Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1945096

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ ପ୍ରମୁଖ ଖବର...

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

1.  ବିଶ୍ୱକପ୍‍: ଆଜି ବିଶ୍ୱକପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩୭ତମ ମ୍ୟାଚ୍‍ କୋଲକତାର ଇଡେନ୍‍ଗାର୍ଡେନ ଠାରେ ଖେଳାଯିବ। ପଏଣ୍ଟ ଟେବଲ୍‍ର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ଭିତରେ ଏହି ମ୍ୟାଚ୍‍ ଖେଳାଯିବ। ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଉଭୟ ୭ଟି ଲେଖାଏଁ ମ୍ୟାଚ୍‍ ଖେଳିଛନ୍ତି। ଭାରତ ସମସ୍ତ ୭ଟିରେ ଅପରାଜୟ ରହି ପଏଣ୍ଟ ଟେବଲ୍‍ରେ ୧୪ ପଏଣ୍ଟ ହାସଲ କରିଥିବାବେଳେ ଦକ୍ଷିଣ ଆଫ୍ରିକା ୬ଟିରେ ବିଜେତା ହୋଇ ୧୨ ପଏଣ୍ଟ ହାସଲ କରିଛି। ଅପରାହ୍ଣ ଦୁଇଟାରୁ ମ୍ୟାଚ୍‍ ଆରମ୍ଭ ହେବ। ଉଭୟ ଦଳ ସେମି ଫାଇନାଲ୍‍ରେ ପ୍ରବେଶ କରିଛନ୍ତି।  

2.ନଭେମ୍ବର ୧୯ରେ ବିମାନ ବିସ୍ଫୋରଣ ଧମକ: ଏୟାର ଇଣ୍ଡିଆର କୌଣସି ବିମାନରେ ନଭେମ୍ବର ୧୯ ତାରିଖ ଦିନ ବିସ୍ଫୋରଣ କରିବାକୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କୀ ତଥା ଶିଖ୍‍ ଫର୍‍ ଜଷ୍ଟିସ୍‍ ମୁଖ୍ୟ ଗୁରୁପନ୍ତ ସିଂ ପନ୍ନୁ। ଏଣୁ କୌଣସି ଶିଖ୍‍ ଏହି ଦିନ ଏୟାର ଇଣ୍ଡିଆାରେ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି ପନ୍ନୁ। ସେ କହିଛନ୍ତି ଯେ ଏହିଦିନ ସାରା ବିଶ୍ୱରେ ଏୟାର ଇଣ୍ଡିଆକୁ ବିରୋଧ କରାଯିବ। ଏହି ଦିନ ଦିଲ୍ଲୀ ଆଇଜିଆଇ ବିମାନବନ୍ଦର ବନ୍ଦ ରଖିବାକୁ ଧମକ ଦେଇଛି ପନ୍ନୁ। ୧୯୮୫ ମସିହାରେ ଯେମିତି ଏୟାର ଇଣ୍ଡିଆାର ବୋଇଂ ୭୪୭ ବିମାନକୁ ଆକାଶରେ ଉଡ଼ାଇ ଦିଆଯାଇଥିଲା ସେହି ଭଳି ଅବସ୍ଥା ସୃଷ୍ଟି ହେବ ବୋଲି ପନ୍ନୁ ଧମକ ଦେଇଛି। 

3. ଆଉ ୫ ବର୍ଷ ମାଗଣା ଚାଉଳ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆହୁରି ୫ ବର୍ଷ ସମ୍ପ୍ରସାରିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ୮୦ କୋଟି ଲୋକ ଏହାଦ୍ୱାରା ଉପକୃତ ହୋଇ ଆସୁଛନ୍ତି। ଏଥିଲାଗି କେନ୍ଦ୍ର ସରକାର ୨ ଲକ୍ଷ କୋ ଟଙ୍କା ବର୍ଷକୁ  ଖର୍ଚ୍ଚ କରୁଛନ୍ତି। ଏଭଳି ଲୋକହିତକର ଯୋଜନା ଦ୍ୱାରା ଗରିବଙ୍କ ପାଖରେ ନିଜ ପ୍ରତିଛବିକୁ ବଜାୟ ରଖିବାରେ ପ୍ରଧନାମନ୍ତ୍ରୀ ସହାୟକ ହୋଇପାରିବେ। ଏହା ୨୦୨୪ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିପାରେ ।

