Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1921676

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକିରେ ପଢି ନିଅନ୍ତୁ ସକାଳର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

1.ମହାନଦୀ ଜଳ ବିବାଦ ଶୁଣାଣି: ଓଡ଼ିଶା-ଛତିଶଗଡ଼ ଭିତରେ ଥିବା ମହାନଦୀ ଜଳ ବିବାଦର ସମାଧାନ ଲାଗି ଆଜି ଟ୍ରିବ୍ୟୁନାଲ୍‍ ଶୁଣାଣି କରିବେ। ଏହାରି ଭିତରେ ନୂଆ ସାକ୍ଷୀ ତାଲିକା ଦାଖଲ କରାଯାଇଛି। ଆଜି ଟ୍ରିବ୍ୟୁନାଲ୍‍ ଏହି ତାଲିକା ଗ୍ରହଣ କରିପାରନ୍ତି। ଏହା ସହ ପୂର୍ବ ନିର୍ଦ୍ଧାରିତ ତାଲିକା ଅନୁସାରେ ସାକ୍ଷ୍ୟ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। 

2.ଲଦାଖରେ ରାମେଶ୍ୱରମ ଭଳି ସମୁଦ୍ର: ସମୁଦ୍ର ପତ୍ତନଠାରୁ ୧୮ ହଜାର ଉଚ୍ଚରେ ଥିବା ଲଦାଖର ବର୍ତ୍ତସିରେ ଦିନେ ସମୁଦ୍ର ଥିଲା। ଏହା ପୁଣି ରାମେଶ୍ୱରମ ଓ ଆଣ୍ଡାମାନ ନିକୋବରର ଉପକୂଳ ଭଳି ବିଶାଳ। ଏଭଳି ଦାବି କରିଛନ୍ତି ଜୀବାସ୍ମ ଅନୁସନ୍ଧାନକାରୀ ଭୂତତ୍ତ୍ବବିତ ରିତେଶ ଆର୍ଯ୍ୟ। ସେ ଏଠାରୁ ପ୍ରବାଳ ଜୀବାସ୍ମ ଠାବ କରି ଏହାର ଅନୁସନ୍ଧାନ କରିବା ପରେ ଏ ବିଷୟ ଜଣାଇଛନ୍ତି। ଏପରି ତଥ୍ୟ ଜଳବାୟୁ ପରିବର୍ତ୍ତନକୁ ସ୍ପଷ୍ଟ କରୁଛି। 

3.୨ ରାଜ୍ୟର ନୂଆ ରାଜ୍ୟପାଳ: ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ଘୋଷଣା କରାଯାଇଛି। ଝାଡ଼ଖଣ୍ଡର ପୂର୍ବତନ  ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ରାଷ୍ଟ୍ରପତି ମନୋନୀତ କରିଛନ୍ତି। ସେ ଦାୟିତ୍ୱ ନେବା ପରଠାରୁ ତାଙ୍କ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ତାଙ୍କ ଅଙ୍କ ଗଣନା ହେବ। ଠିକ୍‍ ସେହିଭଳି ତେଲେଙ୍ଗାନା ବିଜେପି ସଭାବତି ଇନ୍ଦ୍ରସେଣ ରେଡ୍ଡୀ ନାଲୁଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ମେନାନୀତ କରାଯାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହା କୁହାଯାଇଛି। 

4.ନଟ୍‍ ଏ ବଟ୍‍ : ଟ୍ୱିଟର ଏକ ନୂଆ ଫିଚର୍‍ ସଂଯୋଗ କରିବାକୁ ଯାଉଛି। ଏହି କ୍ରମରେ ନୂଆ ୟୁଜରଙ୍କୁ ବର୍ଷକୁ ୧ ଡଲାର ଫି’ ଦେବାକୁ ପଡ଼ିବ। ‘ନଟ୍‍ ଏ ବଟ’ କାର୍ଯ୍ୟକ୍ରମ ଅନୁସାରେ ନିଜକୁ ଜଣେ ବଟ୍‍ ନୁହନ୍ତି ବୋଲି ଘୋଷଣା କରିବା ସହ ଏହି ଫି’ ଦାଖଲ କରିବାକୁ ହେବ। 

5.ଭାରତ ବନାମ ବାଂଲାଦେଶ: ଆଜି ବିଶ୍ୱକପ୍‍ କ୍ରିକେଟରେ ଭାରତ ଓ ବାଂଲାଦେଶ ଭିତରେ ମ୍ୟାଚ ହେବ।   ଆଜିର ମ୍ୟାଚ୍‍ ରେ ବିଜୟ ହେଲେ ଭାରତ ପଏଣ୍ଟ ଟେବଲ୍‍ ରେ ପୁଣିଥରେ ଅପରାଜେୟ ହୋଇ ଶୀର୍ଷ ସ୍ଥାନ ଦଖଲ କରିବ। ଏହି ମ୍ୟାଚ୍‍ ମୁମ୍ବାଇରେ ଅନୁଷ୍ଠିତ ହେବ। ଦିନ ଦୁଇଟାରୁ ଏହି ମ୍ୟାଚ ଆରମ୍ଭ ହେବ। ଏହା ବିଶ୍ୱକପ୍‍ କ୍ରିକେଟ୍‍ର ୧୭ତମ ମ୍ୟାଚ୍‍। 

