Top 10 News Today: ଏଣିକି ଖରାଦିନେ ହୋଇନପାରେ ନିର୍ବାଚନ ଏବଂ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2276232

Top 10 News Today: ଏଣିକି ଖରାଦିନେ ହୋଇନପାରେ ନିର୍ବାଚନ ଏବଂ ଅନ୍ୟାନ୍ୟ ଖବର

Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ଅପରାହ୍ମର ୧୦ଟି ପ୍ରମୁଖ ଖବର

Top 10 News Today: ଏଣିକି ଖରାଦିନେ ହୋଇନପାରେ ନିର୍ବାଚନ ଏବଂ ଅନ୍ୟାନ୍ୟ ଖବର

Top 10 News Today:

1. Counting Tomorrow: ଆସନ୍ତାକାଲି ଗଣତି। ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ କିଏ ସରକାର ଗଢ଼ିବ ତା’ ଉପରେ ସମସ୍ତେ ନଜର ରଖିଛନ୍ତି। ନିର୍ବାଚନ କମିଶନ ଏହି ଗଣତିକୁ ଏକ ବହୁ ପରୀକ୍ଷିତ ଶକ୍ତ ଓ ପାରଦର୍ଶୀ ପ୍ରକ୍ରିୟା ବୋଲି କହିଛନ୍ତି। ଯାହାର ସବୁ କାର୍ଯ୍ୟ କୋଡ୍‍ କରାଯାଇଛି। ଏହା ପୂର୍ବ ନିର୍ଦ୍ଧାରିତ। ସତୁରୀ ବର୍ଷ ହେଲା ନିୟମରେ ବନ୍ଧା ରହିଛି ଏହି ପ୍ରକ୍ରିୟା ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ।  ସାଢ଼େ ୧୦ ଲକ୍ଷ ବୁଥ ପାଇଁ ବିଭିନ୍ନ ସ୍ଥାନରେ ଗଣତି କେନ୍ଦ୍ର କରାଯାଇଛି। ଗୋଟିଏ ଗଣତି କେନ୍ଦ୍ରରେ ୧୪ ଟେବଲ ରହିବ। ଟେବଲ ପଛରେ ପୁଲିଂ ପର୍ସନାଲ ରହିବେ ଏବଂ ଆଗରେ ପ୍ରାର୍ଥୀଙ୍କ ପ୍ରତିନିଧି। ସବୁକିଛି ସିସିଟିଭିରେ ରେକର୍ଡ ରହିବ। ଏହା ଗୋଟିଏ ଘଣ୍ଟା ଭଳି, ଯେମିତି ଘଣ୍ଟାର ପ୍ରତିଟି କଣ୍ଟା ପରସ୍ପର ସହ ବନ୍ଧା, ସେହିପରି  ପ୍ରତି କ୍ଷଣକୁ ଆମେ ଶକ୍ତ ଶୃଙ୍ଖଳିତ ଢଙ୍ଗରେ ସଜାଇଛୁ। ଯଦି କିଛି ମାନବିକ ବିଶୃଙ୍ଖଳା ଆସିବ ତାହାକୁ ଆମେ ମୁକାବିଲା କରିବୁ ବୋଲି କହିଛନ୍ତି ମୁଖ୍ୟ ଆୟୁକ୍ତ।  

2. Preparations to welcome New Mps Starts: ନବ ନିର୍ବାଚିତ ସଦସ୍ୟଙ୍କୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି ଭାରତର ଲୋକସଭା। ସଂସଦ ଭବନରେ ଏଥିଲାଗି ସହାୟତା କେନ୍ଦ୍ର ଖୋଲା ଯାଇଛି। ନୋଡାଲ୍‍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହାଛଡ଼ା ନବ ନିର୍ବାଚିତ ପ୍ରତିନଦିଙ୍କୁ ଯେମିତି ସାଂସଦେ ପଞ୍ଜିକରଣ ତଥା ରହିବ ଓ ଆସିବାରେ କିଛି ଅସୁବଧା ନହେବ ସେଥିଲାଗି ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍ୱତନ୍ତ୍ର ଟିମ୍‍ ମୁତ୍ତୟନ କରାଯାଇଥିବା  ସୂଚନା ମିଳିଛି। 

