Advertisement
Photo Details/zeeodisha/odisha2286647
photoDetails0hindi

Lucky Zodiac Sign: ୧୦ ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 10 June 2024 : ୧୦ ଜୁନ ସୋମବାର ଦିନ ଚନ୍ଦ୍ର ନିଜର ରାଶି କର୍କଟରେ ଚଳନ କରିବେ । ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥି ଏବଂ ଏହି ଦିନଟିରେ ରବି ଯୋଗ,  ସର୍ବ ସିଦ୍ଧ ଯୋଗ, ଧ୍ରୁବ ଯୋଗ ଏବଂ ପୁଷ୍ୟା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ପ୍ରଭାବରୁ ଦିନଟିର ଗୁରୁତ୍ୱ ବଢିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗଠିତ ଶୁଭ ଯୋଗର ଲାଭ ୫ଟି ରାଶିକୁ ମିଳିବ ।

1/5

ତୁଳା ରାଶି -  ୧୦ ଜୁନ୍ ଆପଣଙ୍କ ପାଇଁ ବହୁତ ଫଳପ୍ରଦ ହେବାକୁ ଯାଉଛି । ଆର୍ଥିକ ଜୀବନ ଏବଂ କ୍ୟାରିୟର କ୍ଷେତ୍ରରେ ଅପାର ସଫଳତା ପାଇବାର ସମ୍ଭାବନା ଅଛି । ଯଦି କୌଣସି କୋର୍ଟ କଚେରୀ ସମ୍ବନ୍ଧୀୟ ମାମଲା ଚାଲିଥାଏ ତେବେ ଆପଣ ବିଜୟ ଲାଭ କରିବେ । ପିତାମାତାଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ । ପରିବାର ସଦସ୍ୟଙ୍କ ଠାରୁ ଭଲ ଖବର ଶୁଣିବାକୁ ପାଇବେ । ଘରେ ଶୁଭ କାମ ହେବାର ସମ୍ଭାବନା ଅଛି । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ ।

2/5

ସିଂହ ରାଶି -  ୧୦ ଜୁନ୍ ଆପଣଙ୍କ ପାଇଁ ଅନୁକୂଳ ଫଳାଫଳ ଆଣିଦେବ । ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ଆପଣ ସମସ୍ତ ଦାୟିତ୍ୱ ସଠିକ ଭାବରେ ପୂରଣ କରିବେ । ନିଜ ବ୍ୟବସାୟରେ ଆଗକୁ ବଢିବା ସହ ଭଲ ଲାଭ କରିବେ । କଠିନ ପରିଶ୍ରମର ଭଲ ଫଳ ମିଳିବ । ସାମାଜିକ କାର୍ଯ୍ୟ କାରଣରୁ ଆପଣଙ୍କ ଖ୍ୟାତି ବୃଦ୍ଧି ପାଇବ । ସରକାରୀ ସ୍ତରରୁ ବିଶେଷ ଲାଭ ପାଇପାରନ୍ତି । ନିଜ ଇଚ୍ଛା ଅନୁଯାୟୀ ଟଙ୍କା ରୋଜଗାର କରିବାରେ ସଫଳ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରହିବ । ପାରସ୍ପରିକ ବୁଝାମଣା ସୁଦୃଢ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳିବ ।

3/5

କନ୍ୟା ରାଶି -  ଆପଣଙ୍କ ପାଇଁ ଦିନଟି ଶୁଭ ପ୍ରମାଣିତ ହେବ । ଆୟର ନୂଆ ଉତ୍ସ ମିଳିବ । ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ । ପୂର୍ବ ବିନିଯୋଗରେ ଆପଣ ବିପୁଳ ଲାଭ ପାଇବାର ସମ୍ଭାବନା ରହିଛି । ଚାକିରୀ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବେ । ଆପଣଙ୍କର ପରିଶ୍ରମ ଶୁଭ ଫଳ ଦେବ । ବ୍ୟବସାୟରେ ସକରାତ୍ମକ ଫଳାଫଳ ମିଳିବ । କିଛି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖୁସି ଅନୁଭବ କରିବେ । ପାରିବାରିକ ଜୀବନରେ ଶାନ୍ତି ମିଳିବ । ନିଜ ଭାଇଭଉଣୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ ।

4/5

ବିଛା ରାଶି - ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବେ । ଦୀର୍ଘ ଦିନ ଧରି ବିଚାରାଧୀନ ଥିବା କାର୍ଯ୍ୟ ଶେଷ କରିବେ । ଚାକିରୀ କ୍ଷେତ୍ରରେ ସକରାତ୍ମକ ବାତାବରଣ ରହିବ । ସହକର୍ମୀମାନେ  ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । ପ୍ରେମ ଜୀବନରେ ଦିନଟି ରୋମାଣ୍ଟିକ୍ ହେବ । ବ୍ୟବସାୟୀମାନେ ପ୍ରତିଯୋଗୀମାନଙ୍କୁ ଟକ୍କର ଦେଇ ଆଗକୁ ବଢିବେ । ପାରିବାରିକ ଜୀବନରେ ଘରେ କିଛି ଶୁଭ କାର୍ଯ୍ୟ ହୋଇପାରେ ।

5/5

ଧନୁ ରାଶି -  ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଆୟର ନୂଆ ଉତ୍ସ ଖୋଲିବ । ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ମହାଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଚାକିରୀ ଏବଂ ବ୍ୟବସାୟରେ ସଫଳତା ମିଳିବ । ବିନିଯୋଗ ପାଇଁ ଦିନଟି ଶୁଭ ରହିଛି । ଆର୍ଥିକ ସ୍ଥିତି ସୁଦୃଢ ହେବ । ମିଠା କଥାରେ କାର୍ଯ୍ୟ ହାସଲ କରିବାରେ ସଫଳ ହେବେ । ଦୀର୍ଘ ସମୟ ବ୍ୟବଧାନ ପରେ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଭେଟିବେ । ପୂର୍ବରୁ ଅଟକି ରହିଥିବା କାମ ଶେଷ କରିବେ । ପରିବାରରେ ସୁଖ, ଶାନ୍ତି ମିଳିବ । ଜୀବନସାଥୀଙ୍କ ସହିତ ସମ୍ପର୍କ ସଦୃଢ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)