6.୨୦ରୁ ବସ୍‍ ବନ୍ଦ: ସରକାରଙ୍କ ପ୍ରତାରଣା ପରେ ଘରୋଇ ବସ୍‍ ମାଲିକ ସଂଘ ପୁଣିଥରେ ଆନ୍ଦୋଳନ ଧମକ ଦେଇଛନ୍ତି। ‘ଲକ୍ଷ୍ମୀ’  ଓ ‘ମୋ ବସ୍‍’ ଯୋଜନାକୁ ବିରୋଧ କରି ଘରୋଇ ବସ୍‍ ମାଲିକ ୨୦ରୁ ସାରା ରାଜ୍ୟରେ ବସ୍‍ ଚଳାଚଳ ବନ୍ଦ କରିବେ ବୋଲି କହିଛନ୍ତି। ଗତ ୧୦ ତାରିଖରେ ଏହି ବନ୍ଦ ଡାକରା ଦିଆଯାଇଥିଲା, ହେଲେ ପ୍ରତିଶୃତି ପୂରଣ ନ ହୋଇଥିବାରୁ ପୁଣି ଆନ୍ଦୋଳନ ରାସ୍ତା ବାଛିଛି ସଂଘ। 

7.ପ୍ରତି ସପ୍ତାହରେ ନୂଆ ବିମାନ: ଏୟାର ଇଣ୍ଡିଆ ଓ ଏୟାର ଏସିଆ  ସମ୍ମିଶ୍ରଣ ପରେ ଏହା ସମ୍ପ୍ରସାରଣକୁ ଧ୍ୟାନ ଦେଇଛି। ୨୦୨୪ ଶେଷ ସୁଦ୍ଧା ଏହି ବିମାନ କମ୍ପାନୀ ପ୍ରତି ସପ୍ତାହରେ ଗୋଟିଏ ନୂଆ ବିମାନ ସେବାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ଦିଆଯାଇଛି। ଏହି ଶ୍ରେଣୀରେ ଏୟାର ଇଣ୍ଡିଆ ୧୯୦ଟି  ବୋଇଂ ୭୩୭ ବିମାନ  କିଣିଛି। 

8.୬ ଶସ୍ୟ ପାଇଁ ଏମ୍‍ଏସ୍‍ପି ବୃଦ୍ଧି:  କେନ୍ଦ୍ର ସରକାର ୬ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହିକ୍ରମରେ ଶୋରିଷ, ମସୁର, ଗହମ, ବାର୍ଲି, ସୂର୍ଯ୍ୟମୁଖୀ ଓ ବୁଟ ପାଇଁ ସହାୟକ ମୂଲ୍ୟ ବୃଦ୍ଧି ପାଇଛି। ଶୋରିଷ ମୂଲ୍ୟରେ କ୍ୱିଣ୍ଟାଲ୍‍ ପିଛା ୨୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ମସୁର ୪୨୫ ଟଙ୍କା, ଗହମ ୧୫୦ ଟଙ୍କା, ବାର୍ଲି ୧୧୫ ଟଙ୍କା, ସୂର୍ଯ୍ୟମୁଖୀ ୧୫୦ ଟଙ୍କା ଏବଂ ବୁଟ କ୍ୱିଣ୍ଟାଲ୍‍ ପ୍ରତି ୧୦୫ ଟଙ୍କା ବୃଦ୍ଧି ପାଇଛି।  

9.୪୬ ପ୍ରତିଶତ ହେଲା ଡିଏ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇଛି। ଏବେ ସେମାନେ ପାଉଥିବା ମହଙ୍ଗାଭତ୍ତା ୪୨ ପ୍ରତିଶତକୁ ବଢ଼ାଯାଇ ୪୬ ପ୍ରତିଶତ କରାଯାଇଛି। କେନ୍ଦ୍ର କ୍ୟାବିନେଟ୍‍ ଏହି ନିଷ୍ପତ୍ତି ନେଇଛି।  

10.ଗାଜା ପାଇଁ ଆମେରିକାର ସହାୟତା: ଆମରିକା ସରକାର ଗାଜା ଷ୍ଟ୍ରିପରେ ମାନବିକ ସହାୟତା ଲାଗି ୧୦ କୋଟି ଡଲାର ସହାୟତା ଘୋଷଣା କରିଛନ୍ତି।  ଗାଜା ହସ୍‍ପିଟାଲ୍‍  ଉପରେ ଆକ୍ରମଣ ପାଇଁ  ଇସ୍ରାଏଲକୁ ଦୋଷମୁକ୍ତ କରିବା ସହ ଏହି ଘୋଷଣା କରିଛନ୍ତି ରାଷ୍ଟ୍ରପତି। ଅପରପକ୍ଷେ ଇସ୍ରାଏଲ୍‍ ପକ୍ଷରୁ ଗାଜାରେ ମାନବିକ ସହାୟତା ପ୍ରଦାନ ଲାଗି ଇଜିପ୍ଟକୁ ଅନୁମତି ପ୍ରଦାନ କରାଯାଇଛି।