Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1946593

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

Top 10 News Headlines: 1.ଅପରାଜେୟ ଭାରତ: ବିଶ୍ୱକପରେ ଭାରତର ଅପରାଜେୟ ଧାରା ଜାରି ରହିଛି। ରବିବାର ୮ମ ମ୍ୟାଚ୍‍ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‍ ରେ ପରାସ୍ତ କରିଛି। ଉଭୟ ବ୍ୟାଟ୍ସମ୍ୟାନ୍‍ ଓ ବୋଲରଙ୍କ କୌଶଳ ଆଗରେ ଦକ୍ଷିଣ ଆଫ୍ରିକା ଧରାଶାୟୀ ହୋଇଥିଲା। ଏହି ମ୍ୟାଚ୍‍ ରେ ବିରାଟ କୋହଲି ନିଜର ୪୯ ତମ ଏକଦିବସୀୟ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ରେକର୍ଡ଼ ସହ ସମକକ୍ଷ ହୋଇଛନ୍ତି।

2.ମୁଇଜ୍ଜୁଙ୍କ ଶପଥ ଉତ୍ସବରେ ଭାରତକୁ ନିମନ୍ତ୍ରଣ: ମାଲଡିଭ୍ସର ନୂତନ ରାଷ୍ଟ୍ରପତି ନିର୍ବାଚିତ ମହମ୍ମଦ ମୁଇଜ୍ଜୁଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତକୁ ନିମନ୍ତ୍ରଣ କରାଯାଇଛି। ଭାରତ ବିରୋଧୀ ସ୍ଲୋଗାନ ଦେଇ ଭାଲ୍‍ଡିଭ୍ସରୁ ଭାରତକୁ ବହିଷ୍କାର କରିବା ଲାଗି ପ୍ରମୁଇଜ୍ଜୁ ଚାର କରିଥିଲେ। ଜଣେ ଚୀନ ସମର୍ଥକ ଭାବେ ସେ ପରିଚିତ। ଏପରି ସ୍ଥଳରେ ଭାରତର ପ୍ରତିନିଧି ଭାବେ କିଏ ସେଠାରେ ଉପସ୍ଥିତ ରହିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

3.ନିଃସର୍ତ୍ତ କ୍ଷମା ମାଗ: ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ଆପ୍‍ ସଦସ୍ୟ ରାଘବ ଚଢ଼ାଙ୍କୁ ସୁପ୍ରିମ୍‍ କୋର୍ଟରୁ ଝଟ୍‍କା । ମାମଲାର ଶୁଣାଣି ବେଳେ କୋର୍ଟ ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ଆଦେଶ ଦେଇଛନ୍ତି। ଶ୍ରୀ ଚଢ଼ାଙ୍କୁ ଅଗଷ୍ଟ ୧୧ ତାରିଖରେ ରାଜ୍ୟସଭାରୁ ନିଲମ୍ବନ କରାଯାଇଥିଲା। କିଛି ସାଂସଦଙ୍କ ବିନା ସହମତିରେ ସେ ତାଙ୍କ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରିଥିବା ନେଇ ସମ୍ପୃକ୍ତ ସଦସ୍ୟମାନେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବିଷୟକୁ ସ୍ୱାଧିକାର କମିଟିକୁ ପଠାଇବା ସହ ଅଧ୍ୟକ୍ଷ ତାଙ୍କୁ ସଭାରୁ ନିଲମ୍ବିତ କରିଥିଲେ।

4.ମହୂଆଙ୍କ ବିରୁଦ୍ଧରେ ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ: ତୃଣମୂଳ ସାଂସଦ ମହୂଆ ମୈତ୍ରଙ୍କ ବିରୁଦ୍ଧରେ ଆସିଥିବା ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ମଙ୍ଗଳବାର ସଦାଚାର କମିଟି ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରିବେ। ଏଥିନେଇ କମିଟିର ସଦସ୍ୟମାନେ ଆଜି ଏକାଠି ହେବା ସ୍ଥିର ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ, ଜଣେ ବ୍ୟବସାୟୀଙ୍କ ସତ୍ୟପାଠ ଓ ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇ ଅଧାରୁ ଉଠି ଚାଲିଯାଇଥିବା ମହୂଆ ଓ ତାଙ୍କ ସମର୍ଥକଙ୍କ ବିଷୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ ହେବା ସମ୍ଭାବନା ରହିଛି। ଏଥିରେ କଠୋର କାର୍ଯ୍ୟାନୁଷ୍ଠାନ ସୁପାରିସ ହେବାର ଆଶଙ୍କା ରହିଛି।