4.ରାସ୍ତା ରକ୍ଷଣାବେକ୍ଷଣର ଜିଓଟ୍ୟାଗ୍‍ ଫଟୋ: ଏଣିକି ଜାତୀୟ ରାଜପଥ ମରାମତି କରିବା ନେଇ ବିଲ୍‍ ଦାଖଲ କରିବା ସମୟରେ ଠିକାଦାରଙ୍କୁ ସମ୍ପୃକ୍ତ ସ୍ଥାନର ପୂର୍ବ ଏବଂ ମରାମତି ପର ଫଟୋକୁ ପଇଠ କରିବାକୁ ପଡ଼ିବ। ଖାଲି ସେତିକି ନୁହେଁ ଏହି ଫଟୋ ଜିଓ ଟ୍ୟାଗ୍‍ ଧାରଣ କରିବା ସହ ସମୟକୁ ଉଲ୍ଳଖ କରୁଥିବା ଆବଶ୍ୟକ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଇନ୍ତି। ଠିକାଦାରମାନେ ସେମାନଙ୍କ କାମ ଠିକ୍‍ କରୁ ନଥିବା ନେଇ ଆସୁଥିବା ସାଧାରଣ ଉଦବେଗକୁ ଏହା ରୋକ୍‍ ଲଗାଇବ ବୋଲି ଆଶା କରାଯାଉଛି। 

5. ବର୍ଷକୁ ୨୦ ଲକ୍ଷ କ୍ୟାନ୍ସର ରୋଗୀ: ୨୦୪୦ ବର୍ଷ ବେଳକୁ ଭାରତରେ ପ୍ରତିବର୍ଷ ୨୦ ଲକ୍ଷ କ୍ୟାନ୍ସର ରୋଗୀଙ୍କୁ ଚିହ୍ନଟ କରାଯାଉଥିବ। ଯେଉଁ ଭଳି ଭାବେ କ୍ୟାନସର ରୋଗୀଙ୍କ ସଂଖ୍ୟା ଦେଶରେ ବଢ଼ି ଚାଲିଛି ତାହାକୁ ଅନୁଧ୍ୟାନ କରି ଭାରତୀୟ କ୍ୟାନ୍ସର କଂଗ୍ରେସ ଏହି ବୟାନ ରଖିଛନ୍ତି। ଏବେ ଦେଶରେ ବର୍ଷକୁ ୧୪ ଲକ୍ଷ କ୍ୟାନ୍‍ସର ରୋଗୀଙ୍କୁ ଚିହ୍ନଟ କରାଯାଉଛି। କିନ୍ତୁ ଦିନକୁ ଦିନ ଅତ୍ୟାଧୁନିକ ଟେକ୍ନାଲୋଜିର ପ୍ରୟାଗ ହେତୁ କ୍ୟାନ୍ସର ରୋଗୀଙ୍କୁ ଚିହ୍ନଟ କରିବା ସହଜ ହେଉଥିବା କଂଗ୍ରେସ କହିଛି। ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ସର୍ବାଧିକ କ୍ୟାନ୍ସର ରୋଗୀ ଚିହ୍ନଟ କରାଯାଉଛି। 

6.୨୧ରୁ ବିଧାନସଭାରେ ଶୀତ ଅଧିବେଶନ: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ୨୧ ତାରିଖରୁ ଆରମ୍ଭ ହେବ। ଡିସେମ୍ବର ୩୦ ତାରିଖରେ ଏହା ଶେଷ ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ ମୋଟ ୩୦ଟି କାର୍ଯ୍ୟଦିବସ ସ୍ଥିର କରାଯାଇଛି, ଯେଉଁଥିରେ ରହିଛି ୨୪ଟି ସରକାରୀ ଓ ୬ଟି ବେସରକାରୀ କାର୍ଯ୍ୟ ଦିବସ। ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ଆଳୋଚନ ଲାଗି ସୁଯୋଗ ସୃଷ୍ଟି କରିବ। ଯଦିଓ  ସରକାର ଭଙ୍ଗ ପୂର୍ବରୁ ବଜେଟ୍‍ ଅଧିବେଶନ  ରହିଛି କିନ୍ତୁ ତାହା ସଂକ୍ଷିପ୍ତ ଏବଂ କାମଚଳା ହେବ। 