3. ECI explains Summer is not a good session to hold Elections: ଖରାଦିନ ନିର୍ବାଚନ ଲାଗି ଉଚିତ ସମୟ ନୁହେଁ। ଏହାଛଡ଼ା ଶୁକ୍ରବାର ଓ ସୋମବାର ମଧ୍ୟ ମତଦାନ ପାଇଁ ଠିକ୍‍ ଦିନ ନୁହେଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର।  ୨୦୨୪ ସାଧାରଣ ନିର୍ବାଚନ ପରିଚାଳନାରେ ସେ ଅନୁଭବ କରିଥିବା ବିଷୟଗୁଡ଼ିକୁ ଉଲ୍ଲେଖ କରିବାକୁ ଯାଇ ଏହା କହିଛନ୍ତି। 

4. Fake Patterns tried to hinder the Election process: ଚଳିତ ନିର୍ବାଚନରେ କିଛି ମିଛ ପ୍ୟାଟର୍ଣ୍ଣ ଅପପ୍ରଚାର ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଜାଣିଶୁଣି ଏସବୁ ପ୍ରସାର କରାଯାଇଥିଲା, ଭାରତର ନିର୍ବାଚନ ପ୍ରକ୍ରିୟାରେ ବାଧା ଆଣିବା ଲାଗି। ଏହା କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ। ପୂର୍ବରୁ ଅର୍ଥବଳ, ବାହୁବଳ, ଅସତ୍ୟ ପ୍ରଭୃତି ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବ୍ୟବହାର କରାଯାଉଥିଲା। ଏଥିଲାଗି ମିଡିଆକୁ ମଧ୍‍ୟ ବ୍ୟବହାର କରାଯାଉଥିଲା। ଏ ବାବଦରେ ସତର୍କ ରହି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଗଲା।  କିନ୍ତୁ ଏଥର ଏକ ମିଛ ପ୍ୟାଟର୍ନ ବ୍ୟବହାର କରାଯାଇ ଯେଉଁଭଳି ଭାବେ ନିର୍ବାଚନ କମିଶନଙ୍କ ଉପରେ ଆରୋପ ଲଗାଇବାକୁ ଅପଚେଷ୍ଟା କରାଯାଇଥିଲା ତାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କମିଶନ।

5. No Re-polling in 27 States: ଏଥର ଦେଶରେ ଅନ୍ର ନିର୍ବାଚନଗୁଡ଼ିକ ଅପେକ୍ଷା କମ୍‍ ବୁଥରେ ପୁନଃ ନିର୍ବାଚନ ହୋଇଛି। ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁନଃ ଭୋଟିଂ ହୋଇ ନାହିଁ। ୨୦୧୯ରେ ୫୪୦ ବୁଥରେ ପୁନଃ ଭେଟିଂ ହୋଇଥିଲା। ୨୦୨୪ରେ ଏହି ସଂଖ୍ୟା ମାତ୍ର ୩୯ ରହିଥିଲା। ୨୫ଟି ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ହୋଇଥିଲା। 

6. 75 Foreign delegates from 25 Countries witnessed the Indian Elections: ସବୁଠାରୁ ଅଧିକ ବିଦେଶ ପ୍ରତିନିଧି ଭାରତୀୟ ନିର୍ବାଚନରେ ସାକ୍ଷୀ ହୋଇଛନ୍ତି। ଏମାନଙ୍କ ସଂଖ୍ୟା ୭୫। ଏମାନେ ୨୫ ଦେଶରୁ ଆସି ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ନିର୍ବାଚନ ପରିଚାଳନାକୁ ଦେଖିଛନ୍ତି। ଏତେ ଲୋକ, ସବୁ ବର୍ଗରୁ ଲୋକଙ୍କୁ ଏକାଠି ଧାଡ଼ିରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। 

