Top 10 News Today: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2316498

Top 10 News Today: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News Today: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

H1.ପ୍ରଥମ ଦିନରେ ୧୫୦୦ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ  କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ। ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି ।

H2. ପ୍ରଥମ ଅଭିଯୋଗରେ ଭୂମିହୀନଙ୍କୁ ଘର ଓ ଜାଗା 
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି କରିଛନ୍ତି। ସେ ପ୍ରଥମେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଆସିଥିବା ବ୍ୟକ୍ତିଙ୍କ ଅଭିଯୋଗ ଶୁଣିଛନ୍ତି। ପ୍ରଥମ ଶୁଣାଣିରେ ଅଭିଯୋଗ ନେଇ ଆସିଥିବା ଭୂମିହୀନ ବ୍ୟକ୍ତିଙ୍କୁ ଜାଗା ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

H3. ରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶକୁ ବାରଣ 
ରଥଯାତ୍ରାରେ ଶୃଙ୍ଖଳା ଓ ମହିଳା ସୁରକ୍ଷାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି। ଏଥିଲାଗି କରାଯାରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶକୁ ବାରଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତାକାଲି ଏନେଇ ପୁରୀରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କ ମତାମତକୁ ନେଇ ମହାପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା ସମାପନ ପାଇଁ ଉଦ୍ୟମ ଚାଲିଛି। ରଥଯାତ୍ରା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଆଇନଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ

H4. ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ସଂସଦରେ ହଙ୍ଗାମା
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୃହରେ ଭଗବାନ ଶିବଙ୍କ ଫଟୋ ଦେଖାଇ କହିଥିଲେ ଯେ ଆମେ ଭଗବାନଙ୍କ ଶରଣରେ ଅଛୁ। ଏହା ଆମକୁ ଏହି ପରିସ୍ଥିତିର ମୁକାବିଲା କରିବାରେ ସାହାଯ୍ୟ କଲା। ଭଗବାନ ଶିବଙ୍କ ଆଶୀର୍ବାଦ ବିଷୟରେ ସେ କହିଥିଲେ ଯେ ସେ ବିଷ ପିଇ ନୀଳକଣ୍ଠ ହୋଇଥିଲେ। ବିରୋଧୀ ଏହାଠାରୁ ଶିଖିଲେ ଓ ଆମେ ବିଷ ପିଇବାକୁ ଲାଗିଲୁ। ଭଗବାନ ଶିବଙ୍କର ତିନୋଟି ପ୍ରତୀକ ବିଷୟରେ ସେ କହିଛନ୍ତି ଯେ ତ୍ରିଶୂଳ ଆମକୁ ଅହିଂସା ବାର୍ତ୍ତା ଦିଏ। ଏହା ବ୍ୟତୀତ ତାଙ୍କ ଅଭୟ ମୁଦ୍ରାରେ ଯେଉଁଥିରେ ସେ ହାତ ଉଠାଇଛନ୍ତି ତାହା କଂଗ୍ରେସର ପ୍ରତୀକ ପରି।

H5. ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍; ୮ ଗୁରୁତର
ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ ଘଟିଛି। ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଆଇସିୟୁରେ ଥିବା ଜଣାଯାଇଛି। ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଲିକ୍ ହୋଇଥିଲା। ବିଷାକ୍ତ ଗ୍ୟାସରେ ଶ୍ୱାସ ରୁଦ୍ଧ ହୋଇ  ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।

H6. ଉଦ୍ଧାର ହେଲେ ନିଖୋଜ ଛାତ୍ର
ଢେଙ୍କାନାଳ ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା, ବନ ବିଭାଗ ପୋଲିସ ଦ୍ବାରା ସୁରକ୍ଷିତ ଉଦ୍ଧାର କରାଯାଇଛି। ଜଣେ ଲୋକାଲ ଛାତ୍ରଙ୍କ ସହ କଟକ ଅଞ୍ଚଳର ଅନ୍ୟ ଚାରିଜଣ ଛାତ୍ର ସପ୍ତଶଯ୍ୟା ବୁଲିବା ପାଇଁ ଆସିଥିଲେ। ପାହାଡ଼ ଚଢିବା ସମୟରେ ବାଟବଣା ହୋଇ ଅନ୍ୟ ଏକ ପାହାଡକୁ ଚାଲିଯାଇଥିଲେ।ପରେ ସନ୍ଧ୍ୟା ଓ ବର୍ଷା ହେବାରୁ ଆଉ ବାଟ ପାଇବା ସେମାନଙ୍କ ପାଖରେ ସମ୍ଭବ ହୋଇନଥିଲା।ଏନେଇ ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ।ଖବର ପାଇ ପୋଲିସ ଓ ବନ ବିଭାଗର ଟିମ୍ ସେମାନଙ୍କୁ ଖୋଜାଖୋଜି କରିଥିଲା।ଦୀର୍ଘ ୬ରୁ ସାତ ଘଣ୍ଟାର ପରିଶ୍ରମ ପରେ ପ୍ରାୟ ରାତି ସାଢ଼େ ଗୋଟାଏ ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

H7. ମତ୍ସ୍ୟଜୀବୀଙ୍କ ଜାଲରେ ବିରଳ ପ୍ରଜାତିର ମାଛ
ବୌଦ୍ଧ ଜିଲ୍ଲା ବୋହି ଯାଇଥିବା ମହାନଦୀରୁ ଧରାପଡ଼ିଲା ବିରାଟକାୟ ବୁଦ ମାଛ। ଏହି ବୁଦ ମାଛର ଓଜନ ପ୍ରାୟ ୪୦ କେଜି ହେବ। ମହାନଦୀରେ ମାଛ ମାରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ମାନଙ୍କ ଜାଲରେ ପଡିଛି ଏହି ମାଛ। ମହାନଦୀର ସାତକୋଶିଆରେ ଏହି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳୁଥିବା ବେଳେ ବର୍ଷା ଦିନ ହେଲେ ଉପରମୁଣ୍ଡକୁ ପଳାଇ ଆସିଥାନ୍ତି। ପୂର୍ବରୁ ମଧ୍ୟ ଏକାଧିକ ଥର ଏହି ବିରଳ ପ୍ରଜାତିର ମାଛ ଧରିଥିବା କହିଛନ୍ତି ମତ୍ସ୍ୟଜୀବୀ।

H8. ଆଜିଠୁ ଲାଗୁ ହେଲା ନୂଆ ନ୍ୟାୟ ବ୍ୟବସ୍ଥା
ଆଜିଠାରୁ ଲାଗୁ ହେବ ନୂଆ ଅପରାଧିକ ନ୍ୟାୟ ବ୍ୟବସ୍ଥା। ବ୍ରିଟିଶ୍‍ ସମୟର ତିନି ଆଇନ ଆଜିଠାରୁ ଅକାମୀ ହୋଇ ନୂଆ ଆଇନ ଅନୁସାରେ ପୁଲିସ ଓ ବିଚାର ବ୍ୟବସ୍ଥା କାର୍ଯ୍ୟ କରିବ। ଯେଉଁ ତିନି ଆଇନକୁ ନୂଆକରି ଲାଗୁ କରାଯିବ ସେଗୁଡ଼ିକ ଭିତରେ ପ୍ରଥମରେ ରହିଛି, ଭାରତୀୟ ନ୍ୟାୟ ସଂହିତା ଯାହା ପୂର୍ବରୁ ଇଣ୍ଡିଆନ୍‍ ପେନାଲ୍‍ କୋଡ୍‍ ଭାବେ ପରିଚିତ ଥିଲା।   ସେହିପରି ସିଆର୍‍ପିସିକୁ ଅକାମୀ କରି ସେହି ସ୍ଥାନରେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଇଣ୍ଡିଆନ୍‍ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବଭାରତୀୟ ସାକ୍ଷ୍ୟ ଅଭିଯାନ। 

H9.ବର୍ଷା ପାଇଁ ହାହାକାର
କିଛି ଦିନ ପୂର୍ବରୁ ପ୍ରଚଣ୍ଡ ଖରା ଯୋଗୁଁ ଲୋକେ ଡହଳ ବିକଳ ହେଉଥିବାବେଳେ ଏବେ ମୂଷଳଧାରା ବର୍ଷା ଯୋଗୁଁ ଅନେକ ରାଜ୍ୟରେ ହାହାକାର ପରିସ୍ଥିତି ଦେଖା ଦେଇଛି । ବିଶେଷ କରି ଉତ୍ତରାଖଣ୍ଡ ଓ ଗୁଜୁରାଟରେ ଭୀଷଣ ବନ୍ୟା ସ୍ଥତି ସୃଷ୍ଟି ହୋଇଛି । ମୌସୁମୀ ବର୍ଷାରେ ଉତ୍ତରାଖଣ୍ଡ, ଗୁଜୁରାଟ, ଆସାମ, ଅରୁଣାଚଳପ୍ରଦେଶରେ ସ୍ଥିତି ଗମ୍ଭୀର ହୋଇପଡିଛି । ରବିବାର ମୂଳ ବର୍ଷା ଯୋଗୁଁ ଡେରାଡୁନ୍ – ମସୁରୀ ହାଇୱେ କିଙ୍ଗ ବନ୍ଦ ହୋଇଯାଇଛି । ଏହା ମଧ୍ୟରେ ଅନେକ ଯାନବାହାନ ମଧ୍ୟ ଫସିରହିଥିବା ସୂଚନା ରହିଛି । ଏହାସହ ହରିଦ୍ୱାରରେ ମଧ୍ୟ ଭାରୀ ବର୍ଷା ଯୋଗୁଁ ରାସ୍ତାଘାଟ ସବୁ ବନ୍ଦ ହୋଇଯାଇଛି।

H10. ଅଲମ୍ପିକରେ ଭାଗନେବେ ବିହାର ବିଧାୟିକା
ବିହାର ବିଧାୟକ ଶ୍ରେୟାସୀ ସିଂ ମଧ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ଜୁଲାଇ ୨୬ରୁ ଅଲିମ୍ପିକ୍ ଗେମ୍ସରେ ଶ୍ରେୟାସି ସିଂ ମଧ୍ୟ ଦେଶର ପ୍ରତିନିଧିତ୍ୱ କରିବେ। ବିହାରର ଜାମୁଇ ବିଧାନସଭା ଆସନରୁ ବିଧାୟକ ହୋଇଥିବା ଶ୍ରେୟସୀ ସିଂଙ୍କୁ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ଦ୍ୱାରା ଶୁଟିଂ ଦଳରେ ସାମିଲ କରାଯାଇଛି। ଚଳିତ ବର୍ଷ ଭାରତୀୟ ଶୁଟିଂ ଦଳରେ ୨୧ ଖେଳାଳି ଚୟନ କରାଯାଇଛି। ଏହି ତାଲିକାରେ ଶ୍ରେୟସୀ ସିଂଙ୍କ ନାମ ମଧ୍ୟ ସାମିଲ ରହିଛି। ଶ୍ରେୟାସୀ ୩୦ ଓ ୩୧ ଜୁଲାଇରେ ଅଲିମ୍ପିକ୍ସକୁ ସୁଟିଂ କରୁଥିବା ଦେଖିବାକୁ ମିଳିବ।