Advertisement
Photo Details/zeeodisha/odisha2542863
photoDetails0hindi

Shukra Rahu Yuti 2025: ମୀନରେ ଶୁକ୍ର-କେତୁଙ୍କ ଶୁଭଯୋଗ, ନୂଆବର୍ଷରୁ ରାଜା ଭଳି ବଞ୍ଚିବେ ଏହିସବୁ ରାଶି,ହେବ ଧନବର୍ଷା!

Shukra Rahu Yuti 2025 Effects: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟର କାରକ ଶୁକ୍ର ଆସନ୍ତା ଜାନୁଆରୀ ୨୫ ତାରିଖ ସକାଳ ୫ଟା ୪୫ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ଯେଉଁ ରାଶିର ଚତୁର୍ଥ ଗୃହରେ ଛାୟା ଗ୍ରହ ରାହୁ ବିରାଜମାନ। ଗୋଟିଏ ରାଶିରେ ଦୁଇ ଶକ୍ତିଶାଳୀ ଗ୍ରହଙ୍କ ଶୁଭ ମିଳିନ ଶୁକ୍ର-ରାହୁ ୟୁତି ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ତେବେ,ଜାତକ ବା ରାଶିରେ ଶୁକ୍ର-ରାହୁଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଧନୀ-ସାହାସୀ -ହେବା ସହିତ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିଥାଏ। ତେବେ, ଆସନ୍ତୁ ଜାଣିବା ଶୁକ୍ର-ରାହୁଙ୍କୁ ଶୁଭ ମିଳନ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଉଛି।...

1/5
ବିଛା:  ଶୁକ୍ର-ରାହୁଙ୍କ ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ କରିବେ। ବଡ଼ ଡିଲ୍ ଫାଇନାଲ୍ ହେବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।  ଯେଉଁ ଛାତ୍ରଛାତ୍ରୀମାନେ ଦିର୍ଘ ଦିନ ହେକ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚାକିରି ଅନୁସନ୍ଧାନରେ ଥିବା ଆଶାୟୀଙ୍କ ଭଲ ସଂସ୍ଥାରୁ ଅଫରଲେଟର କିମ୍ବା ଚାକିରି ନେଇ ଫୋନ୍-କଲ୍ ଆସିବ। ଆୟ ଦ୍ବି-ଗୁଣିତ ହେବା ସହ ଦିର୍ଘ ଦିନର ଆଶା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନେ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ।   

ALSO READ: Shani Budh Yuti 2024: ଶନି-ବୁଧଙ୍କ ଶୁଭଯୋଗ, ନୂଆବର୍ଷରୁ ଏହି ୩ ରାଶି ପାଇଁ ଆରମ୍ଭ ହେବ ଶୁଭ ଦିନ

ALSO READ: Navpancham Rajyog 2024: ଡିସେମ୍ବର ୧୫ରେ ନବପଞ୍ଚମ ରାଜଯୋଗ! ଟଙ୍କା ଗଦିରେ ଶୋଇବେ ୫ ରାଶି

 

2/5
ତୁଳା:  ଶୁକ୍ର-ରାହୁଙ୍କ କୃପାରୁ ଜାନୁଆରୀରୁ ଚମକିବ ଏହି ରାଶିଙ୍କ ଭାଗ୍ୟ। ବିଶେଷକରି, କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇବେ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ।  ଦରମା ବଢିବା ସହ ବ୍ୟାଙ୍କ୍ ବାଲାନ୍ସ ମଧ୍ୟ ବଢିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂତନ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ। ଘର କିମ୍ବା ଜମି କିଣିବେ। ପିଲାମାନଙ୍କ କ୍ୟାରିୟରକୁ ନେଇ ଲାଗି ରହିଥିବା ଟେନସନ୍ ଦୂର ହେବ। ଆଣିଥିବା ଋଣକୁ ସୁଝିବାରେ ସକ୍ଷମ ହେବେ। ନିଜ ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। ଖର୍ଚ୍ଚ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। 

3/5
କର୍କଟ:  ଶନି-ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବ।  ବିଶେଷକରି,  କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବ।  ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବେ। ଯେଉଁ ବ୍ୟବସାୟୀମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ଆରମ୍ଭ କଲେ ଭଲ ଲାଭ ପାଇବେ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସକ୍ଷମ ହେବେ। ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଖାସ୍ ରହିବ। କୌଣସି ସଭା-ସମିତିରେ ସମ୍ମାନୀତ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।  

4/5
ସିଂହ: ଆସନ୍ତା ବର୍ଷ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ବିଶେଷକରି, କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ।  ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଚେଷ୍ଟା ଜାରି ରଖନ୍ତୁ, ସଫଳତା ପାଇବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ନୂଆ ଘର କିଣିବା ସହ  ଆର୍ଥିକ ସ୍ଥିତି ବଦଳିବ। ପାର୍ଟନର-ସିପ୍-ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଯେଉଁମାନେ ପୁଞ୍ଚି ବିନିଯୋଗ କରିବାକୁ ଚାହୁଁଛନ୍ତି, ଏହି ସମୟରେ କଲେ ଭଲ ରିଟର୍ଣ୍ଣ ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ -କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀ ବିବାହରେ ଆସୁଥିବା ବାଧା-ବିଘ୍ନ ଦୂର ହେବ। ଋତୁ କାଳିନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। 

5/5
କୁମ୍ଭ: ନୂଆ ବର୍ଷ ଏହି ରାଶିଙ୍କ ପାଇଁ ଏକ ସୌଭାଗ୍ୟର ବର୍ଷ ହେବାକୁ ଯାଉଛି।  କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ନିଜ ବ୍ୟବସାୟ ପ୍ରତିଦ୍ବନ୍ଦୀଙ୍କୁ ବ୍ୟବସାୟ କ୍ଷେତ୍ରରେ ପଛରେ ପକାଇବେ।  ବାଣିଜ୍ୟ- ବ୍ୟବସାୟରେ ଲାଭ ଅଧିକ ରହିବ। ଆମଦାନୀ-ରପ୍ତାନୀ ଓ ରିୟଲି -ଇ-ଷ୍ଟେଟ୍ ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଆଶାନୁରୂପକ ଲାଭ ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଖାସ୍ ରହିବ। ପଦୋନ୍ନତି ମିଳିବା ସହିତ ଟ୍ରାନ୍ସଫର ହେବ।  ପରିବାର ସହ ଦୂରଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧାର୍ମିକ କାର୍ଯ୍ୟକଳାପ ପାଇଁ ମନ-ବଳିବ।   (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)