Cyclone Dana: ବାତ୍ୟା ଦାନା ପ୍ରଭାବିତ ଅଞ୍ଚଳରେ ଜନ୍ମହେଲେ ୧୬୦୦ ଶିଶୁ
Advertisement
Article Detail0/zeeodisha/odisha2488367

Cyclone Dana: ବାତ୍ୟା ଦାନା ପ୍ରଭାବିତ ଅଞ୍ଚଳରେ ଜନ୍ମହେଲେ ୧୬୦୦ ଶିଶୁ

ବାତ୍ୟା ଦାନା ଉପକୂଳ ମୁହାଁ ହେବା ପୂର୍ବରୁ ରାଜ୍ୟରେ ପ୍ରାୟ ୧୬୦୦ ଶିଶୁ ଜନ୍ମ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ସଂପର୍କିତ ସୂଚନା ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ସୂଚନା ଦେଇଥିଲେ ।

Cyclone Dana: ବାତ୍ୟା ଦାନା ପ୍ରଭାବିତ ଅଞ୍ଚଳରେ ଜନ୍ମହେଲେ ୧୬୦୦ ଶିଶୁ

Cyclone Dana: ବାତ୍ୟା ଦାନା ଉପକୂଳ ମୁହାଁ ହେବା ପୂର୍ବରୁ ରାଜ୍ୟରେ ପ୍ରାୟ ୧୬୦୦ ଶିଶୁ ଜନ୍ମ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ସଂପର୍କିତ ସୂଚନା ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ସୂଚନା ଦେଇଥିଲେ । ପ୍ରଭାବିତ ଅଞ୍ଚଳରେ ରହିଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଭର୍ତ୍ତୀ ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ପ୍ରୟା ୧୬୦୦ରୁ ଅଧିକ ମହିଳା ନବଜାତ ଶିଶୁ ଜନ୍ମ ଦେଇଛନ୍ତି। ତେବେ ଖୁସିର କଥା ଉଭୟ ମାଆ ଓ ନବଜାତ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳାଙ୍କ ନିମନ୍ତେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବାତ୍ୟା ସମୟରେ ଭଲରେ ଭଲରେ ଶିଶୁ ଜନ୍ମ ହୋଇଥିବା କାରଣରୁ ବେଶ ଖୁସି ଅଛନ୍ତି ପରିବାର ଲୋକେ । ଅନେକ ପରିବାର ସଦସ୍ୟ ସେମାନଙ୍କ ନବଜାତ ଶିଶୁଙ୍କ ନାମ 'ଦାନା' ରଖିଛନ୍ତି ।

ବାତ୍ୟା ଦାନା ତାଣ୍ଡବ ରଚିବା ପରେ ବର୍ତ୍ତମାନ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ। ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତାରେ ପଡିଥିବା ଗଛ ସବୁ କଟା ଚାଲିଛି । ୨୪ ଘଣ୍ଟା ମଧ୍ୟରେ ଗଛକଟା ସାରି ରାସ୍ତା ଖୋଲି ଦିଆଯିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି। ଦାନା କ୍ଷୟକ୍ଷତିର ଏରିଏଲ ସର୍ଭେ ଆସନ୍ତାକାଲି ଆରମ୍ଭ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ବାତ୍ୟା ପରେ ଆଜି ସକାଳୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚି ପୁଣି ଥରେ ବାତ୍ୟାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ଓ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ କାର୍ଯ୍ୟ କରିଥିଲୁ। ସଫଳ ମୁକାବିଲା ପାଇଁ ଏଥିରେ ନିୟୋଜିତ ଥିବା ସମସ୍ତ ବିଭାଗକୁ ମୁଁ ଧନ୍ୟବାଦ ଦେଉଛି।

Also Read- 'ଦାନା' ପାଇଁ ବନ୍ଦ ଥିବା ରେଳ ସେବା ପୁଣି ସ୍ୱଭାବିକ ହେଉଛି

Also Read- Top 10 News Today: ଦୁଃଖ ଦେଇଗଲା ବାତ୍ୟା 'ଦାନା'...ଖବର ସହ ଅନ୍ୟ ଅପଡେଟ୍