Top 10 Afternoon News Headlines: ଅପରାହ୍ଣର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1932743

Top 10 Afternoon News Headlines: ଅପରାହ୍ଣର ୧୦ ବଡ଼ ଖବର

Top 10 News Headlines: ସଂକ୍ଷପରେ ଜାଣନ୍ତୁ ଦିନର ୧୦ଟି ମୁଖ୍ୟ ଖବର

Top 10 Afternoon News Headlines: ଅପରାହ୍ଣର ୧୦ ବଡ଼ ଖବର

Top 10 News Headlines

1. ବିକ୍ରମ ଅବତରଣ ସମୟରେ ୨ଟନ ଧୂଳି: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ସମୟରେ ୨.୦୬ ଟନ୍‍ ଧୂଳି ଉଡ଼ିଥିଲା। ଯାହା ୧୦୮.୩ ବର୍ଗ ମିଟର ଅଞ୍ଚଳକୁ ଘୋଡ଼ାଇ ରଖି ଥିଲା ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି। ଏହି ଧୂଳିକୁ ବୈଜ୍ଞାନିକଙ୍କ ଭାଷାରେ ‘ଇଜେକ୍ଟିକା ହାଲୋ’ ବୋଲି କୁହାଯାଉଛି। ଏହି ଧୂଳି ଚନ୍ଦ୍ରପୃଷ୍ଠର ମୃତ୍ତିକା ବିଷୟରେ ଗବେଷଣା ପାଇଁ ବିଶେଷ ସହାୟକ ହେବ ବୋଲି ଆଶା କରାଯାଇଛି। 

2. ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା: ବିଶ୍ୱକପ୍‍ କ୍ରିକେଟର ୨୬ତମ ମ୍ୟାଚ୍‍ରେ ଆଜି ପାକିସ୍ତାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳୁଛି। ଟସ୍‍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନେଇଛି।  ପାକିସ୍ତାନ ୫ଟି ମ୍ୟାଚରୁ ୩ଟିରେ ପରାଜିତ ହୋଇଛି। ଦକ୍ଷିଣ ଆଫ୍ରିକାକୁ ୫ଟି ମ୍ୟାଚ୍‍ରୁ ୪ଟିରେ ବିଜେତା ଘୋଷଣା କରାଯାଇଛି। ୧୯ ଓଭର ସୁଦ୍ଧା ପାକିସ୍ତାନ ୩ଟି ଓ୍ୱିକେଟ୍‍ ବିନିମୟରେ ୯୭ ରନ୍‍ ସଂଗ୍ରହ କରିଛି। 

3. ୩୧ରେ ହାଜର ହେବେନି ମହୂଆ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାର ତଦନ୍ତ କରୁଥିବା ଲୋକସଭାର ଏଥିକ୍ସ କମିଟି ଦ୍ୱାରା ସମନ୍‍ ହୋଇଥିବା ସାଂସଦ ମହୂଆ ମୈତ୍ର ୩୧ ତାରିଖରେ ହାଜର ହୋଇପାରିବେ ନାହିଁ। ଦୁର୍ଗାପୂଜା ଅବସରରେ ବିଭିନ୍ନ ବୈଠକରେ ଯୋଗଦେବା ଲାଗି ତାଙ୍କର ଆଗୁଆ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ସେ ୫ ତାରିଖ ପରେ ଯେ କୌଣସି ତାରିଖରେ ଦିଲ୍ଲୀରେ ଏଥିକ୍ସ କମିଟି ଆଗରେ ଉପସ୍ଥିତ ହେବେ ବୋଲି ଜଣାଇଛନ୍ତି। 

4. ପିଆଜ ଦର ବୃଦ୍ଧି: ବଜାରରେ ୧୫ ଟଙ୍କା ବଢ଼ିଛି ପିଆଜ ଦର। ଏହାଦ୍ୱାରା ଭୁବନେଶ୍ୱରରେ ଖୁଟି ବଜାରରେ ଦର ୫୫ରୁ ୬୦ ଟଙ୍କାରେ ପହଞ୍ଚିଛି। ନିୟମିତ ଭାବେ ଆନ୍ଧ୍ର ଓ କର୍ଣ୍ଣଟକରୁ ଓଡ଼ିଶାକୁ ପିଆଜ ଆସିଥାଏ। କିନ୍ତୁ ଏବେ ନାସିକ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଦର ବଢ଼ୁଥିବା କହିଛନ୍ତି ବ୍ୟବସାୟୀ। 

