Love story of a lady: ମହିଳାଙ୍କ ଅଜବ ପ୍ରେମ: ୫ ସ୍ୱାମୀ ଥାଇ ବି ମୁଣ୍ଡରୁ ଖସି ନଥିଲା ପ୍ରେମର ନିଶା, ଫେଲ ମାରିଲା ଷଷ୍ଠ ପ୍ରୟାସ
Advertisement

Love story of a lady: ମହିଳାଙ୍କ ଅଜବ ପ୍ରେମ: ୫ ସ୍ୱାମୀ ଥାଇ ବି ମୁଣ୍ଡରୁ ଖସି ନଥିଲା ପ୍ରେମର ନିଶା, ଫେଲ ମାରିଲା ଷଷ୍ଠ ପ୍ରୟାସ

ସେମାନଙ୍କ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ ସେ ଏମିଲିଙ୍କୁ ହସ୍ପିଟାଲରେ ଭେଟିଥିଲେ ଯେଉଁଠାରେ ସେ ଏକ ଛୋଟ ଅପରେସନ୍ କରୁଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। 

Love story of a lady: ମହିଳାଙ୍କ ଅଜବ ପ୍ରେମ: ୫ ସ୍ୱାମୀ ଥାଇ ବି ମୁଣ୍ଡରୁ ଖସି ନଥିଲା ପ୍ରେମର ନିଶା, ଫେଲ ମାରିଲା ଷଷ୍ଠ ପ୍ରୟାସ

Love story of a lady: ନୂଆଦିଲ୍ଲୀ: କୁହାଯାଏ ପ୍ରେମ ଅନ୍ଧ ଅଟେ। ସେ ବୟସ, ଜାତି, ଧର୍ମ, କିମ୍ବା ଜମି-ସମ୍ପତ୍ତି ଦେଖେ ନାହିଁ। ସେଥିପାଇଁ ବେଳେବେଳେ ପ୍ରେମରେ ଜଡିତ ଅଜବଗଜବ କାହାଣୀ ଆମେ ଦେଖିବାକୁ ପାଇଥାଉ। ଯାହା ଆମ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିପକାଇଥାଏ। ତେବେ ପ୍ରେମ କାହାକୁ ବି କାହା ସହିତ ହୋଇପାରେ। ତେବେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଯାହାକୁ ଭଲ ପାଉଛନ୍ତି ସିଏ ଆପଣଙ୍କ ପ୍ରତି କେତେ ଲୟାଲ ରହୁଛନ୍ତି। ଅଧିକାଂଶ ମାମଲା ବିଶ୍ୱାସର ଅଭାବ ଯୋଗୁଁ ସମ୍ପର୍କ ଭାଙ୍ଗିଯାଇଥାଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। 

କୁହାଯାଇଥାଏ ପ୍ରକୃତ ପ୍ରେମ ଜୀବନରେ ଥରୁଟିଏ ହୋଇଥାଏ। କିନ୍ତୁ ଏହି ପ୍ରବାଦ ଅନେକ ଲୋକଙ୍କ ପାଇଁ ଅନୁକୂଳ ନୁହେଁ, ତେଣୁ ସେମାନେ ବିଭିନ୍ନ ଲୋକଙ୍କୁ ହୃଦୟ ଦିଅନ୍ତି। ବର୍ତ୍ତମାନ ବ୍ରିଟେନର ବାସିନ୍ଦା ଏମିଲିଙ୍କ କାହାଣୀ ସବୁଆଡ଼େ ଚର୍ଚ୍ଚା ପାଲଟିଛି। ଯାହାର ପାଞ୍ଚ ଜଣ ସ୍ୱାମୀ ଥିଲେ। ଏହା ପରେ ବି ସେ ଆଉ ଜଣଙ୍କୁ ଭଲ ପାଇ ବସିଛନ୍ତି। ଜଣେ ମହିଳାଙ୍କର ଏତେ ସଂଖ୍ୟକ ସ୍ୱାମୀ ହେବାର କାରଣ ହେଉଛି ଯେ ସେ ଗୋଟିଏ ପରେ ଗୋଟିଏ ବିବାହ କରି ଚାଲିଥିଲେ। କିନ୍ତୁ ସେ କାହାକୁ ମଧ୍ୟ ଛାଡ଼ପତ୍ର ଦେଇନଥିଲେ। କିନ୍ତୁ ବର୍ତ୍ତମାନ ଏମିଲି ଷଷ୍ଠ ବ୍ୟକ୍ତିଙ୍କୁ ଭଲପାଇ ବସିଛନ୍ତି। ତାଙ୍କର ମିଥ୍ୟା ହେତୁ ଏହି ସମ୍ପର୍କ ଅଧିକ ଦିନ ରହିଲା ନାହିଁ ଏବଂ ମହିଳାଙ୍କୁ ଜେଲ ଯିବାକୁ ପଡିପାରେ।