7. Time to conduct Poll for J&K Assembly: ଜମ୍ମୁ ଓ କଶ୍ମୀରରେ ଶୀଘ୍ର ନିର୍ବାଚନ ହେବ। ସାଧାରଣ ନିର୍ବାଚନରେ ଅଭୂତ ପୂର୍ବ ସଫଳତା ମିଳିବା ତଥା ଜନସାଧାରଣଙ୍କ ଅଂଶଗ୍ରହଣକୁ ଦେଖି ମୁଖ୍ୟ ନିର୍ବାଚନ ଆୟୁକ୍ତ ଏହା କହିଛନ୍ତି। ପୂର୍ବରୁ ଧରା ୩୭୦ ଉଚ୍ଛେଦକୁ ଉଚିତ ଓ ଆଇନ ସଙ୍ଗତ ବୋଲି କହିବା ସହ ନିର୍ବାଚନ କମିଶନଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। 

8. Odisha Cabinet recommends dissolving the Assembly: ରାଜ୍ୟ ସରକାର ଆଜି ଏକ କ୍ୟାବନେଟ ବୈଠକ ଡକାଇ ବିଧାନସଭାକୁ ଭଙ୍ଗ କରିବା ଲାଗି ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଆସନ୍ତା କାଲି ନିର୍ବାଚନ ଫଳାଫଳ ଘୋଷଣା ପରେ ଯେଉଁ ଦଳ ସଂଖ୍ୟା ଗରିଷ୍ଠତା ଲାଭ କରିବ ତାହାଙ୍କ ନେତାଙ୍କୁ ରାଜ୍ୟପାଳ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେବେ। 

9. OJEE Result Declared: ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ୬୫,୭୪୨ ପରୀକ୍ଷାର୍ଥୀ ଏଥିଲାଗି ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ଭିତରୁ   ୫୬,୦୦୦ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ର଼୍ୟାଙ୍କ ମିଳିଛି। ଏହି ର଼୍ୟାଙ୍କ କାର୍ଡ ଅନୁସାରେ ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ସେମାନଙ୍କୁ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା ବି.ଫାର୍ମା, ଏଲ୍‌ଇ-ଟେକ୍‌, ଏଲ୍‌ଇ-ଟେକ୍‌ (ବିଏସ୍‌ସି), ବି କ୍ୟାଟ୍‌, ଏମ୍‌ବିଏ, ଏମ୍‌ସିଏ, ଏଲ୍‌ଇ-ଫାର୍ମା,ଏମ୍‌ ଫାର୍ମା, ଏମ୍‌ ଆର୍ଚ, ଏମ୍‌ ପ୍ଲାନ୍‌, ଏମ୍‌ ଟେକ୍‌ ରେ ନାମ ଲେଖିବା ସୁଯୋଗ ମିଳିବ।

10. Milk prices Hike: ନିର୍ବାଚନ ସରିବାରୁ ଗୋଟିଦିନ ପରେ ଦେଶର ପ୍ରମୁଖ ଦୁଇ ଦୁଗ୍ଧ ଯୋଗାଣକାରୀ ସଂସ୍ଥା ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି କରିଛନ୍ତି। ପ୍ରଥମେ ଅମୁଲ ପ୍ରତି ଉତ୍ପାଦରେ ୨ଟଙ୍କା ଅଧିକ ଦର ଘୋଷଣା କରିଥିବା ବେଳେ ମଦର ଡେରୀ ମଧ୍ୟ ଅନୁରୂପ ମୂଲ୍ୟ ବୃଦ୍ଧି କରିଥିବା ଜଣାଇଛି। ରାଜ୍ୟରେ ଓମ୍‍ଫେଡ୍‍ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ।

Also Read- Grah Gochar June 2024: ଶୁକ୍ରଙ୍କ ସମେତ ୩ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ, ୩ ରାଶି ଭାଗ୍ୟରେ ଲଟେରୀ