5. ଭୋଟର ତାଲିକା ସଂଶୋଧନ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆଜିଠାରୁ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ଡିସେମ୍ବର ୯ ତାରିଖ ଯାଏ ଚାଲିବ। ଯେଉଁମାନଙ୍କ ନାଁ, ଠିକଣା କିମ୍ବା ତଥ୍ୟ, ଫଟୋ ବାବଦରେ କିଛି ସଂଶୋାଧନ ଆବଶ୍ୟକ ରହିଛି ସେମାନେ ଏହାର ଫାଇଦା ନାଇପାରିବେ। ଏହା ସହ ନାମ ପଞ୍ଜିକରଣ କରିବା, ନାମ କାଟିବା ପାଇଁ ମଧ୍ୟ ଆବେଦନ କରାଯାଇପାରିବ। ନଭେମ୍ବର ମାସରେ ୪ଟି ସ୍ୱତନ୍ତ୍ର ପ୍ରଚାର ଦିବସ ଆୟୋଜନ କରାଯାଇଛି। ଏହି ସମୟରେ ବୁଥସ୍ତରୀୟ ଅଧିକାରୀ ବୁଥରେ ଉପସ୍ଥିତ ରହି ବିଭିନ୍ନ ଆବେଦନକୁ ନିଜେ ଗ୍ରହଣ କରିବେ। 

6. ଆସନ୍ତା କାଲି ଚନ୍ଦ୍ରଗ୍ରହଣ: ୨୮  ମଧ୍ୟରାତ୍ରୀରେ ଭାରତ ଆକାଶରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ। ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆା, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତରପୂର୍ବ ଉତ୍ତର ଆମେରିକା, ଭାରତ ମହାସାରକ, ଆଟ୍‍ଲାଣ୍ଟିକ୍‍ ମହାସାଗର, ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏହି ଗ୍ରହଣ ଦେଖାଦେବ। ରାତି ୧ଟା ୫ ମିନିଟ୍‍ ସମୟରୁ ଚନ୍ଦ୍ରଗ୍ରହଣ ଆାମ୍ଭ ହେବ। ୧ ଘଣ୍ଟା ୧୯ ମିନିଟ୍‍ ସମୟ ଏହି ଗ୍ରହଣ ଲାଗି ରହିବ ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

7. ମହିଳା ଓ ଟ୍ରାନ୍ସଜେଣ୍ତର ଜଗିବେ ବୁଥ: ନକ୍ସଲ ପ୍ରଭାବିତ ଛତିଶଗଡ଼ର ବସ୍ତର ଅଞ୍ଚଳର ୩୫ ବୁଥକୁ ମହିଳା କମାଣ୍ଡୋ ସୁରକ୍ଷା ଦେବେ। ଏହାସହ ଆଉ ଏକ ବୁଥରେ କେବଳ ଟ୍ରାନ୍ସଜେଣ୍ଡର ପୁଲିସ ଅଧିକାରୀ ନିୟୋଜିତ ହେବେ। ଏହି ଅଞ୍ଚଳରେ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠା ତଥା ଏହି ଭାବନାକୁ ପ୍ରୋତ୍ସାହନ ଦେବା ଲାଗି ଏପରି ଉଦ୍ୟମ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରେ ଭୋଟ୍‍ଗ୍ରହଣ ହେବ। 

8. ଆଇଆଇଆଇଟିଏମରେ ପ୍ରଥମ ଦୃଷ୍ଟିବାଧିତ ଛାତ୍ରୀ: ପ୍ରଥମଥର ପାଇଁ ଜଣେ ଦୃଷ୍ଟି ବାଧିତଙ୍କୁ ଭାରତର ଏକ ପ୍ରମିୟର ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଆଇଟିଏମ- ଲକ୍ଷ୍ନୌରେ ପାଠ ପଡ଼ିବାର ସୁଯୋଗ ମିଳିଛ। ୧୯ ବର୍ଷୀୟା ଏହି ଛାତ୍ରୀଙ୍କ ନାଁ ଭୂବିକା ଅଗ୍ରଓ୍ୱାଲ। ସେ ନିଜର କଳ୍ପନା ଶକ୍ତି ଓ ପ୍ରଯୁକ୍ତି ବଳରେ ଜେଇଇ ମେନ୍‍ସ ସଫଳତାର ସହ ପାସ୍‍ କରି ଆଡ୍‍ମିଶନ ସୁଯୋଗ ପାଇଛନ୍ତି। 