5.ଖାଲି ପଡ଼ିଛି + ପିଜି ସିଟ୍‍: ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ +୩ ଓ ସ୍ନାତ୍ତୋକତ୍ତର ସିଟ୍‍ ୩୦ ପ୍ରତିଶତ ଖାଲି ପଡ଼ିଛି। ସମୁଦାୟ ୨ଲକ୍ଷ ୭୧ ହଜାର ୯୧ ଟି +୩ ସିଟ୍‍ରୁ ୮୪ ହଜାର ୫୩ଟି ସିଟ୍‍ ଖାଲି ପଡ଼ିଥିବାବେଳେ ପିଜିରେ ୭ ହଜାର ୭୩୮ ସିଟ୍‍ ଖାଲି ପଡ଼ିଛି। ଚାହିଦା ଅନୁସାରେ ପାଠ୍ୟକ୍ରମର ଅଭାବ କାରଣ ବୋଲି କୁହାଯାଉଛି।

6.ଭୁବନେଶ୍ୱର-ବ୍ରହ୍ପୁର ସ୍ପେଶାଲ୍ଟ୍ରେନ୍ବାତିଲ: ନିରାକାରପୁର ଓ ଭୁଷଣ୍ଡପୁର ଷ୍ଟେସନ୍‍ରେ ଆଧୁନିକୀକାରଣ କାର୍ଯ୍ୟ ଚାଲୁଥିବାରୁ ଆଜି ଭୁବନେଶ୍ୱର- ବ୍ରହ୍ମପୁର ଭିତେ ଚାଲୁଥିବା ପାସେଞ୍ଜର ସ୍ପେଶାଲ ଟ୍ରେନ୍‍କୁ ବାତିଲ କରାଯାଇଛି। ଉଭୟ ଅପ୍‍-ଓ ଡାଉନ୍‍ ଟ୍ରେନ୍ ଚଳାଚଳ କରିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

7.ଆଜିଠାରୁ ରାଜ୍ୟସ୍ତରୀୟ ମହକ: ରାଜ୍ୟସ୍ତରୀୟ ଦୁଇ ଦିନିଆ ଶିଶୁ ମହୋତ୍ସବ ‘ମହକ’ ଆଜିଠାରୁ ଆରମ୍ଭ ହେଉଛି । କଳିଙ୍ଗ ଷ୍ଟାଡିୟମଠାରେ ଏହି ଉତ୍ସବ ଆୟୋଜନ କରାଯିବ। ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତବାସୀଙ୍କ ପ୍ରତିଭା ବିକାଶ ଓ ସୃଜନଶୀଳତାର ଏହା ଏକ ଉତ୍କୃଷ୍ଟ ପ୍ଲାଟ୍‍ଫର୍ମ ହେବ।

8.ଢେଙ୍କାନାଳରେ ନକଲି ଡାକ୍ତର: ଢେଙ୍କାନାଳ ଜିଲ୍ଲାର କଙ୍କଡ଼ା ହାଡ଼ ବ୍ଲକରେ ସମସ୍ୟ ଥିବାରୁ ଅଣ ଡାକ୍ତରମାନେ ଡାକ୍ତର ପାଲଟି ରୋଗୀଙ୍କୁ ଔଷଧ ଦେବା ଆରମ୍ଭ କରିଛନ୍ତି। ଏହିପରି ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଯୁବକଙ୍କ ନାମ ରାଜେଶ ବିଶ୍ୱାସ। ତାଙ୍କ ଘର ପଡ଼ୋସୀ ରାଜ୍ୟ ପଶ୍ଚିମବଙ୍ଗରେ।

9.୨୨ ବେଟିଂ ଆପ୍ସ ବେଆଇନ: କେନ୍ଦ୍ର ସରକାର ମହାଦେବ ବୁକିଂ ଆପ୍‍ ସମେତ ୨୨ଟି ବେଟିଂ ଆପ୍‍ ଓ ଓ୍ୱେବସାଇଟ୍‍କୁ ବେଆଇନ ଘୋଷଣା କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିପୋର୍ଟକୁ ଆଧାର କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

10.ଦିଲ୍ଲୀ ପ୍ରଦୂଷଣ ମୁକ୍ତି ଲାଗି କୃତ୍ରିମ ବର୍ଷା: ଆଇଆଇଟି କାନପୁର ଦିଲ୍ଲୀ ଆକାଶରୁ ପ୍ରଦୂଷଣମୁକ୍ତ କରିବାକୁ କୃତ୍ରିମ ବର୍ଷା କରାଇବାକୁ ପ୍ରସ୍ତାବ ଦେଇଛି। ଏହାଦ୍ୱାରା ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଓ ଧୂଳିକଣାବାୟୁ ମଣ୍ଡଳରୁ ଧରାବତରଣ କରିବ। ଏଥିଲାଗି କିନ୍ତୁ ବହୁ ସ୍ତରର ଅନୁମୋଦନ ଆବଶ୍ୟକ। ଏହା ସାଙ୍ଗକୁ ବାୟୁମଣ୍ଡଳର ଉପରି ଦେଶରେ ମେଘ ରହିବା ଜରୁରୀ।