Top 10 News Headlines: ଶିକ୍ଷିତ ବେକାରୀ ତାଲିକାରେ ଓଡ଼ିଶା ଶୀର୍ଷରେ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2226660

Top 10 News Headlines: ଶିକ୍ଷିତ ବେକାରୀ ତାଲିକାରେ ଓଡ଼ିଶା ଶୀର୍ଷରେ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ଶିକ୍ଷିତ ବେକାରୀ ତାଲିକାରେ ଓଡ଼ିଶା ଶୀର୍ଷରେ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ବିଜେପିର 'ଓଡ଼ିଆ ଭାଷା ଓ ଅସ୍ମିତା' ପ୍ରସଙ୍ଗ 
ଓଡ଼ିଆ ଭାଷା ଓ ଅସ୍ମିତାକୁ ନିର୍ବାଚନୀ ପ୍ରସଙ୍ଗ କରିଛି ବିଜେପି। ଜଣେ ପରେ ଜଣେ ଜାତୀୟସ୍ତରର ନେତା ଏହାକୁ କେନ୍ଦ୍ର କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏକ ଟେଲିଭିଜନ୍‍ ଇଣ୍ଟର୍ଭ୍ୟୁରେ ପ୍ରଧାନମନ୍ତ୍ର୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜ୍ୟରେ ଓଡ଼ିଆ ଅସ୍ମିତା ଓ ଗୌରବ କଥା ଉଠାଇବା ସହ ଏଥର ଓଡ଼ିଶାବାସୀ ବିଜେପିକୁ ରାଜ୍ୟବାସୀଙ୍କ ସେବା କରିବାକୁ ଦେବେ ବୋଲି କହିଛନ୍ତି।

H2. ଆଜି ଆସିବ ବିଜ୍ଞପ୍ତି
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ସମ୍ବଲପୁର, କଟକ, କେନ୍ଦୁଝର, ଢେଙ୍କାନାଳ, ପୁରୀ ଏବଂ ଭୁବନେଶ୍ୱର ୬ ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅଧୀନରେ ଆସୁଥିବା ୪୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ ପାଇଁ ସୁଯୋଗ ଉନ୍ମୁକ୍ତ ହେବ। ଆସନ୍ତା କାଲିଠାରୁ ନାମାଙ୍କନ ଦାଖଲ ମୋ ୬ ତାରିଖ ଯାଏ ଚାଲିବ। ମେ’ ୨୫ରେ ଭୋଟଗ୍ରହଣ ରହିଛି। 

H3. ଧର୍ମେନ୍ଦ୍ରଙ୍କ ଫଟୋ ଭାଇରାଲ
ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଫଟୋ ବେଶ୍‍ ଭାଇରାଲ୍‍ ହୋଇଛି। ଖବରକାଗଜ ଓ ସୋଶାଲ ମିଡିଆରେ ଦେଖାଯାଉଥିବା ଏହି ଫଟୋରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ନିକଟରେ ବିଦ୍ରୋହ ଘୋଷଣା କରି ଦଳ ଛାଡ଼ିଥିବା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଆଶୀର୍ବାଦ ନେଉଛନ୍ତି। ସମ୍ବଲପୁରରେ ତାଙ୍କୁ ପ୍ରାର୍ଥୀ ନକରାଯିବା ତଥା ବାହାରୁ ପ୍ରାର୍ଥୀ ଆଣି ସୌମ୍ବଲପୁରର ଅସ୍ମିତା ଓ ଗୌରବ ଉପରେ କୁଠାରାଘାତ ହୋଇଥିବା ରାସେଶ୍ୱରୀ କହିଥିଲେ। ଏହାକୁ ଭିତ୍ତିକରି ସେ ଦଳ ଛାଡ଼ିଥିଲେ। 

