂ ଡିଏ ବକେୟା ରାଶି ସାମିଲ ଅଛି । ଅର୍ଥାତ୍ ନୂତନ ବର୍ଷରେ ସରକାରୀ ଓ ପେନସନଭୋଗୀ ମାନଙ୍କୁ ଏକତ୍ର ଟ୍ରିପଲ୍ ବୋନାଞ୍ଜା ମିଳିବ ।

7th Pay Commission: ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀମାନେ ପାଇବେ ଟ୍ରିପଲ୍ ଉପହାର, ଜାଣନ୍ତୁ କ'ଣ କ'ଣ ମିଳିବ?

7th Pay Commission: ୨୦୨୨ ଶେଷ ହେବାକୁ ଯାଉଛି ଓ ନୂଆ ବର୍ଷ ୨୦୨୩ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷ ୨୦୨୩ରୁ ଲୋକମାନଙ୍କର ବହୁତ ଆଶା ରହିଛି । କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners) ମାନେ ମଧ୍ୟ ନୂଆ ବର୍ଷରେ ବହୁତ ଆଶା ରଖିଛନ୍ତି । ଏହି ସମୟରେ ଖବର ଆସୁଛି ଯେ, ନୂଆ ବର୍ଷରେ କେନ୍ଦ୍ର ସରକାର (Central Govt) ପ୍ରତ୍ୟେକ କର୍ମଚାରୀ ଓ ପେନସନଭୋଗୀଙ୍କୁ ତିନୋଟି ଉପହାର ଦେଇପାରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂତନ ବର୍ଷରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି (Dearness Allowance), ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି (Fitment Factor Hike) ଏବଂ ଡିଏ ବକେୟା (DA Arrears) ରାଶି ସାମିଲ ଅଛି । ଅର୍ଥାତ୍ ନୂତନ ବର୍ଷରେ ସରକାରୀ ଓ ପେନସନଭୋଗୀ ମାନଙ୍କୁ ଏକତ୍ର ଟ୍ରିପଲ୍ ବୋନାଞ୍ଜା ମିଳିବ ।

ମହଙ୍ଗା ଭତ୍ତା ବୃଦ୍ଧି (DA Hike)

ଦରଦାମର ଗ୍ରାଫ୍ ଯେପରି ବଢୁଛି, ଲାଗୁଛି ଯେ ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି (DA Hike) କରାଯାଇପାରେ । ବାସ୍ତବରେ, କେନ୍ଦ୍ର କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ପ୍ରତି ୬ ମାସରେ ସମୀକ୍ଷା କରାଯାଏ । AICPI ତଥ୍ୟ ଆଧାରରେ ବର୍ଷକୁ ୨ ଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଗୋଟିଏ ବୃଦ୍ଧି ଜାନୁଆରୀରେ ଓ ଅନ୍ୟଟି ଜୁଲାଇରେ ହୋଇଥାଏ । ପ୍ରତିବର୍ଷ ପରି ୨୦୨୩ ମସିହାରେ ମଧ୍ୟ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇବ ।

ଜାନୁଆରୀ ୨୦୨୩ ପାଇଁ ମହଙ୍ଗା ଭତ୍ତା (DA) ସାଧାରଣତଃ ହୋଲି ପୂର୍ବରୁ ଘୋଷଣା କରାଯାଏ । ଯଦି ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ମୂଲ୍ୟ ବର୍ତ୍ତମାନର ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ । ସେପ୍ଟେମ୍ବର ୨୦୨୨ରେ DA ରେ ଚାରି ପ୍ରତିଶତ ବୃଦ୍ଧି ପରେ ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ମାନେ ନୂତନ ବର୍ଷରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି ।

ଡିଏ ବକେୟା (DA Arrears)

କେନ୍ଦ୍ର କର୍ମଚାରୀଙ୍କ ପାଇଁ ୧୮ ମାସର ଡିଏ ବକେୟା ମାମଲା ବିଚାରାଧୀନ ଅଛି । ଆଶା କରାଯାଉଛି ଯେ, ୨୦୨୩ ବର୍ଷ ଆରମ୍ଭରେ ସରକାର ମଝି ବାଟ ଖୋଜି ଏହାର ସମାଧାନ କରିପାରନ୍ତି । ବାସ୍ତବରେ, କୋରୋନା ଅବଧି ମଧ୍ୟରେ ଜାନୁଆରୀ ୨୦୨୦ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଗତ ୧୮ ମାସର DA ବିଚାରାଧୀନ ଅଛି । କର୍ମଚାରୀ ସଂଗଠନର ଦାବିକୁ ଦେଖି ସରକାର ଏ ଦିଗରେ ଏକ ମଝି ଉପାୟ ଅବଲମ୍ବନ କରି ଏକାଥରେ ଟଙ୍କା ଘୋଷଣା କରିପାରନ୍ତି । ଯଦି ଏହା ଘଟେ ତେବେ କର୍ମଚାରୀଙ୍କ ଆକାଉଣ୍ଟରେ ୨.୧୮ ଲକ୍ଷ ଟଙ୍କା ଆସିପାରେ ।

ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି (Fitment Factor Hike)

ଏଥି ସହିତ କେନ୍ଦ୍ର ସରକାରଙ୍କ ଫିଟମେଣ୍ଟ ଫ୍ୟାକ୍ଟରରେ ସଂଶୋଧନ ପ୍ରସଙ୍ଗ ମଧ୍ୟ ଦ୍ରୁତ ଗତିରେ ଚାଲିଛି । କେନ୍ଦ୍ର କର୍ମଚାରୀମାନେ କ୍ରମାଗତ ଭାବରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇଁ ଦାବି କରୁଛନ୍ତି । ତେଣୁ କେନ୍ଦ୍ର ବଜେଟ୍ ପରେ ଫିଟମେଣ୍ଟ ଫ୍ୟାକ୍ଟରରେ ସଂଶୋଧନ ବୃଦ୍ଧି ଉପରେ ସରକାର ଏକ ବଡ଼ ଘୋଷଣା କରିପାରନ୍ତି । ଯଦି ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି ଘଟେ, ତେବେ କର୍ମଚାରୀଙ୍କ ବେତନରେ ଏକ ବଡ଼ ବୃଦ୍ଧି ହୋଇପାରେ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ ୨.୫୭ ପ୍ରତିଶତ ହାରରେ ଫିଟମେଣ୍ଟ ଫ୍ୟାକ୍ଟର୍ ଦିଆଯାଉଛି । ଏହାକୁ ୩.୬୮ ଗୁଣକୁ ବୃଦ୍ଧି କରିବାର ଦାବି ଅଛି । ୨.୫୭ରୁ ୩.୬୮ ପର୍ଯ୍ୟନ୍ତ ଫିଟମେଣ୍ଟ ଫ୍ୟାକ୍ଟରର ବୃଦ୍ଧି ସହିତ ସର୍ବନିମ୍ନ ମୌଳିକ ଦରମା ୧୮,୦୦୦ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ଯଦି କେନ୍ଦ୍ର ସରକାର ଏହି ଦାବି ଗ୍ରହଣ କରନ୍ତି, ତେବେ କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ବେତନରେ ଅହେତୁକ ବୃଦ୍ଧି ଘଟିବ ।

ଅଧିକ ପଢ଼ନ୍ତୁ:-ଆଇପିଏଲ ୨୦୨୩ ପୂର୍ବରୁ ଏହି ୫ ଭାରତୀୟ ଖେଳାଳିଙ୍କ ଉପରେ ଲାଗିବ ବ୍ୟାନ୍! BCCI ହଠାତ୍ ନେଲା ବଡ଼ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-FIFA ଚେୟାରମ୍ୟାନ୍ କହିଲେ-ଭାରତ ଖେଳିପାରେ ପରବର୍ତ୍ତୀ ଫୁଟବଲ୍ ବିଶ୍ୱକପ୍, ଜାଣନ୍ତୁ କ’ଣ କହୁଛି ସମୀକରଣ

ଅଧିକ ପଢ଼ନ୍ତୁ:-ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ! ଖୁବ୍ ଶୀଘ୍ର ମିଳିବ ଟି-20 ଦଳର କମାଣ; ଜାଣନ୍ତୁ BCCIର ସିକ୍ରେଟ ପ୍ଲାନ୍

 

ଉଲ୍ଲେଖନୀୟ କଥା ହେଉଛି, ଶେଷ ଥର ପାଇଁ ୨୦୧୬ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା । ସେହି ବର୍ଷ ସପ୍ତମ ବେତନ ଆୟୋଗ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ସେହି ସମୟରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୬୦୦୦ରୁ ୧୮,୦୦୦ ଟଙ୍କା ପର୍ଯ୍ୟନ୍ତ କରାଯାଇଥିଲା । ଯେତେବେଳେ କି ଉଚ୍ଚତମ ସ୍ତରକୁ ୯୦,୦୦୦ରୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସରକାର ପୁଣିଥରେ କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି କରିପାରନ୍ତି ।