9. ୨୩ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା:  ଏବର୍ଷ ନଭେମ୍ବର ୨୩ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଗ୍ରହୀ ବରିଷ୍ଠ ନାଗରିକଙ୍କୁ ମାଗଣାରେ ତୀର୍ଥଯାତ୍ରା କରାଇବା ଯୋଜନା ଆରମ୍ଭ ହେବ। ଏଥିଲାଗି ନଭେମ୍ବର ପହିଲାରୁ ଆବେଦନ ଗ୍ରହଣ କରାଯିବ। ନଭେମ୍ବର ୧୦ ସନ୍ଧ୍ୟା ସାଢ଼େ ୫ଟା ଯାଏ ଆବେଦନ ଗ୍ରହଣ କରାଯିବ। ଏଥିପାଇଁ ଯୋଗ୍ୟ ତଥା ଆଗ୍ରହୀ ବରିଷ୍ଠ ନାଗରିକମାନେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ୯ଟି ପର୍ଯ୍ୟାୟରେ ରାଜ୍ୟର ୫ଟି ଷ୍ଟେସନ୍‍ରୁ ଏହି ଯାତ୍ରା ଆରମ୍ଭ ହେବ। ଆଇଆରସିଟିସି ମାଧ୍ୟମରେ ରାଜ୍ୟ ସରକାର ଏହି ଯୋଜନାକୁ ପରିଚାଳନା କରୁଛନ୍ତି, ଯେଉଁଥିପାଇଁ ସରକାର ପ୍ରତି ଯାତ୍ରୀଙ୍କ ପାଇଁ ୧୬୮୦୦ ଟଙ୍କା ଖର୍ଚ୍ଚ କରିବେ। 

10. କଟକ ଜିଲ୍ଲାପାଳ ଅଫିସରେ ହାଇଡ୍ରାମା: କଟକର ଜିଲ୍ଲାପାଳ ଭବାନୀଶଙ୍କର ଚଇନିଙ୍କୁ ହଠାତ୍‍ ତିନି ଘଣ୍ଟାମ ଧ୍ୟରେ ବଦଳି କରାଯାଇଛି। ବଦଳି ପରେ ତୁରନ୍ତ ଦାୟତ୍ୱ ଗ୍ରହଣ କରିବାକୁ ନୂତନ ଜିଲ୍ଲାପାଳ ନିଯୁକ୍ତ ନରହରି ସେଠୀ ପହଞ୍ଚିବା ପରେ ପରିସ୍ଥିତି ଗମ୍ଭୀର ହୋଇଥିଲା। ଏମିତି କି ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଦାୟିତ୍ୱ ନନେଇ ନୂତନ ଜିଲ୍ଲାପାଳଙ୍କୁ ଦେଖିବାକୁ ମିଳିଥିଲା। ପରିସ୍ଥିତିରେ ନୂତନ ମୋଡ଼ ନେଇଥିଲା ଯେତେବେଳେ ନୂତନ ଜିଲ୍ଳାପଳଙ୍କୁ ଏକ ଫୋନ୍‍ ଆସିଥିଲା ଆଉ ଦାୟିତ୍ୱ ହସ୍ତାନ୍ତରଣ ସ୍ଥଗିତ କରାଯାଇଥିଲା। ସନ୍ଧ୍ୟା ସାଢ଼େ ସାତଟା ଯାଏ ଏପରି ପରିସ୍ଥିତି ପରେ ଦାୟିତ୍ୱ ହସ୍ତାନ୍ତରଣ ହୋଇଥିଲା। ହଠାତ୍‍ ଏପରି ଏକ ପରିବର୍ତ୍ତନ କଟକ ସହରରେ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି।

11. ୩୧ରେ ନୂଆ ରାଜ୍ୟପାଳ: ଓଡ଼ିଶାର ରାଜ୍ୟପାଳ ଭାବେ ଦୀର୍ଘ ସମୟ କାର୍ଯ୍ୟ କରିବାପରେ ପ୍ରଫେସର ଗଣେଶୀ ଲାଲ୍‍ ଆଜି ବିଦାୟ ନେବେ। ନୂତନ ରାଜ୍ୟପାଳ ଭାବେ ରଘୁବର ଦାସ ୩୧ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିବେ। ସେ ୨୯ ତାରିଖରେ ଓଡ଼ିଶା ପହଞ୍ଚିବେ। ତାଙ୍କ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଶପଥପାଠ କରାଇବେ।

Also Read- SBI Clerk Recruitment 2023: ସରକାରୀ ଚାକିରି ପାଇଁ ଆସୁଛି ସୁବର୍ଣ୍ଣ ସୁଯୋଗ

Also Read- Ollywood News: ମନୋଜ ମିଶ୍ରଙ୍କ ମୁଖା ଖୋଲିଲେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା !