Mahakumbha 2025: କୁମ୍ଭ ପାଇଁ ପ୍ରୟାଗରାଜକୁ ପୂର୍ବତଟ ରେଳବାଇ ଚଳାଇବ ୭ଟି ଟ୍ରେନ, ଚାଲିବ ବସ
Advertisement
Article Detail0/zeeodisha/odisha2598855

Mahakumbha 2025: କୁମ୍ଭ ପାଇଁ ପ୍ରୟାଗରାଜକୁ ପୂର୍ବତଟ ରେଳବାଇ ଚଳାଇବ ୭ଟି ଟ୍ରେନ, ଚାଲିବ ବସ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ ମହାକୁମ୍ଭ-୨୦୨୫ ୧୩ ଜାନୁଆରୀ ସୋମବାର ଠାରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଆଜି ମହାକୁମ୍ଭର ପ୍ରଥମ ରାଜକୀୟ ସ୍ନାନ ଅର୍ଥାତ୍ ଅମୃତ ସ୍ନାନ। ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ପାଇଁ ଦେଶ ଏବଂ ବିଶ୍ୱରୁ ପ୍ରାୟ ୩୫ ରୁ ୪୦ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜକୁ ଆସିବାର ଆଶା କ

Mahakumbha 2025: କୁମ୍ଭ ପାଇଁ ପ୍ରୟାଗରାଜକୁ ପୂର୍ବତଟ ରେଳବାଇ ଚଳାଇବ ୭ଟି ଟ୍ରେନ, ଚାଲିବ ବସ

Mahakumbha 2025: ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ ମହାକୁମ୍ଭ-୨୦୨୫ ୧୩ ଜାନୁଆରୀ ସୋମବାର ଠାରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଆଜି ମହାକୁମ୍ଭର ପ୍ରଥମ ରାଜକୀୟ ସ୍ନାନ ଅର୍ଥାତ୍ ଅମୃତ ସ୍ନାନ। ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ପାଇଁ ଦେଶ ଏବଂ ବିଶ୍ୱରୁ ପ୍ରାୟ ୩୫ ରୁ ୪୦ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜକୁ ଆସିବାର ଆଶା କରାଯାଉଛି। ଏହି ଭକ୍ତମାନେ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ସ୍ଥଳରେ ବୁଡ ପକାଇବେ। ଏହା ସହିତ, ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ କୂଳରେ ମହାକୁମ୍ଭର ପ୍ରାଚୀନ କଳ୍ପବାସ ପରମ୍ପରା ମଧ୍ୟ ପ୍ରଦର୍ଶନ କରିବେ। ମହାକୁମ୍ଭ ୨୦୨୫ର ପ୍ରଥମ ରାଜକୀୟ ସ୍ନାନ ସୋମବାର, ୧୩ ଜାନୁଆରୀରେ ହେଉଛି। ଏହା ପୌଷ ପୂର୍ଣ୍ଣିମାରେ ଘଟୁଛି। ପୂର୍ଣ୍ଣିମା ତିଥି ଜାନୁଆରୀ ୧୩ ତାରିଖ ଅର୍ଥାତ୍ ସକାଳ ୫ଟା ୩ ମିନିଟରେ ଆରମ୍ଭ ହେବ। ଜାନୁଆରୀ ୧୪ ତାରିଖ ସକାଳ ୩ଟା ୫୬ମିନିଟ ପର୍ଯ୍ୟନ୍ତ ଏହା ଜାରି ରହିବ। ଏହି ଶୁଭ ସମୟରେ ପ୍ରଥମ ରାଜକୀୟ ସ୍ନାନ ଦିନ ଆପଣ ପବିତ୍ର ସଙ୍ଗମରେ ବୁଡ଼ ପକାଇପାରିବେ।

