ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗତିକୁ କେହି ରୋକି ପାରିବେ ନାହିଁ: ଡ.ଯତୀନ ମହାନ୍ତି
Advertisement
Article Detail0/zeeodisha/odisha2256582

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗତିକୁ କେହି ରୋକି ପାରିବେ ନାହିଁ: ଡ.ଯତୀନ ମହାନ୍ତି

 ଭାରତୀୟ ଗଣତବର ଏହି ମହାନ ପର୍ବରେ ସାଧାରଣ ଜନତା ବଢିଚଢ଼ିକି ଭାଗ ନେଇଥିବାରୁ ସେମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି ଡ.ଯତୀନ ମହାନ୍ତି ।

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗତିକୁ କେହି ରୋକି ପାରିବେ ନାହିଁ: ଡ.ଯତୀନ ମହାନ୍ତି

ଭୁବନେଶ୍ୱର: ଓଡ଼ିଶାର ୪ଟି ପର୍ଯ୍ୟାୟ ନିର୍ବାଚନରୁ ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୫ଟି ଲୋକସଭା ସହ ୩୫ଟି ବିଧାନସଭା ନିର୍ବାଚନରେ ଭୋଟରମାନେ ଉତ୍ସାହ ସହ ଭୋଟ ଦେଇଛନ୍ତି । ଭାରତୀୟ ଗଣତବର ଏହି ମହାନ ପର୍ବରେ ସାଧାରଣ ଜନତା ବଢିଚଢ଼ିକି ଭାଗ ନେଇଥିବାରୁ ସେମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି ଡ.ଯତୀନ ମହାନ୍ତି ।

ଏଥିସହ ସମସ୍ତ ସହଭାଗିତାରେ ଭାରତର ଗଣତବ ମଜଭୁତ୍ ଓ ସୁଦୃଢ଼ ହୋଇଛି । ଏଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ପ୍ରତି ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ସମର୍ଥନ ଯଥେଷ୍ଟ ବୃଦ୍ଧି ପାଇଛି । ଆଜି ସୁଦ୍ଧା ଶେଷ ହୋଇଥିବା ୨ଟି ପର୍ଯ୍ୟାୟ ନିର୍ବାଚନରେ ବିଜେପିର ଭୋଟ ହାର ଏବଂ ଆସନ ଯଥେଷ୍ଟ ବୃଦ୍ଧି ପାଇବ । ଓଡ଼ିଶାବାସୀ ନିଷ୍ପତି କରିଛନ୍ତି ବିଜେପିକୁ ଓଡିଶାରେ ଶାସନଭାର ଦେବେ ଓ କେନ୍ଦ୍ରରେ ମୋଦିଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ । ଡବଲ ଇଞ୍ଜିନ ସରକାର ଗତିକୁ କେହି ରୋକି ପାରିବେ ନାହିଁ । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେପି ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଆଜିର ଭୋଟ ବିଜେପି ସପକ୍ଷରେ ପରିବର୍ତନର ଲହରକୁ ଦର୍ଶାଉଛି, ଯାହା ଯଶସ୍ୱୀ ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହ ଯୋଡି ହୋଇ ରହିଛି । ୩ୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ବୃହତ ବିଜୟ ହାସଲ କରିବ ବିଜେପି । ଜୁନ୍ ୪ ରେ ଓଡ଼ିଶା ରାଜନୀତିରେ ନୂତନ ସୂର୍ଯ୍ୟୋଦୟ ହେବ ଏବଂ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପିର ଏକାକୀ ସରକାର ଗଠନ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Also Read- Top 10 News Today: ଦ୍ୱିତୀୟ ପର୍ଯ୍ୟାୟରେ ନୈରାଶ୍ୟଜନକ ମତଦାନ ହାର, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର