Top 10 News Today: କୋଲକତା ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2422063

Top 10 News Today: କୋଲକତା ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: କୋଲକତା ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today

Headlines 01- କୋଲକତା ଲଜ୍ଜା ଘଟଣାରେ ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଡେଡ୍‌ଲାଇନ୍ ଦିଆଯାଇଛି । ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ସୋସିଆଲ୍ ମିଡିଆରୁ ପୀଡ଼ିତାଙ୍କ ସମସ୍ତ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପାଇଁ ସିବିଆଇକୁ ଆଉ ଏକ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ ।

Headlines 02- ଜମ୍ମୁକଶ୍ମୀର LOC ନିକଟରେ ପାକିସ୍ତାନ ପଟୁ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ସମୟରେ ସୁରକ୍ଷାବାହିନୀ ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏଥିସହ ଘଟଣାସ୍ଥଳରେ ଅଧିକ ସର୍ଚ୍ଚ ଅପରେସନ ଜାରି ରହିଛି ।

Headlines 03- ମଙ୍କିପକ୍ସକୁ ନେଇ ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ମଙ୍କିପକ୍ସ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି ଏବଂ ସବୁ ପ୍ରବେଶ ପଥକୁ ଆଲର୍ଟ କରାଯାଇଛି । ମଙ୍କିପକ୍ସ ପ୍ରଭାବିତ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଉଛି ।
ମଙ୍କିପକ୍ସକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ବିଜୟ ମହାପାତ୍ର ।

Headlines 04- କଟକ ସିଡିଏ ସେକ୍ଟର-୯ରେ ଏକ ବନ୍ଦ ଘର ଭିତରୁ ଜଣେ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧ୍ୟାପିକା ଜଣକ କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ତାଙ୍କ ଅନନ୍ୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି । ଅଧ୍ୟାପିକା ଜମକ ଏକ ଭଡା ଘରେ ରହୁଥିଲେ । ବର୍ତ୍ତମାନ ପୋଲିସ ଘଟଣାପ ତଦନ୍ତ ଆରମ୍ଭ କରିଛି ।

Headlines 05- ଆସନ୍ତା ନଭେମ୍ବର ୧୫ତାରିଖ ସୁଦ୍ଧା ସବୁ ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ ହୋଇଛି। ୨୦୨୫ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଫାଇନାଲ ପରୀକ୍ଷା ପାଇଁ ହାତରେ ଆଉ ୪ମାସ ବାକି ରହିଥିବାରୁ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଫୁଟେଜ ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Headlines 06- ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ ସିଂହ କହିଛନ୍ତି, ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ କମିଛି। ଆସନ୍ତା କାଲିଠାରୁ ପରିସ୍ଥିତିରେ ଆହୁରି ସୁଧାର ଆସିବ।  ଏବେ ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ସାମୟିକ ବନ୍ୟା ବା ଫ୍ଲାଶ୍‍ ଫ୍ଲଡ୍‍ ହୋଇପାରେ। ହେଲେ ନଦୀରେ ପାଣି ଧାରଣ କରିବାର କ୍ଷମତା ଯଥେଷ୍ଟ ଥିବାରୁ ବଡ଼ଧରଣର ବନ୍ୟା ହେବାର ଆଶଙ୍କା ଏବେ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି। ଅପରପକ୍ଷେ ପରିସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା।

Headlines 07- ଶ୍ରୀକୃଷ୍ଣ ଲୀଳାରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ। ସଂଧ୍ୟାଧୂପ ପରେ ମଦନମୋହନ ନାଟପା ମନ୍ଦିର ଖଟଶେଜ ଉପରେ ବିଜେ ହେବା ପରେ ସେଠାରେ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ବିମ୍ବାସୁରକୁ ବଧ କରିବା ପରେ ଶୀତଳ ଭୋଗ ହୋଇ ଠାକୁରମାନେ ଦକ୍ଷିଣ ଘରକୁ ବିଜେ କରିବେ। ଶ୍ରୀକୃଷ୍ଣ ଲୀଳାର ବିମ୍ବାସୁର ବଧ ଆଉ ଏକ ଅଧ୍ୟାୟ। ବିମ୍ବାସୁର ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ । କିନ୍ତୁ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ତାକୁ ହତ୍ୟା କରିଥିଲେ । ମାର୍କଣ୍ଡେସ୍ୱର ସାହି ପକ୍ଷରୁ ଏହି ପ୍ରସ୍ତାବ କରାଯିବ।

Headlines 08- ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହେଉଛି। ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏମାନଙ୍କ ଗଣନା କରଯାଉଛି। ଚଳିତବର୍ଷ ଡାଙ୍ଗମାଳ ରେଞ୍ଜରେ ୩ଟି ଟିମ୍‌ ଓ ରାଜନଗର ରେଞ୍ଜରେ ଗୋଟିଏ ଟିମ୍‌ ପକ୍ଷୀ ଗଣନା କରିଛନ୍ତି। ୪ଟି ଟିମ୍‌ ପ୍ରତିଦିନ ସକାଳ ୬ଟାରୁ ୯ଟା ଯାଏ ଦେଶୀୟ ପକ୍ଷୀଙ୍କ ଗଣନା କରିବେ। ଆଜିଠାରୁ ଆରମ୍ଭ ହେଉଥିବା ଗଣନା ୫ଦିନ ଧରି ଚାଲିବ। ପ୍ରତି ଟିମ୍‌ରେ ୫ଜଣ ଲେଖାଏ ବନ କର୍ମଚାରୀ ସାମିଲ ହେବେ।  

Headlines 09- ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ମାଲକାନଗିରି ଜିଲାର ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇବାରୁ ନଦୀ ଉପରେ ପ୍ରାୟ ୩ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁ ନଦୀର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ବନ୍ଦରହିଛି। ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । IAS ବିଷ୍ଣୁପଦ ସେଠୀ ଏବଂ IPS ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।

Headlines 10- ବଙ୍ଗୋପସାଗରରେ ଗଭୀର ଅବପାତ ପ୍ରଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଜି ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଅବପାତ । ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ଏହି ସ୍ଥାନ ଗୁଡିକରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।
ଏଥିସହ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ନକରିବାକୁ କୁହାଯାଇଛି ।

Also Read- Grah Gochar 2024: ବିଶ୍ୱକର୍ମା ପୂଜାରେ ଉଜ୍ଜ୍ୱଳ ହେବ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

Also Read- ନବ ଦମ୍ପତ୍ତି ମନୋଜ ମିଶ୍ର ଏବଂ ମମତାଙ୍କୁ ଚରିତ୍ରହୀନ କହିଲେ ପ୍ରଥମ ପତ୍ନୀ