ପ୍ରୟାଗରାଜକୁ ଗଡିଲା ବସ
ତୀର୍ଥରାଜ ପ୍ରୟାଗରାଜ କୁମ୍ଭମେଳା-୨୦୨୫ ଆରମ୍ଭ ହୋଇ ଯାଇଛି। ସାଧୁସନ୍ଥମାନେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବା ଆରମ୍ଭକରିଛନ୍ତି। ଏଥି ସହିତ ଦେଶ-ବ‌ିଦେଶରୁ ଜୁଟିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରଦ୍ଧାର ବୁଡ଼ ପକାଉଛନ୍ତି। ଆସନ୍ତା ଫେବ୍ରୁଆରି ୨୬ ତାରିଖ ଯାଏଁ ଜାରି ରହିବାକୁ ଥିବା ପବିତ୍ର କୁମ୍ଭମେଳା ପାଇଁ ଓଡ଼ିଶା ସରକାର ମଧ୍ୟ ଭକ୍ତମାନଙ୍କର ଆବଶ୍ୟକତା ଉପରେ ନଜର ରଖିଛନ୍ତି। କୁମ୍ଭ ସ୍ଥଳରେ କିପରି ଶ୍ରଦ୍ଧାଳୁମାନେ ସହଜରେ ପହଞ୍ଚିପାରିବେ ସେନେଇ ରାଜ୍ୟ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ଟି ଅତ୍ୟାଧୁନିକ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ପରିବହନ ନିଗମର ଏହି ପ୍ରିମିୟମ ବସ ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବାହାରି ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ। ଆବଶ୍ୟକ ହେଲେ ଆହୁରି ଅଧିକ ବସର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ରବିବାରଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ପତାକା ଦେଖାଇ ଏହି ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ୨୫୦୦ କିଲୋମିଟରରୁ ଅଧିକ ଲମ୍ବା ଯାତ୍ରାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଦିନରେ ଓଡିଶାରୁ ୨୦୦ ଶ୍ରଦ୍ଧାଳୁ ଯାଇଛନ୍ତି। ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟରେ ୫୦ ପ୍ରତିଶତ ରିଆତି ରହିଛି। ବସରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଇଭ ଭେଇକିଲ ଟ୍ରାକିଂ, ପାନିକ ବଟନ ଏବଂ ଡ୍ରାଇଭର ଆସିଷ୍ଟାନ୍ସ  ରହିଛି। ଯାତ୍ରୀମାନେ ୧୮୦୦୩୪୫୧୧୨୨କୁ କଲ କରିପାରିବେ କିମ୍ବା ୭୮୪୯୦୫୨୨୦୫ ନମ୍ବରରେ ହ୍ୱାଟସଆପ କରି ହେଲ୍ପଡେସ୍କର ସୁବିଧା ନେଇପାରିବେ। ଏହି ଅବସରରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ କହିଥିଲେ ଏହି ବସ ସେବା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଓଏସଆରଟିସି ୱେବସାଇଟ, ଓଏସଆରଟିସି ମୋବାଇଲ ଆପ କିମ୍ବା ନିକଟତମ ଓଏସଆରଟିସି ଟିକେଟ କାଉଣ୍ଟରରେ ଆଡଭାନ୍ସ ଟିକେଟ ବୁକିଂ କରାଯାଇପାରିବ। 

କୁମ୍ଭମେଳାକୁ ଓଡ଼ିଶାରୁ ଗଡ଼ିବ ୭ଟି ସ୍ବତନ୍ତ୍ର ଟ୍ରେନ୍‌
ଭୁବନେଶ୍ୱର: ତୀର୍ଥରାଜ ପ୍ରୟାଗରାଜ କୁମ୍ଭମେଳା-୨୦୨୫ ଆରମ୍ଭ ହୋଇ ଯାଇଛି। ସାଧୁସନ୍ଥମାନେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବା ଆରମ୍ଭକରିଛନ୍ତି। ଏଥି ସହିତ ଦେଶ-ବ‌ିଦେଶରୁ ଜୁଟିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରଦ୍ଧାର ବୁଡ଼ ପକାଉଛନ୍ତି। ଆସନ୍ତା ଫେବ୍ରୁଆରି ୨୬ ତାରିଖ ଯାଏଁ ଜାରି ରହିବାକୁ ଥିବା ପବିତ୍ର କୁମ୍ଭମେଳା ପାଇଁ ଓଡ଼ିଶା ସରକାର ମଧ୍ୟ ଭକ୍ତମାନଙ୍କର ଆବଶ୍ୟକତା ଉପରେ ନଜର ରଖିଛନ୍ତି। ଓଡ଼ିଶା ସରକାର ରାଜ୍ୟରୁ ପ୍ରୟାଗରାଜ ପାଇଁ ଯାତ୍ରୀବାହୀ ବସ୍‌ର ଶୁଭାରମ୍ଭ କରିଥିବା ବେଳେ ପୂର୍ବତଟ ରେଳବାଇ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ଚଳାଉଛନ୍ତି। 