7.କ୍ରୀଡ଼ା ପ୍ରତିଯୋଗୀତା ପାଇଁ ପଞ୍ଜିକରଣ:  ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକ୍‍, ଜିଲ୍ଲା ଓ ମ୍ୟୁନିସିପାଲିଟି ସ୍ତରରେ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏଥିଲାଗି ଆଜିଠାରୁ ପଞ୍ଜିକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ୨୦ ତାରିଖ ଯାଏ ଚାଲିବ। ୧୮ରୁ ୩୫ ବର୍ଷ ବୟସର  ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ଖେଳାଳି ଏଥିଲାଗି ଆବେଦନ କରିପାରିବେ। କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ଏକ ସ୍ଫତନ୍ତ୍ର ପୋର୍ଟାଲ୍‍ ଖୋଲାଯାଇଛି।  କ୍ରିକେଟ, ହକି, ଫୁଟ୍‍ବଲ, କବାଡ଼ା, ଖୋଖୋ, ଭଲିବଲ ପ୍ରଭୃତି ଖେଳରେ ଖେଳିଳି ଭାଗ ନେଇପାରିବେ। 

8. ୨୮ରେ ରତ୍ନଭଣ୍ଡାରର ଲେଜର ସ୍କାନିଂ: ରତ୍ନଭଣ୍ଡାର କାନ୍ଧ କି ପରିସ୍ଥିତିରେ ରହିଛି, ତାହା ଜାଣିବା ଲାଗି ଏଏସ୍‍ଆଇ ପକ୍ଷରୁ ଲେଜର ସ୍କାନିଂ କରାଯିବ। ଅତ୍ୟାଧୁନିକ କ୍ୟାମେରା ଓ ଟେକ୍ନୋଲୋଜି ବ୍ୟବହାର କରି ,ଏସ୍‍ଆଇ ଏହି କାର୍ଯ୍ୟ ସମ୍ପାଦନ କରିବ। ପ୍ରଥମେ ବାହ୍ୟ କାନ୍ଥ ଏବଂ ଦରକାର ପଡ଼ିଲେ ଭିତର ପଟୁ କାନ୍ଥର ସ୍କାନି କରିବା ପାଇଁ ଏଏସ୍‍ଆଇ ସରକାରଙ୍କୁ ଉଲ୍ଲଖ କରିପାରେ। 

9.ଓଡ଼ିଆ ସିନେମାକୁ ବିରୋଧ ଜାରି: ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଓଡ଼ିଆ ଭାଷା ସିନେମାକୁ ବିରୋଧ କରିବା ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ମୁକ୍ତିଲାଭ ପର ଦିନ ‘ପ୍ରଥା’ ଫିଲ୍ମକୁ ଏହାର ପ୍ରଯୋଜକ ସମସ୍ତ ୪୮ ଟି ହଲ୍‍ରୁ ଉଠାଇନେବାକୁ ବାଧ୍ୟ ହୋଇଛନ୍ତି। ଏହା ସିନେମା ନିର୍ମାଣ ଶିଳ୍ପକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରିବା ସହ ତୁରନ୍ତ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି  ପ୍ରୟୋଜକ। 

10.ନବରଙ୍ଗପୁର ଓ ମୟୂରଭଞ୍ଜରେ ପୋଲିସ ମୁଖିଆ ବଦଳିଲେ: ମୟୂରଭଞ୍ଜ ଏସ୍‌ପି ତଥା ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ବି. ଗଙ୍ଗାଧରଙ୍କୁ ରାଜ୍ୟ ସରକାର ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ନବରଙ୍ଗପୁର ଏସ୍‌ପି ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ୍‌. ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇଛି। ୨୦୧୯ ବ୍ୟାଚ୍‌ ଆଇପିଏସ୍‌ ଅଫିସର ରୋହିତ ବର୍ମାଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ବଦଳି କରାଯାଇଛି।