H4.କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା
କଂଗ୍ରେସ ପକ୍ଷରୁ ୮ ବିଧାନସଭା ଏବଂ ଦୁଇ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ସେଥିରେ ଗୋଟିଏ ଲୋକସଭା ଓ ଦୁଇ ବିଧାନସଭା ଆସନ ଲାଗି ପୂର୍ବ ଘୋଷିତ ପ୍ରାର୍ଥୀଙ୍କୁ ବଦଳ କରାଯାଇଛି। ସମ୍ବଲପୁରରେ  ଲୋକସଭା ଆସନ ଲାଗି ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଦଳ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ବାରିପଦା ବିଧାନସଭା ଆସନରେ ବାଦ ହେମ୍ବ୍ରମ୍‍ଙ୍‍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମ, ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନଙ୍କ ବଦଳରେ ବୈଜୟନ୍ତିମାଳା ମହାନ୍ତିଙ୍କୁ ବିଧାନସଭା ପ୍ରାର୍ଥୀ କରିଛି କଂଗ୍ରେସ। ସେହିପରି ଖିଲିଥିବା କଟକ ଲୋକସଭା ଆସନ ଲାଗି ସୁରେଶ ମହାପାତ୍ର, କଟକ- ବାରବାଟୀ ବିଧାନସଭା ଆସନରୁ ସୋଫିଆ ଫିରଦେସ୍‍, ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱର ପାଇଁ ମୋନାଲିସା ଲେଙ୍କା, ବଡ଼ଚଣାରେ ଅଜୟ ସାମଲ, ପାଲଲହଡ଼ାରେ ଫକୀର ସାମଲ ଏବଂ ଜଗତସିଂହପୁର ଆସନ ଲାଗି ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏବେ ୧ ଲୋକସଭା ଏବଂ ୩ ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କରିନି ଦଳ। 

H5. ନିର୍ମାଣ କ୍ଷେତ୍ରକୁ ଅଧିକ ବିକଶିତ କରିବ ଭାରତ
ଦେଶରେ ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଅଧିକ ବିକଶିତ କରିବା ଲକ୍ଷରେ ଭାରତ। ୨୦୨୧ ରେ ଘୋଷଣା କରାଯାଇଥିବା ୭୬୦୦୦ କୋଟି ଟଙ୍କାର ପ୍ୟାକେଜ୍‍ ଶେଷ ହୋଇଥିବାରୁ ନୂଆ ନୀତିରେ ଅଧିକ ପ୍ରୋତ୍ସାହନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ଅମଲାତନ୍ତ୍ରପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ନୂଆ ସରକାର ଗଠନ ହେବା ପରେ ଏ ବିଷୟରେ ଘୋଷଣା ହୋଇପାରେ ବୋଲି ଟାଇମ୍ସ ଅଫ୍‍ ଇଣ୍ଡିଆ ପକ୍ଷରୁ କୁହାଯାଇଛି। 

H6.ନିର୍ବାଚନୀ ପ୍ରଚାରରେ ଧାର୍ମିକ ଧୃବିକରଣକୁ ଅଧିକ ପ୍ରଶୟ
ପ୍ରଧାନମନ୍ତ୍ରୀ ନିଜ ପ୍ରଚାର ଭାଷଣରେ ଧାର୍ମିକ ଧ୍ରୁବୀକରଣକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବିଧାନକୁ ଉଲ୍ଲଂଘନ କରି ଧର୍ମ ଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ଲାଗୁ କରିବା କ’ଣ ଧ୍ରୁବୀକରଣ ନୁହେଁ? ଅପରପକ୍ଷେ ପୁଣିଥରେ ସରକାରକୁ ଆସିଲେ ବିଜେପି ସରକାର ସମାନ ଦେଓ୍ୱାନୀ ସଂହିତା ଲାଗି କରିବ ବୋଲି ଜୋର ଦେଇଛି। ସମ୍ବିଧାନକୁ ଆଳ କରି ସର୍ବଦା ଗୋଟିଏ ସମ୍ପ୍ରଦାୟ ଫାଇଦା ପାଇବା ତୁଷ୍ଟୀକରଣ ଏବଂ ଏହାକୁ ବନ୍ଦ କରାଯିବ ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି। 

H7. ଭାରତୀୟ ମସଲା ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ଗୁରୁତର ଅଭିଯୋଗ
ଭାରତୀୟ ମସଲାରେ କ୍ୟାନ୍ସର ସୃଷ୍ଟିକାରୀ ସଂକ୍ରମଣ ରହିଛି ବୋଲି ଅଭିଯେଗ କରିଛି ଯୁକ୍ତରାଷ୍ଟ୍ର ଆମେରିକା କଷ୍ଟମ୍ସ ବିଭାଗ। ଏଥିଲାଗି ଗଲା ୬ ମାସ ଭିତରେ  ଏମ୍‍ଡିଏଚ୍‍ ମସାଲାରୁ ଆସୁଥିବା ୩୧ ପ୍ରତିଶତ  ଉତ୍ପାଦକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେହିପରି ସିଙ୍ଗାପୁର ଏବଂ ହଂକଂରେ ମଧ୍ୟ ଏମ୍‍ଡିଏଚ୍ ଏବଂ ଏଭରେଷ୍ଟ ମସଲା ବିକ୍ରି ଉପରେ କଟକଣା ଲାଗାଯାଇଛି। 

H8. ସ୍ଥାନାନ୍ତର ହେବ ନାହିଁ ଜାତୀୟ ସଂଗ୍ରହାଳୟର ଜିନିଷପତ୍ର
ଅସ୍ଥାୟୀ ଠିକଣାକୁ ସ୍ଥାନାନ୍ତର ହେବ ନାହିଁ ଜାତୀୟ ସଂଗ୍ରହାଳୟର ଜିନିଷପତ୍ର। ସେଣ୍ଟ୍ରାଲ୍‍ ଭିସ୍ତାରେ ନୂଆ କୋଠା ତିଆରି ହେବା ଯାଏ ଅସ୍ଥାୟୀ ଠିକଣାକୁ ସ୍ଥାନାନ୍ତର ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହାଦ୍ୱାରା ପୁରୁଣା ନଥି, ତଥା ଜିନିଷପତ୍ର ପ୍ରଭାବିତ ହେବ ବୋଲି ଆଶଙ୍କା ଉପୁଜିଥିଲା। ଅପରପକ୍ଷେ କୋଠା ଭଙ୍ଗା ହେବାକୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏବେ କିନ୍ତୁ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି। 

H9. ଶିକ୍ଷିତ ବେକାରୀ ତାଲିକାରେ ଓଡ଼ିଶା ଶୀର୍ଷରେ
ଦେଶରେ ଥିବା ଶିକ୍ଷିତ ବେକାରଙ୍କ ତାଲିକାରେ ଓଡ଼ିଶା ଏକନମ୍ବର।  ଓଡ଼ିଶା ପଛକୁ କେରଳ ଦ୍ୱିତୀୟ ସ୍ଥାନରେ ଓ ଜମ୍ମୁ-କାଶ୍ମୀର ତୃତୀୟ ସ୍ଥାନରେ ଥିବା ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ୨୦୨୪ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ୨୦୨୨ ଡିସେମ୍ବର ସୁଦ୍ଧା ୧୫ରୁ ୨୯ ବର୍ଷ ବୟସ୍କ ରୋଜଗାର ନ ପାଇ ବେକାର ଥିବା ଦେଶର ଶିକ୍ଷିତ ଯୁବକଯୁବତୀମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ଏକ ନମ୍ବରରେ ରହିଛି । ସର୍ବଭାରତୀୟ ସ୍ତରରେ ଏହି ହାର ୨୧.୮୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୩୯.୯୫ ପ୍ରତିଶତ ସହିତ ତାଲିକାର ପ୍ରଥମ ସ୍ଥାନରେ ରହିଛି ।  

H10. ଆଜିବି ଜାରି ରହିବ ଗ୍ରୀଷ୍ମ ପ୍ରବାହ
ରାଜ୍ୟରେ ଆଜିବି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସୁନ୍ଦରଗଡ଼,  ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ,ଳ ଅନୁଗୁଳ ,ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, କଟକ, ଖୋ୍ଦ୍ଧା ଏବଂ ଯାଜପୁର ଜିଲ୍ଲା ପାଇଁ ପରିସ୍ଥିତିକୁ ଆକଳନ କରି ଲାଲ୍‍ ସତର୍କତା ଜାରି କରାଯାଇଛି।