ମହିଳାଙ୍କ ପ୍ରେମିକ ୱେନ ହାରପର୍ ସାକ୍ଷାତକାରରେ ମହିଳାଙ୍କ ସହ ଥିବା ସମ୍ପର୍କ ବିଷୟରେ ପ୍ରକାଶ କରିଛନ୍ତି। ଯେଉଁଠାରେ ସେ କହିଥିଲେ ଯେ ସେ ୧୮ ମାସ ଧରି ପାଞ୍ଚ ଜଣ ପୁରୁଷଙ୍କ ପତ୍ନୀ ଏମିଲି ହୋର୍ନଙ୍କ ସହ ସମ୍ପର୍କ ରଖିଥିଲେ, କିନ୍ତୁ ଯେତେବେଳେ ଏମିଲିଙ୍କ ସମ୍ପର୍କରେ ଜଣାପଡ଼ିଲା ସେତେବେଳେ ସେ ସଙ୍ଗେ ସଙ୍ଗେ ଏମିଲିଙ୍କ ଠାରୁ ଦୁରେଇ ଯାଇଥିଲେ। 

ସେମାନଙ୍କ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ ସେ ଏମିଲିଙ୍କୁ ହସ୍ପିଟାଲରେ ଭେଟିଥିଲେ ଯେଉଁଠାରେ ସେ ଏକ ଛୋଟ ଅପରେସନ୍ କରୁଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଖୁବ୍ ଶୀଘ୍ର ଦୁହେଁ ଏକାଠି ରହିବାକୁ ସ୍ଥିର କଲେ କିନ୍ତୁ ୱେନ ୧୮ ମାସ ପରେ ଅନୁଭବ କଲେ ଯେ ଏମିଲି ତାଙ୍କୁ ପ୍ରତାରଣା କରୁଛନ୍ତି। ଯାହା ପରେ ସେ ଅନୁସନ୍ଧାନ କରି ଜାଣିବାକୁ ପାଇଲେ ଯେ ଏମିଲିଙ୍କର ପାଞ୍ଚ ଜଣ ସ୍ୱାମୀ ଅଛନ୍ତି।

ୱେନ କହିଛନ୍ତି ଯେ ସମ୍ପର୍କର ଖୁସିର ଶେଷ ନାହିଁ। ମୋର ଆଉ ତାଙ୍କ ବିଷୟରେ କୌଣସି ସ୍ମୃତି ନାହିଁ, ଫଟୋ ନାହିଁ, କିଛି ନାହିଁ। ଏହି ସମ୍ପର୍କ ପ୍ରତାରଣାର ମୂଳଦୁଆ ଉପରେ ଗଢି ଉଠିଥିଲା। ଯାହା ସତ୍ୟ ପଦାକୁ ଆସିବା ମାତ୍ରେ ଭାଙ୍ଗିଗଲା। ଏହା ବ୍ୟତୀତ ସେ ଏମିଲିଙ୍କ ବିଷୟରେ ମଧ୍ୟ କହିଥିଲେ ଯେ ସେ ଆଡଲ୍ଟ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ୨୦୦୪ ମସିହାରେ ଏମିଲି ପ୍ରଥମ ଥର ପାଇଁ ଜଣେରୁ ଅଧିକ ପୁରୁଷଙ୍କୁ ବିବାହ କରି ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ପରେ ସେ ୬ ମାସ ଜେଲ ଯାଇଥିଲେ।