Mosquito coil: ମଶା ଧୂପ ଧୂଆଁରେ ଶୋଇଗଲେ ଗୋଟିଏ ପରିବାରର ୬ ସଦସ୍ୟ, ତିନି ଜଣଙ୍କ ଅବସ୍ଥା ଗୁରୁତର
Advertisement
Article Detail0/zeeodisha/odisha1633939

Mosquito coil: ମଶା ଧୂପ ଧୂଆଁରେ ଶୋଇଗଲେ ଗୋଟିଏ ପରିବାରର ୬ ସଦସ୍ୟ, ତିନି ଜଣଙ୍କ ଅବସ୍ଥା ଗୁରୁତର

Mosquito coil: ମୃତ୍ୟୁ ଏମିତି ବି ଆସେ ।  ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମଶା ଧୂପ ଯୋଗୁଁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । 

ସୌ(ସୋସିଆଲ ମିଡିଆ)

Mosquito coil: ମୃତ୍ୟୁ ଯେ କାହାକୁ, କେମିତି ଓ କେଉଁଠି ଆସିବ ତାହା କେହି ବି ଜାଣିପାରିବେ ନାହିଁ । ଗୋଟିଏ ପରିବାର ସବୁ ସଦସ୍ୟ ରାତିରେ ଏକାଠି ଶୋଇଥିଲେ । କିଏ ଜାଣିଥିଲା ଯେ ଏହା ସେମାନଙ୍କ ପାଇଁ ଶେଷ ରାତି ହେବ । ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରୁ(Delhi shastri park) ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମଶାଙ୍କୁ ଘଉଡା଼ଇବା ପାଇଁ ଲାଗିଥିବା ମଶା ଧୂପର(Mosquito coil) ଧୁଆଁ ଓ ନିଆଁରେ ଶ୍ବାସରୁଦ୍ଧ(Suffocation) ସହ ପୋଡ଼ି ହୋଇ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ(Delhi shastri park) ଗୋଟିଏ ପରିବାରର ସମସ୍ତ ସଦସ୍ୟ ସାଙ୍ଗ ହୋଇ ଶୋଇଥିଲେ । ସେମାନେ ଶୋଇଥିବା କୋଠରୀରେ ମଶା ଧୂପ ଲାଗିଥିଲା । ପୋଲିସର କହିବା ଅନୁଯାୟୀ, ଗତକାଲି ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ମଶା ଧୂପ(Mosquito coil) ନିଆଁ କ୍ରମଶଃ ମଶାରୀ ଓ ଗଦିରେ ଲାଗିଯାଇଥିଲା । ମଶା ଧୂପରୁ ବାହାରୁଥିବା ବିଷାକ୍ତ ଧୂଆଁ ଯୋଗୁଁ ପରିବାରର ଦୁଇ ଜଣ ସଦସ୍ୟଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବେଳେ ମଶା ଧୂପ ନିଆଁରେ ପୋଡ଼ି ହୋଇ ପରିବାରର ଅନ୍ୟ ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ପରିବାର ସମସ୍ତ ସଦସ୍ୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ (Postmortem)ପାଇଁ ପଠାଇଛି । ତେବେ ଏହି ଘଟଣାରେ ପରିବାର ଅନ୍ୟ ୩ ଜଣ ସଦସ୍ୟଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ହସ୍ପିଟାଲରେ ଭର୍ଭି କରାଯାଇଛି ।ପୋଲିସର କହିବା ଅନୁଯାୟୀ, ଘରର ପ୍ରଥମ ମହଲାରେ ଥିବା ଏକ ରୁମରେ ପରିବାରର ପ୍ରାୟ ୯ ଜଣ ସଦସ୍ୟ ଏକାଠି ଶୋଇଥିଲେ । ତେବେ ମୃତକଙ୍କ ମଧ୍ଯରେ ୪ ପୁରୁଷ, ଜଣେ ମହିଳା ଓ ଗୋଟେ ଦେଢ ବର୍ଷର ଶିଶୁ ଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- Liquor: କାଲିଠୁ ରାଜ୍ୟରେ ମହଙ୍ଗା ହେବ ମଦ, ବେଳାଭୂମିରେ ସ୍ୟାକ୍ସକୁ ସରକାରଙ୍କ ମଞ୍ଜୁରୀ

ଏହା ବି ପଢନ୍ତୁ- Indian currency: ୧୦୦୦ ଟଙ୍କିଆ ନୋଟକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ପୁଣି ପକେଟକୁ ଫେରିବ ଏହି ନୋଟ୍!

ଏହା ବି ପଢନ୍ତୁ-World Idle Day: ଜଣେ ବ୍ୟକ୍ତି ବର୍ଷକରେ ଖାଇଗଲେ ୬ ଲକ୍ଷ ଟଙ୍କାର ଇଡଲୀ, ରିପୋର୍ଟରୁ ଖୁଲାସା ହେଲା ଏହି ତଥ୍ୟ