Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ତାଜା ଖବର...
Advertisement
Article Detail0/zeeodisha/odisha2598784

Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ତାଜା ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ତାଜା ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ତାଜା ଖବର...
1.Mahakumbha 2025: ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ ମହାକୁମ୍ଭ-୨୦୨୫ ୧୩ ଜାନୁଆରୀ ସୋମବାର ଠାରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଆଜି ମହାକୁମ୍ଭର ପ୍ରଥମ ରାଜକୀୟ ସ୍ନାନ ଅର୍ଥାତ୍ ଅମୃତ ସ୍ନାନ। ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ପାଇଁ ଦେଶ ଏବଂ ବିଶ୍ୱରୁ ପ୍ରାୟ ୩୫ ରୁ ୪୦ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜକୁ ଆସିବାର ଆଶା କରାଯାଉଛି। ଏହି ଭକ୍ତମାନେ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ସ୍ଥଳରେ ବୁଡ ପକାଇବେ। ଏହା ସହିତ, ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ କୂଳରେ ମହାକୁମ୍ଭର ପ୍ରାଚୀନ କଳ୍ପବାସ ପରମ୍ପରା ମଧ୍ୟ ପ୍ରଦର୍ଶନ କରିବେ। 
 
2: Mahakumbha:ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର ୪ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ୪ଟି ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ପରିବହନ ନିଗମର ଏହି ୪ଟି ଅତ୍ୟାଧୁନିକ ପ୍ରିମିୟମ ବସ୍, ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବାହାରି ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ। ସେପଟେ ଶ୍ରଦ୍ଧାଳୁଙ୍କ ପାଇଁ ୧୩ ହଜାର ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଛି । ଓଡ଼ିଶାରୁ ୭ ଟି ସ୍ବତନ୍ତ୍ର ଟ୍ରେନ ଚାଲିବ। ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ  ବୈଷ୍ଣବ ପ୍ରୟାଗରାଜର ମହାକୁମ୍ଭ ମେଳା ପାଇଁ କୁମ୍ଭ ୱାର ରୁମର ଉଦଘାଟନ କରିଛନ୍ତି।
 
3.Baragarh Dhanuyatra: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ(CM Mohan Majhi) । କଂସ ମହାରାଜଙ୍କ ନିମନ୍ତ୍ରଣ ରଖି ବରଗଡ଼ ଧନୁଯାତ୍ରାରେ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବରଗଡ଼ ଧନୁଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହାତୀ ଉପରେ ବସି କଂସ ଦରବାରକୁ ଆସିଥିଲେ। କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସ୍ଥାୟୀ ରଙ୍ଗ ମହଲ ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଜିରା ନଦୀରେ ଆନିକଟ୍‌ ପାଇଁ ୮୦ କୋଟି ଟଙ୍କା ଓ କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ମଞ୍ଜୁରୀ କରିଛନ୍ତି।
 
4.Los angeles fire: ଆମେରିକାର ଲସ୍ ଏଞ୍ଜେଲସରେ ଗତ କିଛି ଦିନ ହେଲା  ଭୟାବହ ଅଗ୍ନିକାଣ୍ଡ ଲାଗି ରହିଛି। ସେଠାକାର ସ୍ଥିତି ଏବେ ଉଦବେଗଜନକ। ଜଙ୍ଗଲରୁ ବ୍ୟାପିଥିବା ନିଆଁ ଆବାସିକ ସଂଭ୍ରାନ୍ତ ଅଞ୍ଚଳକୁ ପୋଡ଼ି ପାଉଁଶ କରିଦେଇଛି। ଏଥିରେ ଅନେକ ହଲିଉଡ୍ ସେଲିବ୍ରେଟିଙ୍କ ଘର ଜଳ ଯାଇଥିବା ମଧ୍ୟ କୁହାଯାଉଛି।
 
5.Gold Rate: ଆଜି ସର୍ବ ଭାରତୀୟ ବଜାରରେ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୭୩,୦୪୦ ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୮୦,୦୦୭। ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୦୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୦,୦୦୭ ଟଙ୍କା ରହିଛି। ସେହିପରି କୋଲକାତାରେ ସମାନ ଭାବେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୦୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୦,୦୦୭ ଟଙ୍କା ରହିଛି। 
 