ପୂର୍ବତଟ ରେଳପଥର ପକ୍ଷରୁ କୁହାଯାଇଛି ଯେ, କୁମ୍ଭମେଳା ପାଇଁ ୭ଟି ସ୍ପେଶାଲ ଟ୍ରେନ୍‌ ଗଡ଼ିବ। କୁମ୍ଭମେଳା ଯିବାକୁ ଭୁବନେଶ୍ୱର-ତନ୍ଦୁଲା-ଭୁବନେଶ୍ୱର କୁମ୍ଭମେଳା ସ୍ପେଶାଲ ଟ୍ରେନ୍ ଗଡ଼ିବ। ଏହି ଟ୍ରେନଟି ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲ୍ଲା ଦେଇ ଯିବ। ଟିଟିଲାଗଡ଼-ତନ୍ଦୁଲା-ଟିଟିଲାଗଡ଼ କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଦେଇ ଯାତ୍ରା କରିବ। ବିଶାଖାପାଟଣା-ଡିଡିୟୁ-ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହା ରାୟଗଡ଼ା, ବଲାଙ୍ଗିର ଓ ନୂଆପଡ଼ା ଦେଇ ଯିବ। ବିଶାଖାପାଟଣା-ଗୋରଖପୁର- ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଦେଇ ଯାତ୍ରା କରିବ।ତିରୁପତି-ବନାରସ- ତିରୁପତି କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ରାୟଗଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲ ଦେଇ ଯାତ୍ରା କରିବ। ଏନଏସ-ବନାରସ୍‌-ଏନଏସ କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ରାୟଗଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ଯାତ୍ରା କରିବ।

ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ନିମନ୍ତ୍ରଣ
ପ୍ରୟାଗରାଜରେ ଆରମ୍ଭ ହେଉଥିବା ମହାକୁମ୍ଭରେ ଯୋଗଦେବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିକଟରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରୁ ନିମନ୍ତ୍ରଣ ଆସିସାରିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ମୋହନ ମାଝୀଙ୍କୁ ନିମନ୍ତ୍ରଣ ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସେଠାକାର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ ରାଜଭର ଏବଂ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଶର୍ମା ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟି ମହାକୁମ୍ଭରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ଉତ୍ତର ପ୍ରଦେଶର ଏହି ମନ୍ତ୍ରୀ ଦ୍ୱୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଗଙ୍ଗା ଜଳରେ ପୂର୍ଣ ଏକ ଶୁଭ କଳସ ଓ ମହାକୁମ୍ଭର ଏକ ଲୋଗୋ ପ୍ରଦାନ କରିଥିଲେ। ଏହି ସମୟରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ। ଜାନୁଆରୀ ୧୩ରୁ ଫେବୃଆରୀ ୨୬ ଯାଏଁ ଚାଲିବ ଏହି ମହାକୁମ୍ଭ ମେଳା। ଉତ୍ତରପ୍ରଦେଶର ସଂଗମ ନଗରୀରେ ହେବାକୁ ଥିବା ଏହି କୁମ୍ଭମେଳାରେ ଭକ୍ତମାନେ ଗୋଟିଏ ସ୍ଥାନରେ ହିଁ ଦ୍ୱାଦଶ ଜ୍ୟେତିଲିଙ୍ଗ ଦର୍ଶନ କରିପାରିବେ।