air pollution: ଘନ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୩ଟି ଉପାୟ
Advertisement
Article Detail0/zeeodisha/odisha1419347

air pollution: ଘନ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୩ଟି ଉପାୟ

ଏହି ପ୍ରଦୂଷଣରୁ ନିଜକୁ ମୁକ୍ତ ରଖିବାର ସହଜ ଉପାୟ ହେଲା ବାହାରେ ଅଧିକ ସମୟ ନରହିବା ବା ବାହାରେ ଅଧିକ ସମୟ ବୁଲାବୁଲି ନକରିବା। ତେବେ ଏହାର କିଛି ଘରୋଇ ଉପଚାର ମଧ୍ୟ ରହିଛି।

air pollution: ଘନ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୩ଟି ଉପାୟ

air pollution: ନୂଆଦିଲ୍ଲୀ: ଦିଲ୍ଲୀ ଦେଶର ସବୁଠାରୁ ପ୍ରଦୂଷଣ ଜନିତ ସହର ଭାବେ ପରିଗଣିତ। ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର। ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଅତି ସଙ୍କଟଜନକ। ତେବେ ଦୀପାବଳି ପରର ଅବସ୍ଥା ନକହିବା ଭଲ। ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। କେବଳ ଦିଲ୍ଲୀ ନୁହେଁ ଏବେ ଦେଶର ଅନେକ ସହର ପ୍ରଦୁଷିତ ହେବାରେ ଲାଗିଛି। ବାୟୁ ପ୍ରଦୂଷଣ ଦ୍ୱାରା ଆସ୍ଥମା, ଚର୍ମ ରୋଗ, କାଶ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ଧୂଆଁ ଯୋଗୁଁ ହୃଦଘାତ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ। ବାୟୁ ପ୍ରଦୂଷଣ ହେବ ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖାଦେଇଥାଏ। ତଥ୍ୟ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁଁ ମାନସିକ ରୋଗ ମଧ୍ୟ ଦେଖାଦେଇଥାଏ।

ଏହି ପ୍ରଦୂଷଣରୁ ନିଜକୁ ମୁକ୍ତ ରଖିବାର ସହଜ ଉପାୟ ହେଲା ବାହାରେ ଅଧିକ ସମୟ ନରହିବା ବା ବାହାରେ ଅଧିକ ସମୟ ବୁଲାବୁଲି ନକରିବା। ତେବେ ଏହାର କିଛି ଘରୋଇ ଉପଚାର ମଧ୍ୟ ରହିଛି।

ଗୋଟିଏ ଗ୍ଲାସ ପାଣିରେ ୫ଟା ରୁ ୬ଟା ତୁଳସୀ ପତ୍ର ପକାଇ, ଏକ ଇଞ୍ଚ ଅଦାକୁ ଛେଚି ଏବଂ ଅଳ୍ପ ଗୁଡ ମିଶାଇ ପାଣିକୁ ଭଲ ଭାବେ ଫୁଟାଇଦେବେ। ଏହି ମିଶ୍ରଣକୁ ୫ମିନିଟ ଯାଏଁ ଫୁଟାଇବେ। ଏହାପରେ ପାଣି ଉଷୁମ ଥିବାବେଳେ ପିଇଦେବେ। ଏହା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ବୃଦ୍ଧି ପାଇଥାଏ।

ଗୋଟିଏ ଗ୍ଲାସ ପାଣିରେ ତୁଳସୀ ପତ୍ର ଫୁଟାଇ, ଲୁଣ, ଲେମ୍ବୁ ଏବଂ ମହୁ ମିଶାଇ ପିଇଲେ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ସଫା ହୋଇଯାଇଥଏ। ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସହଜ ହୋଇଥାଏ।

କ୍ଷୀରରେ ଅଳ୍ପ ହଳଦୀ ମିଶାଇ ପିଇଲେ ଶରୀର ସୁସ୍ଥ ରହିଥାଏ। ଏହା ଉଭୟ ଛୁଆ ଏବଂ ବୃଦ୍ଧଙ୍କ ପାଇଁ ଉପଯୋଗୀ ଅଟେ। ଏହାର ବହୁ ଔଷଧୀୟ ଗୁଣ ରହିଛି। କ୍ଷୀରରେ କେଇ ବୁନ୍ଦା ଘିଅ, ଅଳ୍ପ ଟିକେ ଅଦା, ଅଳେଇଚ, ତୁଳସୀ ପତ୍ର, ଗୋଟିଏ ଲବଙ୍ଗ ଏବଂ ଚିମୁଟେ ହଳଦୀ ପକେଇ ଫୁଟେଇଦେବେ। ଏହା ପରେ ଏଥିରେ ଟିକେ ମହୁ ମିଶାଇ ପିଇଦେବେ।

ଆପୋଲୋ ହସ୍ପିଟାଲର ଜଣେ ସିନିଅର ନ୍ୟୁଟ୍ରିସନିଷ୍ଟ ଡାକ୍ତର ପ୍ରିୟଙ୍କା ରୋହତଗୀ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ଏବଂ ଧୁଆଂ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଥାଏ। ଫୁସଫୁସରେ ମଇଳା ଜମି ରହିବା ଫଳରେ ଏଭଳି ସମସ୍ୟା ଦେଖାଦେଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଭିଟାମିନ-ଇ, ଓ଼ମେଗା-୩ ଏବଂ ପ୍ରଚୁର ପରିମାଣରେ ଏଣ୍ଟି-ଅକ୍ସିଡେଣ୍ଟ ଥିବା ଖାଦ୍ୟ ଖାଇବା ଉଚିତ।

ଅଧିକ ପଢନ୍ତୁ: Ravi Shastri predicted: ପାକିସ୍ତାନ ଖେଳାଳିଙ୍କୁ ନେଇ ଏପରି ଅନୁମାନ କଲେ ରବି ଶାସ୍ତ୍ରୀ, କହିଲେ ବିଶ୍ୱକପ ପରେ ଅବସର ନେଇଯିବେ ବୋଧେ...

ଅଧିକ ପଢନ୍ତୁ: Urfi Javed: ପୁଣି ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଉର୍ଫି, ସୋସିଆଲ ମିଡିଆରେ ନିଆଁ ଲଗାଇଲା ଏହି ଫଟୋ