7th Pay Commission DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିଲା ଲଟେରୀ, ମାର୍ଚ୍ଚ ୧୫ରେ ହେବ ଧନ ବର୍ଷା!
Advertisement

7th Pay Commission DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିଲା ଲଟେରୀ, ମାର୍ଚ୍ଚ ୧୫ରେ ହେବ ଧନ ବର୍ଷା!

7th Pay Commission DA Hike:  ଏହି ଖବର ପଢ଼ିବା ପରେ ୧ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ ଖୁସିରେ ନାଚି ଉଠିବେ । ହୋଲି (Hoil) ରେ କର୍ମଚାରୀ ଓ ପେନସନଭୋଗୀମାନେ କେନ୍ଦ୍ର ସରକାରଙ୍କଠାରୁ ଉପହାର ପାଇ ନଥିଲେ, ଯେଉଁ କାରଣରୁ ସେମାନେ ହତାଶ ହୋଇପଡିଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଇଁ ବହୁତ ଆଶ୍ୱସ୍ତିକର ଖବର ଆସିଛି । ଖୁବ୍ ଶୀଘ୍ର  କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ଟଙ୍କା ବର୍ଷା ହେବାକୁ ଯାଉଛି ।

7th Pay Commission DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିଲା ଲଟେରୀ, ମାର୍ଚ୍ଚ ୧୫ରେ ହେବ ଧନ ବର୍ଷା!

7th Pay Commission, Central Government Employees, DA Hike: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Central Government Pensioners) ଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଅଛି । ଏହି ଖବର ପଢ଼ିବା ପରେ ୧ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ ଖୁସିରେ ନାଚି ଉଠିବେ । ହୋଲି (Hoil) ରେ କର୍ମଚାରୀ ଓ ପେନସନଭୋଗୀମାନେ କେନ୍ଦ୍ର ସରକାରଙ୍କଠାରୁ ଉପହାର ପାଇ ନଥିଲେ, ଯେଉଁ କାରଣରୁ ସେମାନେ ହତାଶ ହୋଇପଡିଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଇଁ ବହୁତ ଆଶ୍ୱସ୍ତିକର ଖବର ଆସିଛି । ଖୁବ୍ ଶୀଘ୍ର  କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ଟଙ୍କା ବର୍ଷା ହେବାକୁ ଯାଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ସେମାନଙ୍କ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ (Dearness Relief) କୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ରୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) ପାଇବ । ତେବେ ଏପର୍ଯ୍ୟନ୍ତ ସରକାର ଏହାର ଆଧିକାରୀକ ଘୋଷଣା କରିନାହାଁନ୍ତି ।

ମାର୍ଚ୍ଚ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ କ୍ୟାବିନେଟ (Modi Cabinet) ବୈଠକ ହେବାର ଅଛି । ଏହି ବୈଠକ ପରେ କେନ୍ଦ୍ର ସରକାର ନିଜର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ବଡ଼ ଖବର ଦେଇପାରେ । ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ବୃଦ୍ଧି ଘୋଷଣା କରିପାରନ୍ତି । ଏହାପୂର୍ବରୁ ମାର୍ଚ୍ଚ ୧ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ଉପରେ ସହମତି ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଆଧିକାରୀକ ଭାବେ ଘୋଷଣା କରାଯାଇ ନାହିଁ । ଡିଏ ବୃଦ୍ଧି ଘୋଷଣା ପରେ ଅର୍ଥ ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତି ଜାରି କରିବ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେନ୍ଦ୍ର କର୍ମଚାରୀଙ୍କ ଦରମା ଓ ପେନସନଭୋଗୀଙ୍କ ପେନସନ ବୃଦ୍ଧି କରାଯିବ ।

ସୂଚନା ମୁତାବକ, ଜାନୁଆରୀ ୧ରୁ ମହଙ୍ଗା ଭତ୍ତା (DA) ୪ ପ୍ରତିଶତ ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇସାରିଛନ୍ତି । ବର୍ତ୍ତମାନ ଏହା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) ପାଇଛି । ଆପଣଙ୍କୁ କହି ରଖୁଛୁ ଯେ,  ମହଙ୍ଗା ଭତ୍ତା AICPI-IW ଆଧାରରେ ଗଣନା କରାଯାଏ । ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । 

ଅଧିକ ପଢ଼ନ୍ତୁ:-ଖୁସି ଖବର; ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ହେବ ବମ୍ପର ବୃଦ୍ଧି, ସମୟ ପୂର୍ବରୁ ହେଲା ବଡ଼ ଖୁଲାସା!

ଅଧିକ ପଢ଼ନ୍ତୁ:-ସବୁଠୁ ମହଙ୍ଗା ଓ ଅଜବ ଚାକରାଣୀ; ଗୋଟିଏ ଦିନ ପାଇଁ ନିଅନ୍ତି ୧.୮ ଲକ୍ଷ ଟଙ୍କା, ନିବସ୍ତ୍ର ହୋଇ କରନ୍ତି ଘର କାମ

୪ ପ୍ରତିଶତ ବୃଦ୍ଧି ସହିତ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ପହଞ୍ଚିବ । ଯାହା ଜାନୁଆରୀ ୨୦୨୩ରୁ ଲାଗୁ ହେବ । ଏହିପରି କେନ୍ଦ୍ର କର୍ମଚାରୀମାନେ ମାର୍ଚ୍ଚ ଦରମା ସହିତ ଦୁଇ ମାସର ବକେୟା (DA Arrear) ପାଇବେ । ୧୮,୦୦୦ ଟଙ୍କା ବେସିକ୍ ବେତନରେ ମାସକୁ ୭୨୦ ଟଙ୍କା ବୃଦ୍ଧି ହେବ । ଅର୍ଥାତ୍ ଦୁଇ ମାସ ପାଇଁ ବକେୟା ହିସାବରେ ସେମାନେ ୧୪୪୦ ଟଙ୍କା ପାଇବେ । ଲକ୍ଷ ଲକ୍ଷ ପେନସନଭୋଗୀଙ୍କୁ ମଧ୍ୟ ହୋଲି ଉପହାର ଦିଆଯାଇଛି । ମହଙ୍ଗା ରିଲିଫ୍ (DR Hike) କୁ ୪ ପ୍ରତିଶତ ବୃଦ୍ଧି କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ବର୍ତ୍ତମାନ ପେନସନଭୋଗୀଙ୍କୁ ୪୨ ପ୍ରତିଶତ ହାରରେ ମହଙ୍ଗା ରିଲିଫ୍ ମଧ୍ୟ ଦିଆଯିବ ।