6.Aajira Panipaga: ରାଜ୍ୟରେ ଏବେ କଲବଲ କରୁଛି ଶୀତ। ଗତ କାଲି ଅର୍ଥାତ୍ ରବିବାର ରାଜ୍ୟର କିଛି ସ୍ଥାନରେ ପ୍ରବଳ କୁହୁଡ଼ି ହେବା ନେଇ ଆଲର୍ଟ ଜାରି ହୋଇଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।। ଆଜି ଓ ଆସନ୍ତା କାଲି କନ୍ଧମାଳ, କୋରାପୁଟ(Koraput), ଝାରସୁଗୁଡ଼ା,  ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ(Dhenkanal), ନୟାଗଡ଼ ଓ ସୁନ୍ଦରଗଡ଼ ଏଭଳି ୮ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
 
7.Bobby Mishra: ଓଲିଉଡ଼ ଛାଡିଲେ ବବି ମିଶ୍ର। ଏନେଇ ନିଜେ ବବି ସୂଚନା ଦେଇଛନ୍ତି। ବବି କହିଛନ୍ତି କି ଓଲିଉଡ଼ରେ ନିରାଶ ହେବା ପରେ ସେ ଅନ୍ୟ ମନୋରଞ୍ଜନ ଶିଳ୍ପରେ କାର୍ଯ୍ୟ କରିବା ଆରମ୍ଭ କରିସାରିଛନ୍ତି। ସେଥିପାଇଁ ଓଲିଉଡ଼ ସିନେ ଆସୋସିଏସନରୁ ଓହରି ଯାଇଛନ୍ତି। ସେ ହିନ୍ଦୀ ସିନେମା କରୁଥିବା ନେଇ ବବି ସୂଚନା ପ୍ରଦାନ କରିଛନ୍ତି। ସେଥିପାଇଁ ନିଜେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହିନ୍ଦୀ ସିନେମାରେ ସେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।
 
8.Puri News: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ। ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ନେଇ ମହାପ୍ରଭୁଙ୍କ ଦରକାର କରାଇଥିଲେ। ମହାପ୍ରଭୁଙ୍କ ଦର୍ଶନ କରି ସେ ଖୁସି ପ୍ରକଟ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ ଓଡିଶା ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ଓଡିଶାର ସାମଗ୍ରିକ ବିକାଶ ଦିଗରେ ସହାୟକ ହେବ ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଓଡିଶାର ବିକାଶର କାର୍ଯ୍ୟଧାରା କିଭଳି ଆଗେଇବ ତାକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଭିନ୍ନଭିନ୍ନ ପ୍ଲାଟଫର୍ମରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିଥିବା ସେ କହିଛନ୍ତି। 
 
9.Venkatesh Daggubati Case: ରବିବାର ଦିନ ହାଇଦ୍ରାବାଦ ପୋଲିସ ଏକ ହୋଟେଲ ବେଆଇନ ଭାଙ୍ଗିବା ଅଭିଯୋଗରେ ପ୍ରସିଦ୍ଧ ତେଲୁଗୁ ଷ୍ଟାର୍ ଭେଙ୍କଟେଶ ଦଗ୍ଗୁବତୀ ଏବଂ ତାଙ୍କ ପରିବାରର ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭେଙ୍କଟେଶଙ୍କ ବ୍ୟତୀତ ଫିଲ୍ମ 'ବାହୁବଳୀ'ରେ ଭିଲେନ ଭୂମିକାରେ ଅଭିନୟ କରିଥିବା ତାଙ୍କ ପୁତୁରା ରାଣା ଦଗ୍ଗୁବତୀ, ତାଙ୍କ ବାପା ତଥା ଚଳଚ୍ଚିତ୍ର ନିର୍ମାତା ସୁରେଶ ଦଗ୍ଗୁବତୀ ଏବଂ ଭାଇ ଅଭିରାମ ଡଦଗ୍ଗୁବତୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। 
 
10.IPL 2025: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ (IPL-2025) ପାଇଁ ପଞ୍ଜାବ କିଙ୍ଗସ୍ (PBKS) ନିଜର କ୍ୟାପଟେନ୍ ଘୋଷଣା କରିଛି। ପଞ୍ଜାବ କିଙ୍ଗସ୍ ଏକ ନୂଆ ଢଙ୍ଗରେ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି। ବିଗ୍ ବସ୍ ୧୮ର ୱିକେଣ୍ଡ୍ କା ଭାର୍ ଏପିସୋଡ୍ ସମୟରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଭାବରେ ଶ୍ରେୟସ୍ ଆୟରଙ୍କ ନାଁ ଘୋଷଣା କରାଯାଇଛି।