7th Pay Commission DA Hike: କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ: ଏପ୍ରିଲ ୩୦ରେ ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା, ହୋଇସାରିଛି ଘୋଷଣା!
Advertisement

7th Pay Commission DA Hike: କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ: ଏପ୍ରିଲ ୩୦ରେ ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା, ହୋଇସାରିଛି ଘୋଷଣା!

7th Pay Commission DA Hike: ଆପଣଙ୍କୁ କହି ରଖୁଛୁ ଯେ, ମାର୍ଚ୍ଚ ମାସରେ ସରକାର କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି (Dearness Allowance Hike) କରିଛନ୍ତି । ଯାହା ପରେ ମହଙ୍ଗା ଭତ୍ତା (DA Hike) ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ଜାନୁଆରୀ ୨୦୨୩ରୁ କାର୍ଯ୍ୟକାରୀ ହୋଇଛି । ବର୍ତ୍ତମାନ ପରବର୍ତ୍ତୀ ମହଙ୍ଗା ଭତ୍ତା ଜୁଲାଇ ୨୦୨୩ରୁ ଘୋଷଣା କରାଯିବ ।

7th Pay Commission DA Hike: କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ: ଏପ୍ରିଲ ୩୦ରେ ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା, ହୋଇସାରିଛି ଘୋଷଣା!

7th Pay Commission DA Hike: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) ଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ନିକଟ ଅତୀତରେ କେନ୍ଦ୍ର ସରକାର (Central Government) ମହଙ୍ଗା ଭତ୍ତା (Dearness Allowance) କୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଏପ୍ରିଲ୍ ୩୦ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଅର୍ଥ ଆସିବାକୁ ଯାଉଛି । ଯଦି ଆପଣ ମଧ୍ୟ ଜଣେ କେନ୍ଦ୍ର କର୍ମଚାରୀ, ତେବେ ଏପ୍ରିଲ୍ ମାସରେ ଆପଣଙ୍କ ଆକାଉଣ୍ଟରେ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ଆସିବାକୁ ଯାଉଛି । କେନ୍ଦ୍ରର ମୋଦି ସରକାର (Modi Govt) ଏହି ମାସରେ ବର୍ଦ୍ଧିତ ଦରମା ସହିତ ମହଙ୍ଗା ଭତ୍ତା (DA Hike) ପ୍ରଦାନ କରିବେ । ୧ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ ଏହାର ପ୍ରତ୍ୟକ୍ଷ ଲାଭ ପାଇବେ । ଏହା ସହିତ ଆପଣ ମହଙ୍ଗା ଭତ୍ତାର ବକେୟା (DA Arrears) ଭାବେ ୩ ମାସର ଟଙ୍କା ମଧ୍ୟ ପାଇବ ।

ଶ୍ରମ ମନ୍ତ୍ରଣାଳୟ (Labor Ministry) ରୁ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨୦୨୨ରେ AI CPI-IW ର ଡାଟା ପ୍ରାୟ ୧୩୨.୩ରେ ପହଞ୍ଚିଥିଲା, ଯାହା ପରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA Hike) କୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ମାର୍ଚ୍ଚ ୨୪ରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରିଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ବର୍ଦ୍ଧିତ ଦରମା (Salary Hike) ସହିତ କେନ୍ଦ୍ର କର୍ମଚାରୀମାନେ ବକେୟା ଭାବରେ ୩ ମାସର ଟଙ୍କା ପାଇବେ । ଉଦାହରଣ ସ୍ୱରୂପ, ଧରାଯାଉ ଯଦି କୌଣସି କେନ୍ଦ୍ର କର୍ମଚାରୀଙ୍କ ବେସିକ୍ ଦରମା ୩୦,୦୦୦ ଟଙ୍କା, ତା’ହେଲେ ସେମାନଙ୍କ ଦରମା ୧୨୦୦ ଟଙ୍କା ବୃଦ୍ଧି ପାଇବ । ଏହା ସହିତ ଯଦି ବାର୍ଷିକ ଦେଖାଯାଏ, ତେବେ ସେମାନଙ୍କର ମୋଟ ଦରମା ୧୪,୪୦୦ ଟଙ୍କା ବୃଦ୍ଧି ପାଇବ ।

ଏହା ବ୍ୟତୀତ ଯଦି ଆମେ କ୍ୟାବିନେଟ ସଚିବ ଅଧିକାରୀଙ୍କ ବିଷୟରେ ଆଲୋଚନା କରିବା, ତେବେ ସେମାନଙ୍କ ଦରମା ମାସକୁ ୧୦,୦୦୦ ଟଙ୍କା ବୃଦ୍ଧି ପାଇବ । କ୍ୟାବିନେଟ ସଚିବଙ୍କ ବେସିକ୍ ଦରମା ମାସକୁ ୨.୫୦ ଲକ୍ଷ ଟଙ୍କା ଅଟେ । ଯଦି ଏହି ଦୃଷ୍ଟିକୋଣରୁ ଗଣନା କରାଯାଏ, ତେବେ ସେମାନଙ୍କ ବାର୍ଷିକ ବେତନରେ ପ୍ରାୟ ୧.୨୦ ଲକ୍ଷ ଟଙ୍କା ବୃଦ୍ଧି ହେବ । ସମଗ୍ର ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଅନୁଯାୟୀ କେନ୍ଦ୍ର ସରକାର କର୍ମଚାରୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ପ୍ରୟାସ କରନ୍ତି । ଏହା ସହିତ କର୍ମଚାରୀଙ୍କ ଦରମା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇଥାଏ । ସରକାର ବର୍ଷକୁ ୨ ଥର ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରନ୍ତି । ଏହି ଅର୍ଥ ସରକାରୀ କର୍ମଚାରୀ, ପବ୍ଲିକ୍ ସେକ୍ଟରର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦିଆଯାଉଥାଏ ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଉପରେ କେନ୍ଦ୍ର ସରକାର ନେଲେ ଏପରି ନିଷ୍ପତ୍ତି, ଜାଣି ଆପଣ ହୋଇଯିବେ ଖୁସ୍! ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀମାନଙ୍କୁ ଜୋରଦାର ଝଟକା ଦେଲେ ମୋଦି ସରକାର, ହେବାକୁ ଯାଉଛି ବହୁତ ବଡ଼ କ୍ଷତି

ଅଧିକ ପଢ଼ନ୍ତୁ-ଦିନିକିଆ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଲା ବଡ଼ ଖବର, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।